ETV Bharat / state

Padmapur ByPoll: କମିଲା ମତଦାନ ସମୟ ଅବଧି, ସର୍ବଦଳୀୟ ବୈଠକରେ ନିଷ୍ପତ୍ତି - ପଦ୍ମପୁର ଉପନିର୍ବାଚନ

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି । ପଦ୍ମପୁର ଉପନିର୍ବାଚନ (Padmapur Bypoll)ରେ କମିଲା ମତଦାନ ସମୟ ଅବଧି । ସର୍ବଦଳୀୟ ବୈଠକ ପରେ ରାଜନୈତିକ ଦଳ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Padmapur ByPoll: କମିଲା ମତଦାନ ସମୟ ଅବଧି, ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

author img

By

Published : Nov 14, 2022, 5:32 PM IST

Updated : Nov 14, 2022, 5:39 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ (Padmapur Bypoll) ପାଇଁ ସିଇଓ ଡ଼ାକିଥିବା ସର୍ବଦଳୀୟ ବୈଠକ (All party Meeting)ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଉପନିର୍ବାଚନ ଲାଗି ମତଦାନ ସମୟ ଅବଧିକୁ ହ୍ରାସ କରାଯାଇଛି (Voting Period for Padmapur Bypoll) । ଶୀତ ଦିନ ଏବଂ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଭୋଟିଂ ସମୟ କମାଯାଇଛି । ଭୋଟିଂ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ହେବ ବୋଲି ଜଣାପଡ଼ିଛି ।

Padmapur ByPoll: କମିଲା ମତଦାନ ସମୟ ଅବଧି, ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

ଧାମନଗର ପରେ ପଦ୍ମପୁର ଉପନିର୍ବାଚନ ଲାଗି ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ରାଜ୍ୟର ପ୍ରମୁଖ ଦଳ ବିଜୟ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏପଟେ ଉପନିର୍ବାଚନ ପାଇଁ ସିଇଓ ଡ଼ାକିଥିବା ସର୍ବଦଳୀୟ ବୈଠକରେ ମତଦାନ ସମୟ ଅବଧିକୁ ହ୍ରାସ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ରାଜନୈତିକ ଦଳ । ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଦାବି କରିଛନ୍ତି । ବିରୋଧୀ ମାନେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେଉନି ବୋଲି ଅଭିଯୋଗ କରିଛନ୍ତି । ଜବାବରେ ଶାସକ ଦଳ କହିଛି ଯେ ନିର୍ବାଚନ ପ୍ରକ୍ରିୟା ନିୟମ ଅନୁସାରେ ହେଉଛି ।

ଏହା ବି ପଢନ୍ତୁ- Padmapur Bypoll: ବିଜେଡି ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟା ରଖିଲେ ବର୍ଷା, କହିଲେ ବାପାଙ୍କ ଅଧୁରା କାମ ପୂରଣ କରିବି

ଏହି ଉପନିର୍ବାଚନ ଲାଗି ବିଜେଡି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷା ସିଂହ ବରିହା (Barsha Singh Bariha declared as BJD Candidate)ଙ୍କୁ ଟିକେଟ ଦେଇଛି । ସେପଟି ବିଜେପି ପ୍ରଦୀପ ପୁରୋହିତଙ୍କୁ ନିର୍ବାଚନୀ ମୈଦାନକୁ ଛାଡ଼ିଥିବା ବେଳେ କଂଗ୍ରେସ ବରିଷ୍ଠ ନେତା ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ନିଜକୁ ଆଶାୟୀ ବୋଲି କହୁନଥିବା ସତ୍ୟ ଭୂଷଣ ସାହୁ ଆଜି ହଠାତ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ ଛିଡା ହୋଇଛନ୍ତି ଏବଂ କଂଗ୍ରେସ ଦଳ ତାଙ୍କୁ ଅର୍ଥ ବଳ ଓ ବାହୁବଳ ସହିତ ନିର୍ବାଚନୀ ମୈଦାନରେ ସହାୟ ହେବ ବୋଲି ସେ କହିଛନ୍ତି ।

ତାଙ୍କୁ କଂଗ୍ରେସ ଦଳ ଭରସା କରି ଟିକେଟ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ଡିସେମ୍ବର ୫ ତାରିଖରେ ବରଗଡ ଜିଲ୍ଲା ପଦ୍ମପୁରରେ ଉପନିର୍ବାଚନ ହେବ । ଧାମନଗର ଉପନିର୍ବାଚନରେ ବିଜେପି ଦଳର ବିଜୟ ପରେ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବିଜେପି ଦଳ ବିଜୟୀ ହେବାର ଆଶା ରଖିଛି । ସେପଟେ ବିଜେଡି ପାଇଁ ପଦ୍ମପୁର ଉପନିର୍ବାଚନ ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି । ଏପରି ପରିସ୍ଥିତିରେ କଂଗ୍ରେସ ଦଳ କିପରି ନିର୍ବାଚନରେ ନିଜର ସମ୍ମାନ ବଜାୟ ରଖିବ ସେ ନେଇ ଦଳ ପ୍ରୟାସ କରିବ ନିଶ୍ଚିତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 14, 2022, 5:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.