ETV Bharat / state

ଭଦ୍ରକରେ କୋରୋନା ସଂକ୍ରମଣ ଚିନ୍ତାଜନକ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା - ଗୋଷ୍ଠୀ ସଂକ୍ରମଣ ଭଦ୍ରକ

ସୋମବାର 104 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1614ରେ ପହଞ୍ଚିଛି । ଏନେଇ ବର୍ତ୍ତମାନ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭଦ୍ରକ କୋରୋନା ଅପଡେଟ
ଭଦ୍ରକ କୋରୋନା ଅପଡେଟ
author img

By

Published : Aug 17, 2020, 3:52 PM IST

ଭଦ୍ରକ: ବଢୁଛି କୋରୋନା ସଂକ୍ରମଣ । ମାନି ଚଳିବାକୁ ହେବ ନିୟମ । ଯେତେ କଡାକଡି ନିୟମ ପାଳିବା, କୋରୋନାଠୁ ସେତେ ଦୂରରେ ରହିବା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ଟ୍ୱିଟ ଦର୍ଶାଉଛି ଯେ ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଶେଷରେ ଟ୍ୱିଟ କରି ସ୍ୱୀକାର କରିଛି ଜିଲ୍ଲା ପ୍ରଶାସନ । ସୋମବାର ଚିହ୍ନଟ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଯାହାକି ଗୋଷ୍ଠୀ ସଂକ୍ରମଣ ଆଡେ ଏହା ଗତି କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ସୋମବାର ଚିହ୍ନଟ 104 ଜଣଙ୍କ ମଧ୍ୟରୁ କେହିବି କ୍ୱାରେଣ୍ଟାଇନରେ ନଥିବାବେଳେ ସମସ୍ତେ, ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଏହା ଏବେ ମୁଣ୍ଡ ବ୍ୟଥାର କାରଣ ପଲଟିଛି ।

ଭଦ୍ରକ କୋରୋନା ଅପଡେଟ
ଭଦ୍ରକ କୋରୋନା ଅପଡେଟ

ସୋମବାର 104 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1614ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 936 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକି ଗତ 24 ଘଣ୍ଟା ମଧ୍ୟରେ 20 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ତେବେ ଅଦ୍ୟାବଧି 673 ଜଣ ଚିକିତ୍ସିତ ହେଉଛନ୍ତି ।

ଭଦ୍ରକ କୋରୋନା ଅପଡେଟ
ଭଦ୍ରକ କୋରୋନା ଅପଡେଟ

ଅନ୍ୟ ପକ୍ଷରେ କିଲର ଭାଇରସ କୋରୋନା ଜିଲ୍ଲାରେ 5ଟି ମୁଣ୍ଡ ନେଲାଣି । ଅଦ୍ୟାବଧି ଜିଲ୍ଲାରୁ ମୋଟ 32815ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.