ETV Bharat / state

ଅଭିଯୋଗ ଶୁଣୁନି ପ୍ରଶାସନ, ରାସ୍ତା ନହେଲେ ଭୋଟ ବର୍ଜନ ଚେତାବନୀ ଦେଲେ ପାଣ୍ଡରୀପଥର ଗ୍ରାମବାସୀ - ପାଣ୍ଡରୀପଥର ଗାଁ

ରାସ୍ତା ତିଆରି ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବରଗଡ ପାଣ୍ଡରୀପଥର ଗ୍ରାମବାସୀ । ରାସ୍ତା ନହେଲେ ଭୋଟ ବର୍ଜନ କରିବାକୁ ଦେଲେ ଚେତାବନୀ । ଅଧିକ ପଢନ୍ତୁ

ରାସ୍ତା ନହେଲେ ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

author img

By ETV Bharat Odisha Team

Published : Aug 24, 2023, 11:15 AM IST

Updated : Aug 24, 2023, 2:32 PM IST

ଭୋଟ ବର୍ଜନ ଚେତାବନୀ

ବରଗଡ଼: ବରଗଡ ଜିଲ୍ଲା ମୁଖ୍ୟକାର୍ଯ୍ୟଳୟ ଠାରୁ ମାତ୍ର 7 କିଲୋମିଟର ଦୂରରେ ରହିଥିବା ଧାଙ୍ଗେର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣ୍ଡରୀପଥର ଗ୍ରାମର ମୁଖ୍ୟ ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି । ଏ ସମ୍ପର୍କରେ ଗ୍ରାମବାସୀ ଦୀର୍ଘ 10 ବର୍ଷ ହେଲା ଜିଲ୍ଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇବା ସତ୍ତ୍ବେ କୌଣସି ସୁଫଳ ମିଳୁନି । ଶେଷରେ ରାସ୍ତା ତିଆରି ଦାବିରେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି ପାଣ୍ଡରୀପଥର ବାସିନ୍ଦା । ଯଦି ରାସ୍ତା ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ପାଣ୍ଡରୀପଥର ଗାଁର ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ 10 ବର୍ଷ ଧରି ରାସ୍ତା ଅବହେଳିତ ଅବସ୍ଥାରେ ରହିଛି । ବହୁ ଅସୁବିଧାରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଯାତାୟତ କରୁଥିବା ବେଳେ ଅଧିକାଂଶ ସମୟରେ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି । ବିଶେଷକରି ବର୍ଷା ଦିନେ ସ୍ଥିତି ଅଧିକ ଶୋଚନୀୟ ହୋଇପଡୁଛି । ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଯାତାୟତ କରିବା ଆଦୌ ସୁରକ୍ଷିତ ନଥିବା ବେଳେ ଅନ୍ୟପନ୍ଥା ନପାଇ ବାଧ୍ୟ ହୋଇ ଗ୍ରାମବାସୀ ଯାତାୟାତ କରୁଛନ୍ତି | ଅନେକ ସମୟରେ ଗ୍ରାମକୁ ଆମ୍ବୁଲାନ୍ସ ଆସିଲେ କାଦୁଅରେ ଫସିଯାଉଛି । ଫଳରେ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି ।

ଏହାମଧ୍ୟ ପଢନ୍ତୁ: କେଉଁଠି ବିକାଶ ? ଆଣ୍ଠୁଏ କାଦୁଅରେ ଯାଆସ କରୁଛନ୍ତି ଲୋକେ, ଗୁହାରି ଶୁଣୁନି ପ୍ରଶାସନ

ଗ୍ରାମବାସୀ ଦୀର୍ଘ 10 ବର୍ଷ ହେଲାଣି ଏହି ସମସ୍ୟା ଭୋଗୁଥିବା ବେଳେ ଆଜି ଯାଏଁ କୌଣସି ନେତା ମନ୍ତ୍ରୀ ତାଙ୍କ କଥା ଶୁଣିଲେ ନାହିଁ । ତେଣୁ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦୁଃଖ ଜଣାଇଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, ସେମାନେ ରାସ୍ତା ସମସ୍ୟା ସମ୍ପର୍କରେ ବରଗଡ଼ ବିଧାୟକ, ବିଡ଼ିଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ଜଣାଇଥିଲେ । କିଛି ଲାଭ ନହେବାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇ ରାସ୍ତା ତିଆରି ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ଭୋଟ ବର୍ଜନ ସହ ରାଜନୈତିକ ଦଳମାନଙ୍କୁ ପ୍ରଚାର କରିଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି | ତେବେ ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା ଗ୍ରାମରେ ଯଦି ଏପରି ସମସ୍ୟା ତାହେଲେ ଆଭ୍ୟନ୍ତରୀଣ ଗ୍ରାମମାନଙ୍କରେ କିପରି ଆବସ୍ଥା ରହିଥିବା ତାହା ଅନୁମାନ କରାଯାଇପାରେ |

ଇଟିଭି ଭାରତ, ବରଗଡ

Last Updated : Aug 24, 2023, 2:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.