ETV Bharat / state

ପୋଲିସ ଆଇଆଇସିଙ୍କ ଘରେ ଭିଜିଲାନ୍ସ ରେଡ୍, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜବତ

author img

By

Published : May 23, 2023, 7:37 AM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ ପୋଲିସ ବିଭାଗର କର୍ମଚାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜବତ । ଅଧିକ ପଢ଼ନ୍ତୁ

ଭିଜିଲାନ୍ସ ଜାଲରେ ପୋଲିସ ଆଇଆଇସି ବୀରବର ଭଗତ
ଭିଜିଲାନ୍ସ ଜାଲରେ ପୋଲିସ ଆଇଆଇସି ବୀରବର ଭଗତ
ଭିଜିଲାନ୍ସ ଜାଲରେ ପୋଲିସ ଆଇଆଇସି ବୀରବର ଭଗତ

ବରଗଡ: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଆଜି ବରଗଡ ଜିଲ୍ଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ସ୍ୱତନ୍ତ୍ର ବିଚାରପତି ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ପରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । ୨ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୨ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ଏହି ଚଢାଉ ରେ ସାମିଲ ହୋଇଛନ୍ତି ।

ସମ୍ବଲପୁର ଭିଜିଲାନ୍ସ ଅଫିସରେ ଗାଇସିଲେଟ ଆଇଆଇସି ବୀରାବର ଭଗତଙ୍କ ବିରୋଧରେ ଆୟ ବହିର୍ଭୂତ୍ତ ସମ୍ପତ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଆଜି ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ି ଭୋରରୁ ଏକକାଳୀନ 4 ଗୋଟି ସ୍ଥାନରେ ଚଢାଉ କରାଯାଇଥିଲା । ଆଇଆଇସି ବୀରାବର ଭଗତଙ୍କ ସମ୍ବଲପୁର ସ୍ଥିତ ଅଇଁଠା ପାଲି ଥାନା ଅନ୍ତର୍ଗତ ଅନୁଗୁଲିଆପଡାର ନିଜର ଆବାସିକ କୋଠା ଘରେ ଓ ସମ୍ବଲପୁର ସଦର ଥାନା ଅନ୍ତର୍ଗତ କାବ୍ରାପାଲି ଗ୍ରାମରେ ଅବସ୍ଥିତ ଫାର୍ମ ହାଉସ୍ ଉପରେ ସମ୍ବଲପୁର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଚଢାଉ କରିଥିଲା । ସରକାରୀ କ୍ୱାର୍ଟର୍ ଘରେ ଏବଂ ଭଗତଙ୍କ ଅଫିସ୍ ଚାମ୍ବରରେ ଭିଜିଲାନ୍ସ ବିଭାଗର ଏକକାଳୀନ ଚଢାଉ ହୋଇଥିଲା ।

ପୋଲିସ ଆଇଆଇସି ବୀରବର ଭଗତ ବରଗଡ ଜିଲ୍ଲାର ଅନେକ ଥାନାରେ ଚାକିରି କରିଛନ୍ତି । ସେ ବେଆଇନ ଭାବେ ଅର୍ଥ ଉପାର୍ଜନ କରୁଥିବା ନେଇ ତାଙ୍କ ନାମରେ ବହୁ ଅଭିଯୋଗ ଆସୁଥିଲା । ହେଲେ ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ଆଜି ଯାଏଁ ହୋଇ ପାରୁନଥିଲା । ତେବେ ସୋମବାର ଭିଜିଲାନ୍ସ ଚଢାଉ ପରେ ଲୋକଙ୍କୁ ବ୍ଲେକମେଲିଂ କରି ପଇସା ଲୁଟିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ପୋଲିସ ଆଇଆଇସି ବୀରାବର ଭଗତ ନିଜେ ତାଙ୍କ ଘରକୁ ଯାଇ ଭୟଭୀତ କରି 50 ହଜାର ଟଙ୍କା ନେଇଥିଲେ ।

ଭିଜିଲାନ୍ସ ବିଭାଗକୁ ମିଳିଥିବା ସମ୍ପତ୍ତିର ତାଲିକା: ସମ୍ବଲପୁର ଅଇଣ୍ଠାପାଳି ଠାରେ 2500 ବର୍ଗଫୁଟ୍‌ ଜାଗା । ବରଗଡରେ ଦୁଇ ମହଲା ବିଶିଷ୍ଟ ଘର ରହିଛି । ସମ୍ବଲପୁର କବ୍ରାପାଳିରେ ଗୋଟେ ଫାର୍ମ ହାଉସ ରହିଛି । ସମ୍ବଲପୁରଠାରୁ ଆରମ୍ଭ କରି ସୁବର୍ଣ୍ଣପୁରର ବିଭିନ୍ନ ସ୍ଥାନରେ ଜାଗା ରହିଛି । ଏହା ବ୍ୟତୀତ ସମୁଦାୟ 165 ଗ୍ରାମ୍‌ର ସୁନା ଅଳଙ୍କାର, 79ହଜାର 460 ନଗଦ ଟଙ୍କା, ଦୁଇ ଗୋଟି ମାରୁତି କାର ଏବଂ ଦୁଇ ଗୋଟି ବାଇକ ଜବତ ହୋଇଥିବା ବେଳେ ଆହୁରି କେତେ ସମ୍ପତ୍ତି ରହିଛି ତାହାର ଯାଞ୍ଚ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.