ETV Bharat / state

15 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, 2 ଗିରଫ

author img

By

Published : Mar 22, 2021, 8:41 PM IST

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା । ବ୍ରାଉନସୁଗାର ସହ 2 ଜବତ । ଅଧିକ ପଢନ୍ତୁ....

15 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ 2 ଗିରଫ

ଭଦ୍ରକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା ମିଳିଛି । ଭଦ୍ରକ ଚରମ୍ପା ଅଞ୍ଚଳରେ ବ୍ୟାପକ ଭାବେ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ସୂଚନା ପାଇଥିଲା କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ । ଆଜି ବିଭାଗ ପକ୍ଷରୁ ଚରମ୍ପା ଅଞ୍ଚଳରେ ପାଟ୍ରୋଲିଂ ସମୟରେ 152 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ।

ଚରମ୍ପା ଅଞ୍ଚଳରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିବାବେଳେ ସନ୍ଦେହ ହେବାରୁ ବାଇକକୁ ଅଟକାଇଥିଲେ ଅଧିକାରୀ । ତେବେ ସେମାନେ ପ୍ରଥମେ ଖସିଯିବାକୁ ଚେଷ୍ଟା କରିଥିଲେ । ପରେ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ଗୁଇନ୍ଦା ଅଧିକାରୀ । ତାଙ୍କ ଠାରୁ 152 ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା । ଏହି ଘଟଣାରେ ଉକ୍ତ 2 ଯୁବକଙ୍କୁ ଗିରଫ କରାଯିବା ସହ ବାଇକକୁ ମଧ୍ୟ ଜବତ କରାଯାଇଛି । ତେବେ ଗିରଫ ଦୁଇ ବ୍ୟକ୍ତି ନୟାନନ୍ଦ ତିହିଡିର ହରମନ ଦାସ ଓ ଚରମ୍ପା ବରାଳପୋଖରୀ ଅଞ୍ଚଳର ରାଜେନ୍ଦ୍ର ଷଢଙ୍ଗୀ ବୋଲି ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 15 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.