ETV Bharat / state

ଯୁଦ୍ଧଭୂମିରୁ ଘରକୁ ଫେରିଲା ପୁଅ, ପରିବାରରେ ଖୁସିର ଲହରୀ - ୟୁକ୍ରେନରୁ ଫେରିଲେ ବରଗଡ ଛାତ୍ର

ୟୁକ୍ରେନରୁ ଉଦ୍ଧାର ହୋଇ ଜନ୍ମମାଟି ବରଗଡକୁ ଫେରିଲେ ଯୁବ ଡ଼ାକ୍ତରୀ ଛାତ୍ର । ପୁଅକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଦେଲେ ବାପାମାଆ । ଅଧିକ ପଢନ୍ତୁ

ଯୁଦ୍ଧଭୂମିରୁ ଘରକୁ ଫେରିଲା ପୁଅ, ପରିବାରରେ ଖୁସିର ଲହରୀ

author img

By

Published : Mar 6, 2022, 8:29 AM IST

ବରଗଡ: ଋଷିଆ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ୟୁକ୍ରେନର ଅନେକ ସହର । ଯଥାଶୀଘ୍ର ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରିବାକୁ ଅବିଶ୍ରାନ୍ତ ପରିଶ୍ରମ କରୁଛନ୍ତି ଭାରତ ସରକାର । ପ୍ରତିଦିନ ସ୍ବତନ୍ତ୍ର ବିମାନ ଯୋଗେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରୁଛନ୍ତି । ଏହି ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଓଡିଆ ଶିକ୍ଷାର୍ଥୀ ମଧ୍ୟ ରହିଛନ୍ତି । ସେହିପରି ଜଣେ ଛାତ୍ର ହେଉଛନ୍ତି ବରଗଡର ଯୁବ ଡାକ୍ତରୀ ଛାତ୍ର ସିଦ୍ଧେଶ୍ବର କରାଳି ।

ଯୁଦ୍ଧଭୂମିରୁ ଘରକୁ ଫେରିଲା ପୁଅ, ପରିବାରରେ ଖୁସିର ଲହରୀ

ସେ ଏବେ ଯୁଦ୍ଧଭୂମି ୟୁକ୍ରେନରୁ ଉଦ୍ଧାର ହୋଇ ନିଜ ଜନ୍ମମାଟିକୁ ଫେରିଛନ୍ତି । ପୁଅ ଘରକୁ ଫେରିବା ପରେ ଯୁଦ୍ଧକୁ ନେଇ ଖିଆପିଆ ଭୁଲି ଯାଇଥିବା ବାପାମାଆ ଖୁସିରେ ଫାଟି ପଡିଛନ୍ତି । ସିଦ୍ଧେଶ୍ଵରଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିଥିବାରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପରିବାର ଲୋକେ ।

ବରଗଡ଼ ସହରର କେନାଲ କଲୋନୀର ମଦନ କରାଳି ଓ ମାନିନୀ କରାଳିଙ୍କ 25 ବର୍ଷୀୟ ପୁଅ ସିଦ୍ଧେଶ୍ବର କରାଳି । ପୁଅ ଡାକ୍ତର ହେବ ବୋଲି ମାଆବାପା ତାଙ୍କୁ ୟୁକ୍ରେନକୁ ପଠାଇଥିଲେ । ଗତ ଦୁଇ ବର୍ଷ ହେଲା ସିଦ୍ଧେଶ୍ବର ସେଠାରେ ଡାକ୍ତରୀ ପାଠ ପଢୁଥିଲେ । ସିଦ୍ଧେଶ୍ବର ପରି ଶହ ଶହ ଓଡିଆ ଛାତ୍ର ୟୁକ୍ରେନରେ ଡାକ୍ତରୀ ପଢୁଛନ୍ତି । ୟୁକ୍ରେନ ଓ ରୁଷ ମଧ୍ୟରେ ହଠାତ୍ ଯୁଦ୍ଧ ପରିସ୍ଥିତି ଉପୁଜିବାରୁ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ବିଭିନ୍ନ ୟୁନିଭରସିଟିରେ ଫସି ଯାଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ସିଦ୍ଧେଶ୍ବର । ଦିନକୁ ଦିନ ସେଠାରେ ସ୍ଥିତି ଭୟାନକ ହେବା ଯୋଗୁଁ ସମସ୍ତ ଛାତ୍ରଛାତ୍ରୀ ତାଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କୁ ଗୁହାରି କରିଥିଲେ ।

ଏହାପରେ ଭାରତ ସରକାର ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟଙ୍କୁ ଉଦ୍ଧାର କରିବାକୁ ଅପରେସନ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ହଜାର ହଜାର ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ବରଗଡ ସହର କେନାଲ କଲୋନୀର ବାସିନ୍ଦା ସିଦ୍ଧେଶ୍ଵର କରାଳି ମଧ୍ୟ ୟୁକ୍ରେନରୁ ନିଜ ଜନ୍ମମାଟିକୁ ଫେରିଛନ୍ତି । ଭାରତ ସରକାରଙ୍କ ଉଦ୍ୟମରେ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରିବା ତାଙ୍କ ପାଇଁ ନୂଆ ଜନ୍ମ ବୋଲି କହିଛନ୍ତି ସିଦ୍ଧେଶ୍ଵର ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.