ETV Bharat / state

ମଦଭାଟି ଖୋଲିବାକୁ ବିରୋଧ, ଗ୍ରାମବାସୀଙ୍କ ପ୍ରତିବାଦ - protest against to reopen liquor shop

ମଦମୁକ୍ତ ଗ୍ରାମ ଭାବରେ ପରିଚିତ ଥିବା ବରଗଡର ବରଡୋଳ ଗ୍ରାମରେ ଖୋଲିବ ସରକାରୀ ମଦଭାଟି । ଏହାକୁ ପ୍ରତିବାଦ କରୁଛନ୍ତି ଗ୍ରାମବାସୀ ।

ମଦମୁକ୍ତ ଗାଁରେ ଖୋଲିବ ସରକାରୀ ମଦଭାଟି, ପ୍ରତିବାଦ କରୁଛନ୍ତି ଗ୍ରାମବାସୀ

author img

By

Published : Dec 31, 2019, 5:25 PM IST

ବରଗଡ଼: ମଦଭାଟି ନିର୍ମାଣକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କଲେ ବରଗଡ଼ ବ୍ଲକର ବରଡୋଳ ଗ୍ରାମବାସୀ । ମଦମୁକ୍ତ ଗ୍ରାମ ଭାବରେ ପରିଚିତ ଥିବା ବରଡୋଳ ଗ୍ରାମପଞ୍ଚାୟତର ବରଡୋଳ ଗ୍ରାମରେ ସରକାର ଖୋଲିବେ ଦେଶୀମଦ ଭାଟି । ଯାହାକୁ ନେଇ ଜିଲାପାଳଙ୍କଠାରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ମଦମୁକ୍ତ ଗାଁରେ ଖୋଲିବ ସରକାରୀ ମଦଭାଟି, ପ୍ରତିବାଦ କରୁଛନ୍ତି ଗ୍ରାମବାସୀ

ମଦ ପାଇଁ ସମାଜରେ ଅପରାଧ ସହିତ ବହୁ ଧନ ଜୀବନ ନଷ୍ଟ ହେଉଥିବାରୁ ରାଜ୍ୟରେ ମହିଳାମାନଙ୍କ ମଦବିରୋଧୀ ଆନ୍ଦୋଳନ ବଢିଚାଲିଛି । ସେପଟେ କିନ୍ତୁ ସରକାର ମଦକୁ ଅଧିକ ମାତ୍ରାରେ ବିକ୍ରି କରିବା ପାଇଁ ଗାଁ ଗାଁ ମାନଙ୍କରେ ମଦ ଦୋକାନ ଖୋଲିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ସେଥିରେ ଜନସାଧାରଣଙ୍କ ଅସନ୍ତୋଷ ଏବେ ଆନ୍ଦୋଳନର ରୂପ ନେବାକୁ ଲାଗିଛି । ବରଗଡ଼ ବ୍ଲକ ବରଡୋଳ ବାସିନ୍ଦା ମଦବିରୋଧୀ ଆନ୍ଦୋଳନ ଚଳାଇ ୨୦୧୮ ମସିହାରୁ ସେଠାରେ ମଦ ବିକ୍ରି କାରବାର ବନ୍ଦ କରାଇବା ସହିତ ଗ୍ରାମବାସୀ ଏକ ହୋଇ ମଦମୁକ୍ତି ଅଭିଯାନରେ ସଫଳ ହୋଇପାରିଥିଲେ ।

ଯାହାକୁ ନେଇ ବରଡୋଳ ଗ୍ରାମକୁ ଜିଲାରେ ବହୁ ସମ୍ମାନ ମିଳିଥିଲା ଏବଂ ମଦମୁକ୍ତି ଅଭିଯାନରେ ସଫଳ ହୋଇ ଉଦାହରଣ ପାଲଟିଥିଲା । କିନ୍ତୁ ଡ଼ିସେମ୍ବର 13 ତାରିଖରେ ସରକାରଙ୍କ ପତ୍ର ସଂଖ୍ୟା ୧୭୬୪ ଅନୁଯାୟୀ ବରଡୋଳ ଗ୍ରାମପଞ୍ଚାୟତର ବରଡୋଳ ଗ୍ରାମରେ ଦେଶୀ ମଦଭାଟି ପାଇଁ ଅନୁମତି ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରି ଏହି ମଦଭାଟି ନିର୍ମାଣ ଅନୁମତିକୁ ସ୍ଥଗିତ କରାଯାଉ ବୋଲି ଦାବି କରିଛନ୍ତି । ସରକାର ଗ୍ରାମବାସୀଙ୍କ ଦାବିକୁ ନମାନିଲେ, ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବନ୍ଦ କରି ଅଚଳ କରିଦେବେ ବୋଲି ଧମକ ଦେଇଛନ୍ତି ଗ୍ରାମବାସୀ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ମଦଭାଟି ନିର୍ମାଣକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କଲେ ବରଗଡ଼ ବ୍ଲକର ବରଡୋଳ ଗ୍ରାମବାସୀ । ମଦମୁକ୍ତ ଗ୍ରାମ ଭାବରେ ପରିଚିତ ଥିବା ବରଡୋଳ ଗ୍ରାମପଞ୍ଚାୟତ ର ବରଡୋଳ ଗ୍ରାମରେ ସରକାର ଖୋଲିବେ ଦେଶୀମଦ ଭାଟି ଯାହାକୁ ନେଇ ଜିଲାପାଳଙ୍କ ଠାରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Body:ମଦ ପାଇଁ ସମାଜରେ ଅପରାଧ ସହିତ ବହୁ ଧନ ଜୀବନ ନଷ୍ଟ ହେଉଥିବାରୁ ରାଜ୍ୟରେ ମହିଳା ମାନଙ୍କ ମଦବିରୋଧୀ ଆନ୍ଦୋଳନ ବଢିଚାଲିଥିବା ବେଳେ କିନ୍ତୁ ସରକାର ମଦକୁ ଅଧିକ ମାତ୍ରାରେ ବିକ୍ରି କରିବା ପାଇଁ ଗାଁ ଗାଁ ମାନଙ୍କରେ ମଦ ଦୋକାନ ଖୋଲିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ସେଥିରେ ଜନସାଧାରଣ ଙ୍କ ଅସନ୍ତୋଷ ଏବେ ଆନ୍ଦୋଳନର ରୂପ ନେବାକୁ ଲାଗିଛି । ବରଗଡ଼ ବ୍ଲକ ବରଡୋଳ ଗ୍ରାମର ବାସିନ୍ଦା ମଦବିରୋଧୀ ଆନ୍ଦୋଳନ ଚଳାଇ ୨୦୧୮ ମସିହାରୁ ସେଠାରେ ମଦ ବିକ୍ରି କାରବାର ବନ୍ଦ କରାଇବା ସହିତ ଗ୍ରାମବାସୀ ଏକ ହୋଇ ମଦମୁକ୍ତି ଅଭିଯାନରେ ସଫଳ ହୋଇପାରିଥିଲେ । ଯାହାକୁ ନେଇ ବରଡୋଳ ଗ୍ରାମକୁ ଜିଲାରେ ବହୁ ସମ୍ମାନ ମିଳିଥିଲା ଏବଂ ମଦମୁକ୍ତି ଅଭିଯାନରେ ସଫଳ ହୋଇ ଉଦାହରଣ ସ୍ୱରୂପ ହୋଇପାରିଥିଲା । କିନ୍ତୁ ଗତ ୧୩ ଡ଼ିସେମ୍ବର ମାସରେ ସରକାରଙ୍କ ପତ୍ର ସଂଖ୍ୟା ୧୭୬୪ ଅନୁଯାୟୀ ବରଡୋଳ ଗ୍ରାମପଞ୍ଚାୟତର ବରଡୋଳ ଗ୍ରାମରେ ଦେଶୀ ମଦଭାଟି ପାଇଁ ଅନୁମତି ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି ଏବଂ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରି ଏହି ମଦଭାଟି ନିର୍ମାଣ ଅନୁମତି କୁ ସ୍ଥଗିତ କରାଯାଉ ବୋଲି ଦାବୀକରିଛନ୍ତି । ସରକାର ଗ୍ରାମବାସୀଙ୍କ ଦାବୀକୁ ନମାଣିଲେ ଓ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବନ୍ଦ କରି ଅଚଳ କରିଦିଆଯିବ ବୋଲି ଧମକ ଦେଇଥିଲେ।
ବାଇଟ ୧- ଲିପିସିତ ମିଶ୍ର ( ସମାଜସେବୀ)
ବାଇଟ ୨- ବୁଲୁ ଭୋଇ ( ଯୁବ ସମାଜ ସଭାପତି , ବରଡୋଳ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.