ETV Bharat / state

ଭିଜିଲାନ୍ସ ପଞ୍ଝାରେ PEO, 70 ଲକ୍ଷରୁ ଅଧିକ ସମ୍ପତ୍ତି ଠୁଳ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେହେରାପାଳି ଗ୍ରାମର ପଞ୍ଚାଯତ ଅଫିସର ଅନିଲ କୁମାର ପାଢିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏହି ଚଢାଉରେ 70 ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଥିବାର ଆକଳନ କରାଯାଇଛି । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ପଞ୍ଚାୟତ PEO, ସମୁଦାୟ 70 ଲକ୍ଷରୁ ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

author img

By

Published : Aug 27, 2021, 9:38 PM IST

ବରଗଡ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେହେରାପାଳି ଗ୍ରାମର ପଞ୍ଚାଯତ ଅଫିସର ଅନିଲ କୁମାର ପାଢିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏହି ଚଢାଉରେ 70 ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଥିବାର ଆକଳନ କରାଯାଇଛି । ବରଗଡ ଜିଲ୍ଲା ସୋହେଳା ସ୍ଥିତ ବେହେରାପାଳି ଗ୍ରାମପଞ୍ଚାୟତର PEOଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କର 3 ଗୋଟି ଘରେ ଓ ଅଫିସରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି ।

ଭିଜିଲାନ୍ସ ଜାଲରେ ପଞ୍ଚାୟତ PEO, ସମୁଦାୟ 70 ଲକ୍ଷରୁ ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ତେବେ ବରଗଡ ଡାଙ୍ଗସ୍ଥିତ ତାଙ୍କ ବାସଭବନ, ବିଜେପୁର ବ୍ଲକ ଲାଉମୁଣ୍ଡା ସ୍ଥିତ ପୈତୃକ ବାସଭବନ ଏବଂ ବେହେରାପାଳି ସ୍ଥିତ ଅସ୍ଥାୟୀ ବାସଭବନ ଓ ପଞ୍ଚାଯତ ଅଫିସରେ ଭିଜିଲାନ୍ସ ବିଭାଗର 3 ଗୋଟି ଟିମ ଏକକାଳୀନ ଚଢାଉ କରିଥିଲେ ।

ଭିଜିଲାନ୍ସ ବିଭାଗର ଏହି ଚଢାଉରେ PEO ଅନିଲ କୁମାର ପାଢିଙ୍କ ସମୁଦାୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ତାଲିକା ଓ ଆକଳନ କରାଗଲା । ପରେ ଆଜି(ଶୁକ୍ରବାର) ବିଭାଗ ପକ୍ଷରୁ ତାହାର ସୂଚନା ଦିଆଯାଇଛି । ତେବେ ଅନିଲଙ୍କ ତିନି ଗୋଟି କୋଠାଘର ରହିଥିବା ବେଳେ ବରଗଡରେ 2 ଗୋଟି ପ୍ଲଟ ଏବଂ ବରଗଡ ମାତୃବିହାର ଠାରେ ଦୁଇ ମହଲା ବିଶିଷ୍ଠ ଗୋଟେ କୋଠାଘର, ଟାଟା 709 ଟ୍ରକ, ଗୋଟେ ଟ୍ରାକ୍ଟର, ଦୁଇ ଗୋଟି ବାଇକ ଏବଂ 97,720 ଟଙ୍କା ନଗଦ ଓ 5 ଲକ୍ଷ 57 ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ ଥିବା ଭିଜିଲାନ୍ସ ସୂଚନା ଦେଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.