ETV Bharat / state

ପଦ୍ମଶ୍ରୀ ହଳଧରଙ୍କ ମାଟିରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ - ବେଆଇନ ମଦ ବିକ୍ରି

ବରଗଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଘେଂସଠାରେ ବେଆଇନ ଭାବେ ମଦ ବିକ୍ରିକୁ ବନ୍ଦ କରିବାକୁ ଗ୍ରାମର ବହୁ ମହିଳା ସଙ୍ଗଠନ ଅଣ୍ଟା ଭିଡିଛନ୍ତି |

ପଦ୍ମଶ୍ରୀ ହଳଧରଙ୍କ ମାଟିରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ
author img

By

Published : Oct 15, 2019, 4:47 AM IST

ବରଗଡ: ପଦ୍ମଶ୍ରୀ ହଳଧର ନାଗଙ୍କର ପବିତ୍ର ମାଟିରେ ମଦ ବିକ୍ରି ବନ୍ଦ କରିବା ପାଇଁ ଘେଂସ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସୋମବାର ଆନ୍ଦୋଳନକୁ ଓହ୍ଲାଇ ମଦ ଦୋକାନରେ ତାଲା ପକାଇଥିଲେ | ଗ୍ରାମର ବହୁ ମହିଳା ସଙ୍ଗଠନ ଏକତ୍ରିତ ହୋଇ ମଦ ବିରୋଧୀ ଆନ୍ଦୋଳନ କରିଥିଲେ ।

ମଦନିଶା ପ୍ରଭାବରେ ଘରେ ଘରେ ପାରିବାରିକ ହିଂସା, ମହିଳାମାନେ ନିର୍ଯାତିତ, ବୃଦ୍ଧାବସ୍ଥା ପୂର୍ବରୁ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ପୁରୁଷଙ୍କ ମୃତ୍ୟୁ, ରାସ୍ତାଘାଟରେ ମହିଳାଙ୍କୁ ଅସଭ୍ୟ ବ୍ୟବହାର କରୁଥିବା ଆଦି ନାନା ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ସୋମବାର ବରଗଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଘେଂସଠାରେ ବେଆଇନ ଭାବେ ମଦ ବିକ୍ରିକୁ ବନ୍ଦ କରିବାକୁ ଗ୍ରାମର ବହୁ ମହିଳା ସଙ୍ଗଠନ ଅଣ୍ଟା ଭିଡିଛନ୍ତି | ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମଦ ବିରୋଧୀ ସ୍ଲୋଗାନ ଲେଖାଥିବା ବ୍ୟାନର ଓ ଫ୍ଲାଏ କାର୍ଡ ଧରି ସ୍ଲୋଗାନ ସହିତ ସମଗ୍ର ଗ୍ରାମରେ ପରିକ୍ରମା କରିଥିଲେ । ଏହାସହ ମଦବିକ୍ରି ସ୍ଥାନରେ ପହଞ୍ଚି ସେଠାରେ ମଦ ଦୋକାନରେ ତାଲା ପକାଇଥିଲେ |

ପଦ୍ମଶ୍ରୀ ହଳଧରଙ୍କ ମାଟିରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ

ଶତାଧିକ ମହିଳା ମେଳଛାମୁଣ୍ଡା ଥାନାକୁ ଘେରାଉକରିଥିଲେ ଏବଂ ମଦବିକ୍ରି ବନ୍ଦ କରି ମଦ ବିକାଳିଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ | ତେବେ ଥାନା ଅଧିକାରୀ ସପ୍ନାରାଣୀ ଗଛାଯତ ମହିଳାଙ୍କୁ ମଦ ବିକ୍ରି ବନ୍ଦ ହେବାର ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଆନ୍ଦୋଳନରୁ ଓହରିଥିଲେ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ପଦ୍ମଶ୍ରୀ ହଲଧର ନାଗ ଙ୍କର ମାଟି ତଥା ବୀର ମାଧୋ ସିଂ ଙ୍କ ପବିତ୍ର ମାଟିରେ ମଦ ବିକ୍ରି ବନ୍ଦ କରିବା ପାଇଁ ଘେଂସ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଆଜି ଆନ୍ଦୋଳନକୁ ଅହଲ୍ଲାଇ ମଦ ଦୋକାନରେ ତାଲା ପକାଇଲେ | ଗ୍ରାମର ବହୁ ମହିଳା ସଂଗଠନ ଏକତ୍ରିତ ହୋଇ ଆଜି ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି |
Body:ମଦନିଶା ପ୍ରଭାବରେ ଘରେ ଘରେ ପାରିବାରିକ ହିଂସା ଯୋଗୁଁ ମହିଳା ମାନେ ନିର୍ଯାତିତ ହେଉଥିବା , ବୃଦ୍ଧାବସ୍ଥା ପୂର୍ବରୁ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ପୁରୁଷ ମାନଙ୍କ ମୃତ୍ୟୁ ଘଟୁଥିବା ବେଳେ ମହିଳା ମାନେ ବିଧବା ହେଉଥିବା , ରାସ୍ତାଘାଟରେ ମହିଳା ମାନଙ୍କୁ ଅସଭ୍ୟ ବ୍ୟବହାର କରୁଥିବା , ନାନା ଦୁର୍ଘଟଣା ଘଟୁଥିବା ଏହି ଭଳି ବିଭିନ୍ନ ସମସ୍ୟା କୁ କେନ୍ଦ୍ର କରି ଆଜି ବରଗଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଘେଂସ ଠାରେ ବେଆଇନ ଭାବେ ମଦବିକ୍ରୀକୁ ବନ୍ଦ କରିବାକୁ ଗ୍ରାମର ବହୁ ମହିଳା ସଙ୍ଗଠନ ଅଣ୍ଟା ଭିଡିଛନ୍ତି | ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମଦବିରୋଧୀ ସ୍ଲୋଗାନ ଲେଖଥିବା ବେନର ଓ ଫ୍ଲାଏ କାର୍ଡ ଧରି ସ୍ଲୋଗାନ ସହିତ ସମଗ୍ର ଗ୍ରାମରେ ପରିକ୍ରମା କରି ମଦବିକ୍ରି ସ୍ଥଳକୁ ପହଞ୍ଚି ସେଠାରେ ମଦ ଦୋକାନରେ ତାଲା ପକାଇଥିଲେ | ଶତାଧିକ ମହିଳା ମେଳଛାମୁଣ୍ଡା ଥାନାକୁ ଘେରାଉକରିଥିଲେ ଏବଂ ମଦବିକ୍ରି ବନ୍ଦ କରି ମଦ ବିକାଳି ମାନଙ୍କୁ ଗିରଫ କରିବା ପାଇଁ ଦାବିକରିଥିଲେ | ତେବେ ଥାନା ଅଧିକାରୀ ସପ୍ନାରାଣୀ ଗଛାଯତ ମହିଳା ମାନଙ୍କୁ ମଦ ବିକ୍ରି ବନ୍ଦ ହେବାର ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଆନ୍ଦୋଳନରୁ ଓହରିଥିଲେ |

ବାଇଟ ୧ - ସପ୍ନା ସାହୁ ( ଗ୍ରାମବାସୀ )
ବାଇଟ ୨- ଗୁରୁବାରି ମେହେର ( ଗ୍ରାମବାସୀ )
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.