ETV Bharat / state

ବରଗଡ ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି, ଆଶା ଓ ଆଶଙ୍କାରେ ଚାଲିଛି କାରଖାନା - ଆଶା ଓ ଆଶଙ୍କାରେ ଚାଲିଛି କାରଖାନା

ଗୋଟେ ପଟେ ଶ୍ରମିକ ନିଜର ହକ ପାଇଁ ଜିଦରେ ଅଟଳ ଥିବା ବେଳେ କାରଖାନାର ଏଚଆର ମ୍ୟାନେଜରଙ୍କୁ ଶ୍ରମିକଙ୍କ ଆକ୍ରମଣ ଘଟଣା ପରେ କାରଖାନା କର୍ତୃପକ୍ଷ ମଧ୍ୟ ନିଜ ଜିଦରେ ଅଟଳ ରହିଛି । ଏପରି ସ୍ଥିତିରେ ଏହି ଗଣ୍ଡଗୋଳର ସମାଧାନ ଶୀଘ୍ର କରା ନଗଲେ ସ୍ଥିତି ଆଗକୁ ଅସମ୍ଭାଳ ହେବାର ସମ୍ଭାବନା ରହିଛି ।

workers-agitation-at-bargarh-cement-factory
ବରଗଡ ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି, ଆଶା ଓ ଆଶଙ୍କାରେ ଚାଲିଛି କାରଖାନା
author img

By

Published : Jun 19, 2020, 7:54 PM IST

ବରଗଡ: ଜିଲ୍ଲାରେ ବଞ୍ଚି ରହିଥିବା ଏକମାତ୍ର ବୃହତ ଶିଳ୍ପ ଅନୁଷ୍ଠାନ ACC ସିମେଣ୍ଟ କାରଖାନାରେ ଶ୍ରମିକ ଏବଂ କାରଖାନା କର୍ମଚାରୀଙ୍କ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ଥମିବାର ନାମ ନେଉନାହିଁ । ଦିନକୁ ଦିନ ଜଟିଳ ହେବାକୁ ଲାଗିଛି ଏହି ଗଣ୍ଡଗୋଳ । ଯାହା ଆଗାମୀ ଦିନରେ କାରଖାନା ପାଇଁ ଏବଂ ଏଠାରେ ନିର୍ଭର କରୁଥିବା ହଜାର ହଜାର ଶ୍ରମିକମାନଙ୍କ ପାଇଁ ସଙ୍କଟ ହୋଇପାରେ ।

ବରଗଡ ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି, ଆଶା ଓ ଆଶଙ୍କାରେ ଚାଲିଛି କାରଖାନା

ଗୋଟେ ପଟେ ଶ୍ରମିକ ନିଜର ହକ ପାଇଁ ଜିଦରେ ଅଟଳ ଥିବା ବେଳେ କାରଖାନାର ଏଚଆର ମେନେଜରଙ୍କୁ ଶ୍ରମିକଙ୍କ ଆକ୍ରମଣ ଘଟଣା ପରେ କାରଖାନା କର୍ତୃପକ୍ଷ ମଧ୍ୟ ନିଜ ଜିଦରେ ଅଟଳ ରହିଛି । ଏପରି ସ୍ଥିତିରେ ଏହି ଗଣ୍ଡଗୋଳର ସମାଧାନ ଶୀଘ୍ର କରା ନ ଗଲେ ସ୍ଥିତି ଆଗକୁ ଅସମ୍ଭାଳ ହେବାର ସମ୍ଭାବନା ରହିଛି ।

ଶ୍ରମିକମାନେ କାରଖାନାରେ କେବଳ କାମ ପାଇଁ ଏବଂ ଲକଡାଉନ ସମୟରେ ସରକାରଙ୍କ ନିର୍ଦେଶ ମୁତାବକ ଅର୍ଥ ଦାବି କରି ଆନ୍ଦୋଳନ କରୁଥିବା ବେଳେ କାରଖାନା କର୍ମଚାରୀ ଏଚଆର ସମୀର ରାଉତ ଶ୍ରମିକଙ୍କୁ ଦୁର୍ବ୍ୟବହାର କରିବା ସହିତ ନାନା ହଇରାଣ ହରକତ କରୁଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ । ଯାହାକୁ ନେଇ କାରଖାନା ସମ୍ମୁଖରେ ଶ୍ରମିକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଏଚଆର ରାଉତ । ଶ୍ରମିକମାନେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ ଏଚଆର ରାଉତଙ୍କୁ ଯାହା ପୂର୍ବରୁ କାରଖାନାର କୌଣସି ଏଚଆରଙ୍କୁ ଏପରି ଆକ୍ରମଣ ହୋଇନାହିଁ । ଏଚଆର ରାଉତଙ୍କ ଉପରେ ଶ୍ରମିକଙ୍କ ଆକ୍ରୋଶ ଏପରି ବଢିବାର କାରଣ ଶ୍ରମିକଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଶ୍ରମିକଙ୍କ ପେଟରୁ ଦାନା ଛଡାଇ ନେବା ମୁଖ୍ୟ କାରଣ ବୋଲି କହିଛନ୍ତି କାରଖାନାର ଶ୍ରମିକମାନେ । ତେବେ କାରଖାନା କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଥାନାରେ ଏତଲା କରାଯାଇଥିବା ବେଳେ ଟାଉନ ପୋଲିସ 4 ଜଣ ଶ୍ରମିକଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ବେଳେ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି ।

ଗିରଫ ଚାରି ଜଣଙ୍କୁ ଶୀଘ୍ର ଛଡ଼ାଯାଉ ଏବଂ ସମସ୍ତ କର୍ମଚାରୀଙ୍କୁ କାମ ଦେବା ସହିତ ଲକଡାଉନର ବକେୟା ଅର୍ଥ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ଶ୍ରମିକମାନେ । ଶ୍ରମିକଙ୍କ ଦାବି ପୂରଣ କରାନଯିବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ହଟିବେ ନାହି ବୋଲି ଜିଦରେ ଅଟଳ ଅଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ଏତେ ବଡ ଆନ୍ଦୋଳନ ଚାଲିଛି ହେଲେ କୌଣସି ଶ୍ରମିକ ନେତାଙ୍କ ଏଠାରେ ଦେଖା ନାହିଁ ସତେ ଯେପରି ବେକ ଡ଼ୋର ଗେମ ଚାଲିଛି ଏବଂ ଏହି ଆନ୍ଦୋଳନରେ ନିଆଁ ଲଗାଇବାରେ ପଛରେ ସମର୍ଥନ କରୁଛନ୍ତି ଶ୍ରମିକ ନେତାମାନେ ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.