ETV Bharat / state

ଖେଳୁଥିବା ବେଳେ ମାଡିଗଲା ଟ୍ରକ, ଶିଶୁ ମୃତ - ଘଟଣା ସ୍ଥଳରେ ଉତ୍ତେଜନା

ବରଗଡରେ ଏକ ମାଲବୋଝେଇ ଟ୍ରକ ମାଡିଯିବାରୁ ଦେଢ ବର୍ଷର ବାଳକର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Oct 20, 2019, 7:04 PM IST

ବରଗଡ: ସହରର ୧୪ ନମ୍ବର ୱାର୍ଡ ସ୍ଥିତ ମାଷ୍ଟରଟିକ୍ରା ଠାରେ ଏକ ମାଲବୋଝେଇ ଟ୍ରକ ମାଡିଯିବାରୁ ଦେଢ ବର୍ଷର ବାଳକର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି । ଲୋକମାନେ ସେହି ରାସ୍ତା ଦେଇ ଟ୍ରକ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ମୃତ ଶିଶୁର ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନାଯୋଗ୍ୟ, ମୃତ୍ୟୁବରଣ କରିଥିବା ଶିଶୁଟି ନିଜ ମାମୁଁଘରକୁ ଆସିଥିଲେ । ତାଙ୍କ ଘର ଗାଇସିଲେଟ ବ୍ଲକ ନଟପୁର ଗାଁରେ ହୋଇଥିବା ବେଳେ ତାଙ୍କ ପିତାଙ୍କ ନାମ ରାଜେନ୍ଦ୍ର ଦୀପ ବୋଲି ଜଣାପଡିଛି । ରାସ୍ତା କଡରେ ଖେଳୁଥିବା ବେଳେ ଏହି ଟ୍ରକଟି ଶିଶୁ ଉପରେ ମାଡିଯାଇଥିଲା ।

ବରଗଡ ରେଲୱେ ଷ୍ଟେସନରୁ ପ୍ରତ୍ୟହ ଏହି ରାସ୍ତା ଦେଇ ଶହ ଶହ ମାଲବାହୀ ଟ୍ରକ ଦ୍ରୁତ ଗତିରେ ଯାତାୟତ କରୁଛନ୍ତି । ସେଥିପାଇଁ ସେହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ବାରମ୍ବାର ଟ୍ରକ ଚଳାଚଳ ବନ୍ଦ କରିବାକୁ ଦାବି କରାଯାଇଥିବା ବେଳେ ତାହା ପୂରଣ ହୋଇପାରିନାହିଁ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:

ଆଜି ବରଗଡ ୧୪ ନମ୍ବର ୱାର୍ଡ ମାଷ୍ଟରଟିକ୍ରା ଠାରେ ଏକ ଟ୍ରକ ଚାପାରେ ଦେଢ ବର୍ଷର ବାଳକର ମୃତ୍ୟୁ ହୋଇଯାଇଛି | ରାସ୍ତା କଡରେ ଖେଳୁଥିବା ବେଳେ ଏକ ମାଲବୋଝେଇ ଟ୍ରକ ବାଳକ ଉପରେ ଚଢି ଯାଇଥିଲା ଫଳରେ ଘଟନା ସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା | ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଓହଲ୍ଲାଇଥିବା ବେଳେ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି |
Body:ଗାଇସିଲେଟ ବ୍ଲକ ନଟପୁର ଗାଁର ସବିତା ଓ ରାଜେନ୍ଦ୍ର ଦୀପ ତାଙ୍କର ଦେଢ଼ ବର୍ଷର ପୁଅ ଓ ପାଞ୍ଚ ବର୍ଷର ଝିଅ ସହିତ ବରଗଡ କୁ ଆସିଥିଲେ | ସବିତାଙ୍କ ମାଁ ଘର ବରଗଡ ମାଷ୍ଟରଟିକ୍ରା ହୋଇଥିବା ବେଳେ ତାଙ୍କର ଭାଇଙ୍କ ମୃତ୍ୟୁ ଖବର ପାଇ ସେମାନେ ଗତ ଆଠଦିନ ହେଲା ବରଗଡକୁ ଆସିଥିଲେ | ଗଙ୍ଗା ଶ୍ରାଦ୍ଧକୁ ଆଉ ଚାରିଦିନ ଥିବାରୁ ସବିତା ପିଲାଛୁଆଙ୍କ ସହିତ ବରଗଡରେ ରହିଯାଇଥିଲେ ଏବଂ ତାଙ୍କ ସ୍ଵାମୀ ରାଜେନ୍ଦ୍ର ଗାଁ କୁ ଚାଲିଯାଇଥିଲେ | ହେଲେ କିଏ ଜାଣିଛି ବିଧିର ବିଧାନ କିଛି ଏପରି ଲେଖାହୋଇଛି | ମାମୁ ଘରକୁ ଆସିଥିବା ଦେଢ ବର୍ଷର ଦିବେଶ ର ଜୀବନ ମାମୁ ଘର ଗାଁ ରେ ଚାଲିଯିବ | ଦିବେଶ ରାସ୍ତା କଡରେ ଖେଳୁଥିବା ବେଳେ ସାର ବୋଝେଇ ଆସୁଥିବା ଟ୍ରକ ଟି ମାଡିଯାଇଥିଲା ଏବଂ ଚାଲିଯାଇଥିଲା ଦିବେଶ ର ପ୍ରାଣବାୟୁ |
ବରଗଡ ରେଲୱେ ଷ୍ଟେସନ ରୁ ପ୍ରତ୍ୟହ ଏହି ରାସ୍ତା ଦେଇ ଶହ ଶହ ମାଲବାହୀ ଟ୍ରକ ଦ୍ରୁତ ଗତିରେ ଯାତାୟତ କରୁଥିବା ବେଳେ ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ମାଁ ଘଟୁଛି | ସ୍ଥାନୀୟ ବାସିନ୍ଦା ଏହିରାସ୍ତା ଦେଇ ଟ୍ରକ ଗୁଡିକର ଯାତାୟାତ କୁ ବନ୍ଦ କରାଇବା ପାଇଁ ଯେତେ ଅଭିଯୋଗ କାଲେ ମଧ୍ୟ କେହି ଶୁଣୁ ନଥିବାରୁ ବହୁ ଜୀବନ ହାନି ହେଉଛି ଏହି ରାସ୍ତାରେ |ତେବେ ଆଜି ଅଞ୍ଚଳବାସୀ ଉତ୍ୟକ୍ତ ହୋଇ ଏହିରାସ୍ତା ଦେଇ ଟ୍ରକ ଯାତାୟତ କୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ଦାବି କରିବା ସହିତ ମୃତ ଶିଶୁର ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବିକରିଛନ୍ତି |

ବାଇଟ ୧- ମିନୁ ନାଗ ( ସ୍ଥାନୀୟ ବାସିନ୍ଦା )
ବାଇଟ ୨- ଡିଲେଶ୍ଵରୀ ନାଗ ( ପ୍ରତ୍ୟକ୍ଷ ଦର୍ଶୀ )
ବାଇଟ ୩- ପ୍ରଶାନ୍ତ ବେହେରୁ ( ବିଜେଡି ନେତା )Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.