ବରଗଡ଼: ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଜିଲ୍ଲାପାଳ ମନୀଷା ବନର୍ଜୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭିତ୍ତିଭୂମି ଏବଂ କୃଷି କ୍ଷେତ୍ରରେ ବିକାଶକୁ ନେଇ ବରଗଡ଼ ଜିଲ୍ଲାକୁ ପୁରସ୍କୃତ କରାଯାଇଥିବାରୁ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପଶ୍ଚିମ ଓଡ଼ିଶା କଳାକାର ମହାସଂଘ । (The India Today) ଇଣ୍ତିଆ ଟୁଡେ ଦ୍ବାରା ବିଭିନ୍ନ କ୍ଷେତ୍ରରେ ବିକାଶକୁ ନେଇ କରାଯାଇଥିବା ସର୍ଭେ କରାଯାଇଥିଲା । ବରଗଡ ଜିଲ୍ଲା ଭିତ୍ତିଭୂମି କ୍ଷେତ୍ରରେ ଉନ୍ନତମାନର ଓ କୃଷି କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛି l
29 ଅପ୍ରେଲ 2022 ରେ କିଟ ଅଡୋଟୋରିୟମ, ଭୁବନେଶ୍ବର ଠାରେ State of the State Conclave (SOTs) କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆୟୋଜିତ ଏହି ଉତ୍ସବରେ ବରଗଡ଼ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏନେଇ ପଶ୍ଚିମ ଓଡିଶା କଳାକାର ମହାସଂଘ ତରଫରୁ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କଳାକାର ମହାସଂଘ ସଭାପତି ଚୈତନ୍ୟ ପାଇକ କହିଛନ୍ତି ଯେ ଜିଲ୍ଲାପାଳ ଜିଲ୍ଲା ଜନସାଧାରଣଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଛି । ଏହିଭଳି ପ୍ରଶାସନ ଅନବରତ ଜାଗ୍ରତ ପ୍ରହରୀ ପ୍ରାୟ ରହିଲେ ଜିଲ୍ଲାର ମଙ୍ଗଳ ସୁନିଶ୍ଚିତ ବୋଲି କହିଛନ୍ତି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ