ETV Bharat / state

ଚାକିରୀ କରାଇ ଦେବା ନାଁରେ ହଡପ, ୨ ଗିରଫ - ଭଦ୍ରକରେ ଠକେଇ

ଚେକ ବାଉନ୍ସ ରୁ ଫିଟିଲା ଗୁମର । ସିଆରପିଏଫରେ ଚାକିରୀ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ହଡପ ଘଟଣାର ପର୍ଦ୍ଦାଫାଶ । ଅଧିକ ପଢନ୍ତୁ...

ଚାକିରି କରାଇ ଦେବା ନାଁରେ ହଡପ, ୨ ଗିରଫ
ଚାକିରି କରାଇ ଦେବା ନାଁରେ ହଡପ, ୨ ଗିରଫ
author img

By

Published : Nov 7, 2021, 5:49 PM IST

ଭଦ୍ରକ: ଚେକ ବାଉନ୍ସ ରୁ ଫିଟିଲା ଗୁମର । ସିଆରପିଏଫରେ ଚାକିରୀ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ହଡପ ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ହେବା ପରେ ଦୁଇ ଜଣଙ୍କୁ ଗିରଫ କରି ଆଜି(ରବିବାର) କୋର୍ଟଚାଲାଣ କରିଛି ଭଦ୍ରକ ବନ୍ତ ପୋଲିସ ।

ଚାକିରି କରାଇ ଦେବା ନାଁରେ ହଡପ, ୨ ଗିରଫ

ଖବର ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମର କରୁଣାକର ରାଉତ ନାମକ ଜଣେ ବ୍ୟକ୍ତି ସିଆରପିଏଫରେ ଚାକିରୀ କରାଇ ଦେବାର ପ୍ରଲୋଭନ ଦେଖାଇ ଯୁବକଙ୍କୁ ଠକୁଥିଲେ । ଏପରିକି ଏକାଧିକ କିସ୍ତିରେ ବହୁ ଯୁବକଙ୍କ ଠାରୁ ପ୍ରାୟ 5 ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ତେବେ ସମୟ ଅତିକ୍ରାନ୍ତ ହେଉଥିଲେ ମଧ୍ୟ ପ୍ରତିଶୃତି ମୁତାବକ ଚାକିରୀ ନହେବା ଯୋଗୁଁ ସତ୍ୟପ୍ରକାଶ ବେହେରା ନାମକ ଜଣେ ଯୁବକ କରୁଣାକରଙ୍କୁ ଦେଇଥିବା ଟଙ୍କା ମାଗିବାରୁ କରୁଣାକର ଏକ ଚେକ୍ ଦେଇଥିଲେ । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ବାଉନ୍ସ ହୋଇ ଫେରି ଆସିଥିଲା ।

ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ ଶେଷରେ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ କରୁଣାକର ରାଉତ ସହ ବନ୍ତ ଥାନା ନିଳୋକ ପଞ୍ଚାୟତ ଅନ୍ତର୍ଗତ ବୁଢ଼ଗଢିଆ ଗ୍ରାମର କିଷାନ ନାୟକ, ଏହିପରି ସିଆରପିଏଫରେ ଚାକିରୀ କରିଦେବା କହି ବହୁ ଯୁବକଙ୍କ ଠାରୁ 5 ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ପୋଲିସ ତଦନ୍ତରୁ ଜାଣିବା ପରେ, ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ତଦନ୍ତ ପ୍ରଭାବିତ ହେବା ଦର୍ଶାଇ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.