ଭଦ୍ରକ: ବିପୁଳ ପରିମାଣର ବେଆଇନ ବାଣ ଜବତ ସହ ୨ ଜଣଙ୍କୁ ଅଟକ ରଖିଲା ଭଦ୍ରକ ପୁରୁଣା ବଜାର ପୋଲିସ । କୋରୋନା କଟକଣା ଯୋଗୁଁ ବାଣ ବିକ୍ରି ଉପରେ ରୋକ ଲଗାଇ ଥିବା ବେଳେ ଭଦ୍ରକ ସହରରେ ଚୋରାରେ ବିପୁଳ ପରିମାଣର ବାଣ ବିକ୍ରି ହେଉଥିଲା । ଏନେଇ ବିଶେଷ ସୂତ୍ରରୂ ଖବର ପାଇ ଭଦ୍ରକ ପୁରୁଣା ବଜାର ପୋଲିସ ଏକ ବାଣ ଗୋଦାମ ଉପରେ ଚଢ଼ାଉ କରିଥିଲା ।
ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଛି ପୋଲିସ । ଏଥିସହ ବାଣବିକ୍ରି କରିବା ଅଭିଯୋଗରେ 2 ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକ ଦେବାଶିଷ ମହାପାତ୍ର, ଇଟିଭି ଭାରତ