ETV Bharat / state

ରାତି ପାହିଲେ ନୂଆଁଖାଇ, ପ୍ରଥମେ ମାଁ ସମଲେଶ୍ବରୀଙ୍କ ଠାରେ ଭୋରରୁ ହେବ ନବାନ୍ନ ଲାଗି - ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ

ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ପ୍ରଥମେ ମାଁ ସମଲେଶ୍ବରୀଙ୍କ ଠାରେ ଭୋରରୁ ହେବ ନବାନ୍ନ ଲାଗି ଏହାପରେ ସମସ୍ତେ ପାଳନ କରିବେ ନୂଆଁଖାଇ । ଭାଇଚାରାର ପର୍ବ ନୂଆଁଖାଇ କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଲୋକଙ୍କ ମଧ୍ୟରେ ନାହିଁ ଉତ୍ସାହ ଓ ଉଦ୍ଦୀପନା । ଅଧିକ ପଢନ୍ତୁ...

ରାତି ପାହିଲେ ନୂଆଁଖାଇ, ପ୍ରଥମେ ମାଁ ସମଲେଶ୍ବରୀଙ୍କ ଠାରେ ଭୋରରୁ ହେବ ନବାନ୍ନ ଲାଗି

author img

By

Published : Aug 22, 2020, 10:46 PM IST

ବରଗଡ: ସକାଳ ପାହିଲେ ପଶ୍ଚିମ ଓଡିଶାର ବୃହତ ଗଣପର୍ବ ନୂଆଁଖାଇ । ହେଲେ ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ ପୂର୍ବପରି ସେତେଟା ଉତ୍ସାହ ଲୋକଙ୍କ ଭିତରେ ଦେଖିବାକୁ ମିଳୁନାହିଁ । ନୂଆଁଖାଇର ଆଠଦିନ ପୂର୍ବରୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଚଳ ଚଞ୍ଚଳ ହୋଇପଡିଥାଏ ମାତ୍ର ଚଳିତ ବର୍ଷ କିନ୍ତୁ ସେପରି ଦୃଶ୍ୟ ଦେଖିବାକୁ ମିଳିନାହିଁ । ଚଳିତ ବର୍ଷ ଏହି ଭାଇଚାରାର ପର୍ବକୁ ବ୍ୟକ୍ତିଗତ ଭାବରେ ଲୋକେ ଘରେ ଘରେ ପାଳନ କରିବେ ସତ କିନ୍ତୁ ମହାମାରୀ ଭୟ ଚଳିତ ନୂଆଁଖାଇ ପର୍ବକୁ ଫିକା କରିଦେଇଛି ।

ରାତି ପାହିଲେ ନୂଆଁଖାଇ, ପ୍ରଥମେ ମାଁ ସମଲେଶ୍ବରୀଙ୍କ ଠାରେ ଭୋରରୁ ହେବ ନବାନ୍ନ ଲାଗି

ପଶ୍ଚିମ ଓଡିଶାର ବୃହତ ପର୍ବ ନୂଆଁଖାଇରେ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗିଥାଏ ଏବଂ ପରେ ଲଗ୍ନ ଅନୁସାରେ ଜନସାଧାରଙ୍କ ନବାନ୍ନ ଲାଗି ହୋଇଥାଏ । ବରଗଡର ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ପୂର୍ବ ଧାର୍ଯ୍ୟ ଗୁପ୍ତ ସମୟ ଅନୁଯାୟୀ ଆସନ୍ତାକାଲି ଭାଦ୍ରବ ଶୁକ୍ଲ ପଞ୍ଚମୀ ତିଥିରେ ସକାଳ ପାହିବା ପୂର୍ବରୁ ସୁନସାନ ନିଝାଟ ସମୟରେ ଦେବୀ ମାଁ ଙ୍କ ଠାରେ ନବାନ୍ନ ଭୋଗ ଲାଗିବ । ପରମ୍ପରା ଅନୁଯାୟୀ ମାଁଙ୍କ ଠାରେ କେତେବେଳେ ନବାନ୍ନ ଭୋଗ ଲଗାହୁଏ, ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ତେବେ ଦେବୀ ମାଁଙ୍କ ଠାରେ ନବାନ୍ନ ଲାଗିସାରିବା ପରେ ସକାଳ ୯ ଟା ୩୫ ମିନିଟ ରୁ ୧୦ ଟା ୦୫ ମିନିଟ ମଧ୍ୟରେ ସର୍ବସାଧାରଣ ନବାନ୍ନ ଭକ୍ଷଣ କରିବାର ଲଗ୍ନ ଧାର୍ଯ୍ୟ କରାଯାଇଛି ।

ତେବେ ଚଳିତ ବର୍ଷ କରୋନା ମହାମାରୀ ଭିତରେ ନୂଆଁଖାଇ ପର୍ବ କଟକଣା ମଧ୍ୟରେ ସର୍ବ ସାଧାରଣରେ ପାଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏହି ପର୍ବକୁ ବ୍ୟକ୍ତିଗତ ଭାବେ ନିଜ ଘରେ ଲୋକେ ପାଳନ କରିବେ । କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବା ସାମୂହିକ କାର୍ଯ୍ୟକ୍ରମ ମଧ୍ୟ ମନା କରାଯାଇଥିବାରୁ ଚଳିତ ଥର ପଶ୍ଚିମ ଓଡିଶାର ସର୍ବବୃହତ ଗଣପର୍ବ ନୂଆଁଖାଇ ଫିକା ପଡିବ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.