ETV Bharat / state

ସହରାଞ୍ଚଳ ଚାଷୀଙ୍କୁ ସରକାରଙ୍କ ଅଣଦେଖା

ସରକାର କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ନାନା ଯୋଜନା ଆରମ୍ଭ କରିଛନ୍ତି ସତ ହେଲେ ରାଜ୍ୟ ସରକାରଙ୍କ ଅଜବ ନୀତି ଯୋଗୁଁ ସହରାଞ୍ଚଳରେ ଚାଷ କରୁଥିବା ହଜାର ହଜାର ଚାଷୀଙ୍କୁ ମିଳୁନାହିଁ କୌଣସି ସରକାରୀ ସହାୟତା । ଏଭଳି ଅଭିଯୋଗ ଆସିଛି ବରଗଡ ଜିଲ୍ଲାରୁ ।

author img

By

Published : Jul 10, 2019, 9:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: କଥାରେ ଅଛି ‘ଚାଷ କାମ ଯାହାର କି ଆନନ୍ଦ ତାହାର’ । ହେଲେ ବାସ୍ତବ ଚିତ୍ର କିନ୍ତୁ ଓଲଟା । ଚାଷକାମ କରି ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡର ଚାଷୀ । ଗ୍ରାମାଞ୍ଚଳ ଚାଷୀ କଥା ଦୂରରେ ଥାଉ ସହରାଞ୍ଚଳ ଚାଷୀଙ୍କ କ୍ଷେତ୍ରରେ ସରକାର ପାତରଅନ୍ତର କରୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ପୌରପରିଷଦ ଅଞ୍ଚଳରେ ରହିଛି ହଜାର ହଜାର ଏକର ଚାଷ ଜମି । ଏହି ଜମିରେ ଚାଷୀଙ୍କ ସହ ଭାଗଚାଷୀ ଚାଷ କରି ଗୁଜୁରାଣ ମେଣ୍ଟାନ୍ତି । ହେଲେ ଏବେ ସେମାନେ ସରକାରଙ୍କ ପାତର ଅନ୍ତରର ଶିକାର ହୋଇଛନ୍ତି । ସରକାର କେବଳ ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ରିହାତି ମୂଲ୍ୟରେ ସାର, ବିହନ ,କୀଟନାଶକ ଯୋଗେଇ ଦେବା ସହ କୃଷି ଋଣର ମଧ୍ୟ ବ୍ୟବସ୍ଥା କରିଛନ୍ତି । ଯାହାର ଲାଭ ରାଜ୍ୟର ସମସ୍ତ ଚାଷୀ ନୁହେଁ ବରଂ କେବଳ ଗ୍ରାମାଞ୍ଚଳର ଚାଷୀ ଉଠାଉଛନ୍ତି ।

ଏପରିକି ଭାଗଚାଷୀ ମାନେ ମଧ୍ୟ ଏହାର ଲାଭ ପାଇବାରେ ବଞ୍ଚିତ ହେଉଛନ୍ତି ।

ବରଗଡ଼ ପୌରପରିଷଦ ଅଞ୍ଚଳର ଚାଷୀ ମାନେ ସରକାରଙ୍କୁ ଜଳ କର ପଇଠ କରିବା ସହ ସରକାର ସେମାନଙ୍କୁ ଚାଷୀ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ହେଲେ ସେମାନଙ୍କୁ କାହିଁକି ବିଭିନ୍ନ ଯୋଜନାରୁ ବଞ୍ଚିତ କରାଯାଇଛି ପ୍ରଶ୍ନ ଉଠାଇଛନ୍ତି ଚାଷୀ ।

ଭଲ ରୋଜଗାର ଆଶାରେ ଗ୍ରାମାଞ୍ଚଳରୁ ଆସି ସହରାଞ୍ଚଳରେ ରହି ଚାଷବାସ କରୁଛନ୍ତି । ହେଲେ ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ସେମାନଙ୍କୁ ଚାଷକାର୍ଯ୍ୟରୁ ବିମୁଖ କରୁଛି । ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଭିଓ-୧-ଗରିବ ଖଟିଖିଆ ଙ୍କୁ ଆର୍ଥିକ ତଥା ସାମାଜିକ କ୍ଷ୍ରେତ୍ର ରେ ସୁଦ୍ରୁଢ କରିବା ପାଇଁ ୨୦୦୫ ମସିହା ରେ କାର୍ଯକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଯୋଜନା ଅନୁଯାୟୀ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ ସହ କାମ ବି ଯୋଗାଇ ଦିଆଯାଉଛି ହେଲେ ମଜୁରୀ ଦେବାରେ ଦେଖାଦେଉଛି ବ୍ୟତିକ୍ରମ । ଦେଖିବା କଳାହାଠି ଜିଲ୍ଲା ରୁ ଏହି ରିପୋର୍ଟ । Body:ଅଭିଯୋଗ ଆସିଛି ନର୍ଲା ବ୍ଲକ ସେରଗଡ ପଞ୍ଚାୟତ ରୁ । ହାତରେ ଜବକାର୍ଡ ମନରେ କ୍ଷୋଭ । କାରଣ ମିଳୁନି ମଜୁରୀ । ମନରେଗା ଯୋଜନା ମାଧ୍ୟମ ରେ ଜବକାର୍ଡ ଧାରୀ ଙ୍କୁ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ହେଲେ ଏହି ପଞ୍ଚାୟତ ର ପ୍ରାୟ ୫୦ ଜଣ ହିତାଧିକାରୀ ଙ୍କୁ ମନରେଗା ଯୋଜନା ରେ ପଞ୍ଚାୟତ ତରଫରୁ ଉପର ମୁଠା ପୋଖରୀ ଖୋଳା ପାଇଁ କାର୍ଯାଦେଶ ଦିଆଯାଇଥିଲା । ହେଲେ କାମ କରିବାର ଆଜକୁ ପ୍ରାୟ ୧ ବର୍ଷ ପରେ ମଧ୍ୟ ଶ୍ରମିକ ଙ୍କୁ ମିଳିନି ମଜୁରୀ । ଏନେଇ ହିତାଧିକାରୀ ବାରମ୍ୱାର ପଞ୍ଚାୟତ ଅଫିସ ଠାରୁ ବ୍ଲକ ଅଧିକାରୀ ଙ୍କ ଦ୍ୱାରସ୍ଥ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।
ବାଇଟ-ସଞ୍ଜଲି ବାଗ / ରାଜକୁମାର ରଣା (ଅଭିଯୋଗକାରୀ ହିତାଧିକାରୀ) Conclusion:ଭିଓ-୨-ରାଜ୍ୟ ରେ ଦାଦନ ପ୍ରଥା କୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟବରାଦ କରୁଛନ୍ତି ହେଲେ ମନରେଗା ଯୋଜନା ରେ ହିତାଧିକାରୀ ଙ୍କୁ ଦୀର୍ଘ ୧ ବର୍ଷ ଧରି ମଜୁରୀ ରୁ ବଞ୍ଚିତ ରଖିବା ଏବେ ପରୋକ୍ଷରେ ଦାଦନ ପ୍ରଥା କୁ ସମର୍ଥନ ପରି ମନେହୁଏ । ଏ ପ୍ରସଙ୍ଗ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରୁ ଅଭିଯୋଗ ର ତଦନ୍ତ ପରେ କାର୍ଯାନୁଷ୍ଠନ ଗ୍ରହଣ କରାଯିବ ସେ ବୋଲି ପ୍ରକାଶ କରିଛନ୍ତି ।
ବାଇଟ-ଗୋପାଳ ସ୍ୱାମୀ ନାଇଡୁ (ପିଡି ଡିଆରଡିଏ-କଳାହାଠି)
ପିଟୁସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.