ETV Bharat / state

ଗାଇସିଲେଟ ଅଞ୍ଚଳକୁ ପଶି ଆସିଲେ ୩୦ରୁ ୪୦ ହାତୀ, ଭୟରେ ଥରହର ଗ୍ରାମବାସୀ - ବରଗଡ ହାତୀ ଆତଙ୍କ

ଗତ ବିଳମ୍ୱିତ ରାତିରେ ଗାଇସିଲେଟ ଅଞ୍ଚଳକୁ 30ରୁ 40 ଗୋଟି ହାତୀ ବଲାଙ୍ଗୀର ଜିଲ୍ଲାର ଛେଲିଆ ପାଟ ଜଙ୍ଗଲରୁ ଆସି ଉତ୍ପାତ ମଚାଇଥିବାବେଳେ ହାତୀ ଆତଙ୍କକୁ ନେଇ ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି । ଅଧିକ ପଢନ୍ତୁ

ଜଙ୍ଗଲୀ ହାତୀ ଆତଙ୍କ: ଭୟଭୀତ ଗ୍ରାମବାସୀ
ଜଙ୍ଗଲୀ ହାତୀ ଆତଙ୍କ: ଭୟଭୀତ ଗ୍ରାମବାସୀ
author img

By

Published : Dec 16, 2021, 5:40 PM IST

ବରଗଡ଼: ଜିଲ୍ଲାର ଗାଇସିଲେଟ ଅଞ୍ଚଳରେ ହାତୀ ଆତଙ୍କ । ଗାଁ ମୁଁହା ହୋଇଥିବା ଜଙ୍ଗଲୀ ହାତୀଙ୍କ ଉପଦ୍ରବ କାରଣରୁ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ । ବହୁ ଧାନ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗି ଚାଲିଯାଇଛନ୍ତି ହାତୀପଲ । ଅନ୍ୟପଟେ ଜଙ୍ଗଲ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବାକୁ ଜାରି ରହିଛି ଉଦ୍ୟମ ।

ଜଙ୍ଗଲୀ ହାତୀ ଆତଙ୍କ: ଭୟଭୀତ ଗ୍ରାମବାସୀ
ଗତ ବିଳମ୍ୱିତ ରାତିରେ ଗାଇସିଲେଟ ଅଞ୍ଚଳକୁ 30ରୁ 40 ଗୋଟି ହାତୀ ବଲାଙ୍ଗୀର ଜିଲ୍ଲାର ଛେଲିଆ ପାଟ ଜଙ୍ଗଲରୁ ଆସି ଉତ୍ପାତ ମଚାଇଥିବା ବେଳେ ହାତୀ ଆତଙ୍କକୁ ନେଇ ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି । ଗାଇସିଲେଟ ବ୍ଲକ ରାଇସଲ ପଦର ପଞ୍ଚାୟତ ଅମଳିପାଲି ଗ୍ରାମର ଦୀନବନ୍ଧୁ ସାହୁଙ୍କ ପାଳ ଘର ଭାଙ୍ଗିବା ସହିତ ଖଳାରେ ଥିବା ଧାନକୁ ଫିଙ୍ଗି ରାସ୍ତା କଡ଼ରେ ପକାଇ ନଷ୍ଟ କରିଦେଇଛନ୍ତି ହାତୀ ପଲ । ଚଳିତ ବର୍ଷ ଖରା ମାସରେ ଅମଳିପାଲି ନିକଟ ଉମରାଡ଼ ଓ ନାଥପାଲି ଗ୍ରାମରେ ହାତୀ ଆକ୍ରମଣରେ ୨ଜଣ ବ୍ୟକ୍ତିଙ୍କ ପ୍ରାଣ ଯାଇଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଗରୁ ଏପଟକୁ ହାତୀ ଆସୁନଥିଲେ କିନ୍ତୁ, ଗତବର୍ଷରୁ ହାତୀ ଏଇ ରାସ୍ତା ଦେଇ ଆସୁଛନ୍ତି ଓ ଏକର ଏକର ଚାଷ ଜମି ମାଡି ନଷ୍ଟ କରିଦେଇଛନ୍ତି । ଏନେଇ ଗାଇସିଲେଟ ବନବିଭାଗ କ୍ଷତିଗ୍ରସ୍ତ ଅଞ୍ଚଳକୁ ପହଞ୍ଚି କ୍ଷତିପୂରଣ ଦେବା ନେଇ ପ୍ରତିଶ୍ରୁତି ଦେଇଥିବାବେଳେ କିନ୍ତୁ କମ୍ ମୂଲ୍ୟ ଘୋଷଣା ପାଇଁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ତ୍ତମାନ ମଧ୍ୟ ଆଖ ପାଖ ଅଞ୍ଚଳରେ ହାତୀ ଥିବାର ସୂଚନା ବନବିଭାଗ ଦେଇଥିବା ବେଳେ ଏହି ହାତୀପଲକୁ ଘଉଡାଇବାକୁ ଜୋରଦାର ଉଦ୍ୟମ କରାଯାଉଛି ଏବଂ ଯେଉଁ ଚାଷୀଙ୍କ ଫସଲ କ୍ଷତି ହୋଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ବରଗଡ଼ ବନଖଣ୍ଡ ବିଭାଗର ରେଞ୍ଜର ।

ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.