ETV Bharat / state

ଟ୍ରକ ଧକ୍କାରେ ଦୁଇ ଗୁରୁତର, ଡ୍ରାଇଭର ଫେରାର

author img

By

Published : Jan 3, 2021, 9:25 AM IST

ବରଗଡ ଜିଲ୍ଲାରେ ଏକ 14 ଚକିଆ ଟ୍ରକ ଧକ୍କାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଟ୍ରକ ଧକ୍କାରେ ଦୁଇ ଗୁରୁତର
ଟ୍ରକ ଧକ୍କାରେ ଦୁଇ ଗୁରୁତର

ବରଗଡ: ଜିଲ୍ଲାର ଡାଙ୍ଗ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଜଣଙ୍କର ଅବସ୍ଥା ସଂଙ୍କଟାପନ୍ନ ଥିବା ଜଣାପଡିଛି । ସେମାନଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି ।

ଟ୍ରକ ଧକ୍କାରେ ଦୁଇ ଗୁରୁତର

ସୂଚନାଅନୁସାରେ, ଖଳିଆପାଳି ଗ୍ରାମର ସୁଭମ ମିଶ୍ର ଏବଂ ପଦ୍ମାବତି ଦାସ ବାଇକରେ ଘରକୁ ଯାଉଥିବା ବେଳେ କେନ୍ଦ୍ରିୟ ବିଦ୍ୟାଳୟ ସମ୍ମୁଖରେ ଗୋଟିଏ ୧୪ ଚକିଆ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଜିଲ୍ଲାର ଏସିସି ସିମେଣ୍ଟ କାରଖାନାରୁ ସିମେଣ୍ଟ ଅନଲୋଡ କରି ଫେରୁଥିବା ବେଳେ ଟ୍ରକଟି ଦୁର୍ଘଟଣା ଘଟାଇଥିଲା । ଫଳରେ ବାଇକରେ ଥିବା ଦଇଜଣ ଗୁୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବରଗଡ ଡାକ୍ତରଖାନାକୁ ନିଆଯାଇଥଲା । ପରେ ପଦ୍ମାବତୀଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନନ୍ତର କରାଯାଇଛି ।

ତେବେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୁ୍ର୍ଘଟଣାରେ ସ୍ଥାନୀୟ ଲାେକ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ଟ୍ରକଟିକୁ ଜବତ କରିବା ସହିତ ତହନ୍ତ ଆରମ୍ଭ କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.