ETV Bharat / state

ଗୋରୁ ବୋଝେଇ ଗାଡ଼ି ଜବତ, 40 ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

author img

By

Published : Mar 2, 2021, 11:51 AM IST

ବେଆଇନ ଗୋରୁ ଚୋରା ଚାଲାଣ ବେଳେ 2 ଟି ପିକଅପ ଭ୍ୟାନ ଜବତ କରିବା ସହ 40 ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କଲା ଭଦ୍ରକ ପୋଲିସ । ଅଧିକ ପଢନ୍ତୁ...

୨ଟି ବେଆଇନ ଗୋରୁ ବୋଝେଇ ଗାଡ଼ି ଜବତ, 40 ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

ଭଦ୍ରକ: ଦିନକୁ ଦିନ ବଢିବାର ଲାଗିଛି ଗୋରୁ ଚୋରା ଚାଲାଣ । ଏପଟେ ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ 2 ଟି ପିକଅପକୁ ଜବତ କରିଛି ପୋଲିସ । ତେବେ ପିକଅପ ଗାଡ଼ିରେ 40 ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଆଜି(ମଙ୍ଗଳବାର) ଭୋର ସମୟରେ, 16 ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଆଡୁ ଭଦ୍ରକକୁ ବେଆଇନ ଭାବେ ଗୋରୁ ବୋଝେଇ ପିକଅପ ଭ୍ୟାନ ଆସୁଥିବାର ଖବର ପାଇ କିଛି ସ୍ଥାନୀୟ ଲୋକ ଭଦ୍ରକ ଗେଲପୁର ଛକ ନିକଟରେ ପିକଅପ ଗାଡିକୁ ଅଟକାଇଥିଲେ।

ଦୁଇଟି ଗାଡି ଅଟକି ରହିବା ବେଳେ ଆଉ ଦୁଇଟି ପିକଅପ ଘଟଣା ସ୍ଥଳରୁ ଖସିବାରେ ସକ୍ଷମ ହୋଇଥିଲେ। ତେବେ ସୂଚନାପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଉଦ୍ଧାର କରିବା ସହ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.