ETV Bharat / state

70 ବର୍ଷ ପରେ ପୁଣି ବିସ୍ଥାପିତ ହୋଇ ଖୁସି ଲାମ୍ବିପାଲି ଗ୍ରାମବାସୀ - ବରଗ଼ଡ ବିସ୍ଥାପିତଙ୍କୁ ସାହାଯ୍ୟ କଲେ ରାଜ୍ୟ ସରକାର

70 ବର୍ଷ ପୂର୍ବରୁ ହୀରାକୁଦରୁ ବିସ୍ଥାପିତ ହୋଇଥିବା 42 ପରିବାରକୁ ରାଜ୍ୟ ସରକାର ( Odisha Government) 15 ଲକ୍ଷ ଟଙ୍କା ସାଙ୍ଗକୁ 10 ଡ଼ିସିମିଲ ଜାଗା ସହ ଘର ନିର୍ମାଣ କରି ଯୋଗାଇଦେଇଛନ୍ତି । ଅଧିକ ପଢନ୍ତୁ

70 ବର୍ଷ ପରେ ପୁଣି ବିସ୍ଥାପିତ ହୋଇ ଖୁସି ଲାମ୍ବୀପାଲି ଗ୍ରାମବାସୀ

author img

By

Published : Dec 5, 2021, 7:27 AM IST

ବରଗଡ: ବିସ୍ଥାପିତ ( Lambipalli Displaced families )ହେଲେ 70 ବର୍ଷ ପୂର୍ବରୁ ହୀରାକୁଦରୁ ବିସ୍ଥାପିତ ହୋଇଥିବା 42 ପରିବାର । ଏଥର କିନ୍ତୁ ବିସ୍ଥାପିତ ହୋଇ ଖୁସିରେ ଅଛନ୍ତି ଏହି ପରିବାର । କାରଣ ପ୍ରତ୍ୟେକ ବିସ୍ଥାପିତ ପରିବାରକୁ ରାଜ୍ୟସରକାର ( Odisha Government) 15ଲକ୍ଷ ଟଙ୍କା ସାଙ୍ଗକୁ 10 ଡ଼ିସିମିଲ ଜାଗା ସହ ଘର ନିର୍ମାଣ କରି ଯୋଗାଇଦେଇଛନ୍ତି । ମୌଳିକ ସୁବିଧା (Basic facilities )ସହ ବିଭିନ୍ନ ଯୋଜନାରେ ସାମିଲ ହେବେ ବିସ୍ଥାପିତ । ଫଳରେ ଗମନାଗମନର ସୁବିଧା ସାଙ୍ଗକୁ ବିସ୍ଥାପିତଙ୍କ ସହ ଯୋଡ଼ିହେବ ବିକାଶର ନୂଆ ଫର୍ଦ୍ଦ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Chief Minister Naveen Patnaik )ଙ୍କୁ କୃତଜ୍ଞତା ଜଣାଇଛନ୍ତି ବିସ୍ଥାପିତ ପରିବାର ।

70 ବର୍ଷ ପରେ ପୁଣି ବିସ୍ଥାପିତ ହୋଇ ଖୁସି ଲାମ୍ବୀପାଲି ଗ୍ରାମବାସୀ

ସୂଚନାଅନୁଯାୟୀ ପ୍ରାୟ 70ବର୍ଷ ପୂର୍ବରୁ ହୀରାକୁଦ ବୁଡ଼ି ଅଞ୍ଚଳରେ ପରିଣତ ହୋଇଥିବା ସାହାଜବାହାଲ ଗାଁର କିଛି ପରିବାର ନିଜ ଭିଟାମାଟିକୁ ଛାଡ଼ି ବାରପାହାଡ ଡେବ୍ରିଗଡ଼ର ଘଞ୍ଚ ଅରଣ୍ୟ ମଧ୍ୟରେ ଆଶ୍ରୟ ନେଇଥିଲେ । ଏହା ପରେ ଉକ୍ତ ସ୍ଥାନ ଲାମ୍ବିପାଲି ନାମକ ଗାଁରେ ପରିଣତ ହୋଇଥିଲା। ହେଲେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ସନ୍ଧ୍ୟା ହେଲେ ଜଙ୍ଗଲ ଜୀବଜନ୍ତୁଙ୍କ ଭୟ ଘାରୁଥିଲା । ତେବେ ଏମାନଙ୍କ ଏହି ଦୂରବସ୍ଥାକୁ ଦୂର କରିବା ପାଇଁ ଉଭୟ ଜିଲ୍ଲାପ୍ରଶାସନ ଓ ବନବିଭାଗର ମିଳିତ ଉଦ୍ୟମରେ ଅତାବିରା ବ୍ଲକ ଅନ୍ତର୍ଗତ ଟାଙ୍ଗରପାଲି ଠାରେ ବର୍ତ୍ତମାନ ପକ୍କା ଘର ଓ ପାଇଖାନାର ନିର୍ମାଣ କାମ ଆରମ୍ଭ ହୋଇଯାଇଛି | ଏଥି ସହ ଟାଙ୍ଗରପାଲି ଠାରେ ଏହି ବିସ୍ଥାପିତ ହୋଇଥିବା 42ଟି ପରିବାରକୁ 10 ଡ଼ିସିମିଲ ଜମି ସହ 15ଲକ୍ଷ ଟଙ୍କା ,ରାସ୍ତା ନିର୍ମାଣ, କମ୍ୟୁନିଟି ହଲ, ବନୀକରଣ ସାଙ୍ଗକୁ ଆବାସ ଯୋଜନାରେ ସାମିଲ କରାଯିବା ସହ ଜୀବନ ଜୀବିକା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ (Bargarh collector Manisha Benerji )କହିଛନ୍ତି ।

ବରଗଡରୁ ରାଜେସ ଶରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.