ETV Bharat / state

ଶିକ୍ଷକଙ୍କଠୁ ୧୨ ଲକ୍ଷ ଲୁଟ ଘଟଣା: ଜଣେ ଗିରଫ, ୯ ଲକ୍ଷ ଜବତ - ଭଦ୍ରକ ଲୁଟ ଘଟଣାରେ ୯ ଲକ୍ଷ ଟଙ୍କା ଉଦ୍ଧାର

ଶିକ୍ଷକଙ୍କ ଠାରୁ ୧୨ ଲକ୍ଷ ଲୁଟ ଘଟଣାରେ ଜଣେ ଅଭିଯୁକ୍ତ ଧରା ହେବା ସହ ତାଙ୍କଠାରୁ 9 ଲକ୍ଷ ଟଙ୍କା ଜବତ ହୋଇଛି । ଅଧିକ ପଢନ୍ତୁ

ଶିକ୍ଷକଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟ ଘଟଣାରେ ଗିରଫ, ୯ ଲକ୍ଷ ଟଙ୍କା ଉଦ୍ଧାର

author img

By

Published : Jun 24, 2022, 7:18 PM IST

Updated : Jun 24, 2022, 7:44 PM IST

ଭୁଦ୍ରକ: ଶିକ୍ଷକଙ୍କ ଠାରୁ ୧୨ ଲକ୍ଷ ଲୁଟ ଘଟଣାରେ ଜଣେ ଅଭିଯୁକ୍ତ ଧରାହେବା ସହ ତା’ ଠାରୁ ୯ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଧରିଛି ଭଦ୍ରକ ଟାଉନ ପୋଲିସ ।

ଶିକ୍ଷକଙ୍କଠୁ ୧୨ ଲକ୍ଷ ଲୁଟ ଘଟଣା: ଜଣେ ଗିରଫ, ୯ ଲକ୍ଷ ଜବତ

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ପୋଡ ପାଟଣା ଅଞ୍ଚଳର ଶିକ୍ଷକ ଅଶୋକ କୁମାର ଖିଲାର ଏସବିଆଇ ମୁଖ୍ୟ ଶାଖାକୁ ୧୨ ଲକ୍ଷ ଟଙ୍କା ନେବା ପାଇଁ ଆସିଥିଲେ । ଯାହାକି ସହର ଜନଗହଳି ଅଞ୍ଚଳରେ ଅବସ୍ଥିତ ।

ଶିକ୍ଷକଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟ ଘଟଣାରେ ଗିରଫ, ୯ ଲକ୍ଷ ଟଙ୍କା ଉଦ୍ଧାର
ଶିକ୍ଷକଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟ ଘଟଣାରେ ଗିରଫ, ୯ ଲକ୍ଷ ଟଙ୍କା ଉଦ୍ଧାର

ତେବେ ପୂର୍ବ ପ୍ରସ୍ତୁତି ଅନୁଯାଇ ଦୁଇ ଜଣ ଦୁର୍ବୃତ୍ତ ସେ ଟଙ୍କା ବ୍ୟଙ୍କକୁ ଝାମ୍ପି ନେଇ ଏକ ପଲ୍ସର ବାଇକରେ ଛୁ ମାରିଥିଲେ । ସ୍ଥାନୀୟ କିଛି ଯୁବକ ଦୁର୍ବୃତ୍ତଙ୍କ ପିଛା କରି ବିଫଳ ହୋଇଥିଲେ । ଏନେଇ ଖବର ପାଇଁ ଭଦ୍ରକ ସହରାଅଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଶେଷରେ ଆସ୍କା ଥାନା ଅନ୍ତର୍ଗତ ଏମ ଶ୍ରୀକାନ୍ତଙ୍କୁ ମରାଠୀ ବାସା ଅଞ୍ଚଳରୁ ଗିରଫ କରିବା ସହ ୯ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଏନେଇ ଆଜି(ଶୁକ୍ରବାର) ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ଏଥିସହ ଜବତ ହୋଇଥିବା ୯ ଲକ୍ଷ ଟଙ୍କାକୁ ଶିକ୍ଷକ ଅଶୋକ କୁମାର ଖିଲାରଙ୍କୁ ପୋଲିସ ପକ୍ଷରୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Jun 24, 2022, 7:44 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.