ଭଦ୍ରକ: 'ଅମ୍ଫାନ' ନେଇଛି ପ୍ରଥମ ମୁଣ୍ଡ। 'ଅମ୍ଫାନ'ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ମାଟି ଘରର କାନ୍ଥ ପଡି 3 ମାସର ଶିଶୁପୁତ୍ର ମୃତ ।
ତିହିଡି ବ୍ଲକ କାମ୍ପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ଯୋଗୁଁ ଵଳରାମ ଦାସଙ୍କ ମାଟି ଘରର କାନ୍ଥ ଖସି ପଡଥିଲା । ରାତିରେ ମାଆ ଓ 3 ମାସର ଶିଶୁ ପୁଅ ଶୋଇଥିଲା ଵେଳେ ଏହି କାନ୍ଥ ଖସିପଡିଥିଲା । ଏଥିରେ ମାଆ ସାମାନ୍ୟ ଆହତ ହୋଇଥିଲାଵେଳେ ଶିଶୁପୁତ୍ରର ମୃତ୍ୟୁ ଘଟିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ