ETV Bharat / state

ଦୁଇ ଲୁଟେରାକୁ 24 ଘଣ୍ଟା ଭିତରେ କାବୁ କଲା ପୋଲିସ

author img

By

Published : Jan 1, 2022, 9:41 PM IST

ବରଗଡ଼ ପୋଲିସର ବଡ଼ ସଫଳତା । ଟ୍ରକ ଡ୍ରାଇଭରଙ୍କ ଠାରୁ ଡକାୟତ କରିଥିବା ଦୁଇ ଦୁବୃର୍ତ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଦୁଇ ଲୁଟେରାକୁ 24 ଘଣ୍ଟା ଭିତରେ କାବୁକଲା ପୋଲିସ

ବରଗଡ: ଜାତୀୟ ରାଜପଥରେ ଟ୍ରକ ଡ୍ରାଇଭରଙ୍କ ଠାରୁ ଡକାୟତ କରିବାର 24 ଘଣ୍ଟା ଭିତରେ 2 ଡକାୟତ ଗିରଫ କଲା ପୋଲିସ। ଗତ ବିଳମ୍ବିତ ରାତ୍ରି 2 ଟାରେ ବରଗଡ ସମ୍ବଲପୁର ଜାତୀୟ ରାଜପଥରେ ଗୋଡଭଗା ଠାରେ ଅଟକିଥିବା ଏକ ଟ୍ରକର ଡ୍ରାଇଭରକୁ ଆକ୍ରମଣ କରି ଡ୍ରାଇଭର ଠାରୁ 3 ହଜାର ଟଙ୍କା ଏବଂ ମୋବାଇଲ ଲୁଟ କରିନେଇଯାଇଥିବା ଅଭିଯୋଗ ହେବାର କିଛି ଘଣ୍ଟା ଭିତରେ ପୋଲିସ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଗୋଡଭଗା ରାସ୍ତା କଡ଼ରେ ଥିବା ସମଲେଇ ମନ୍ଦିର ସମ୍ମୁଖରେ ଗତ ବିଳମ୍ବିତ ରାତ୍ରି 2ଟାରେ ଏକ ଟ୍ରକ ଅଟକି ରହିଥିବାବେଳେ ବରଗଡ 8 ନମ୍ବର ୱାର୍ଡ ଖଜୁର୍ଟିକିରାର ସାନନ୍ଦ ସେଠ ଓ ୱାର୍ଡ ନମ୍ବର 4 ତଳିପଡାର ପିନଟୁ ଠେଲା ନାମକ 2 ଜଣ ଯୁବକ ଏକ ଆପାଚୀ ବାଇକରେ ଆସି ଟ୍ରକ ଡ୍ରାଇଭରଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ଡ୍ରାଇଭର ଜଣକ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କ ଠାରୁ ମୋବାଇଲ ଓ 3000 ଟଙ୍କା ଲୁଟ କରିନେଇଯାଇଥିଲେ । ତେବେ ଗୋଡଭାଗା ଫାଣ୍ଡିରେ ଡ୍ରାଇଭର ଜଣକ ରାତ୍ରି 3 ଟାରେ ଏତଲା ଦେଲାପରେ ପୋଲିସ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ ଉଭୟ ଲୁଟେରାଙ୍କୁ ଗିରଫ କରିବା ସହିତ ଲୁଟରେ ବ୍ଯବହ୍ରୁତ ଆପାଚୀ ବାଇକ ଓ ଲୁହାର ରଡ ଜବତ କରିଥିଲେ ଏବଂ ଡ୍ରାଇଭରଙ୍କ ମୋବାଇଲକୁ ଉଦ୍ଧାର କରିଥିଲେ । ତେବେ ଖୁବ କମ ସମୟ ମଧ୍ୟରେ ଲୁଟେରାଙ୍କୁ ଗିରଫ କରିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୋଲିସ ଉପରେ ପୁଣି ଭରସା ଆସିଥିବା ସ୍ଥାନୀୟ ଲୋକେ ଅନୁଭବ କରିଛନ୍ତି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.