ETV Bharat / state

ଗାଁ ଲୋକଙ୍କୁ ସଚେତନ କରିବ ସଚେତନତା ରଥ - chariots

କୋରୋନା ନେଇ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବରଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା ରଥ ବାହାରିଛି । ଅଧିକ ପଢନ୍ତୁ...

ସଚେତନତା ରଥ
ସଚେତନତା ରଥ
author img

By

Published : May 30, 2021, 8:57 AM IST

ବରଗଡ: କୋରୋନା କବଳରେ ଦେଶ ଏବେ ଛଟପଟ ହେଉଛି । ସଂକ୍ରମଣ ଏବେ ସହରରୁ ଗାଁ ମୁହାଁ ହେବାରେ ଲାଗିଛି । ସଂକ୍ରମଣ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଲକଡାଉନ ଓ ସଟଡାଉନ ଜାରି ରହିଛି । ଗାଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବରଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା ରଥ ବାହାରିଛି ।

ସଚେତନତା ରଥ

ଏହି ରଥ ଗାଁ ଗଣ୍ଡା ବୁଲି ଲୋକଙ୍କୁ ସଚେତନ କରିଛି । ଏହା ସହିତ ଅସହାୟ ତଥା ଗରିବ ଶ୍ରେଣୀ ଲୋକଙ୍କୁ ମାସ୍କ ଓ ହାତ ଧୋଇବା ନେଇ ବ୍ୟବହାର ହେଉଥିବା ସାମଗ୍ରୀ ବଣ୍ଟନ କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ସଞ୍ଜୟ କୁମାର ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ରାଇସ ମିଲ ସଂଘ ,ଲାୟନ୍ସ କ୍ଲବ ଥୁଆପାଳି ଏବଂ ବଣିକ ସଂଘ ସହାୟତାର ହାତ ବଢ଼ାଇଛନ୍ତି । ଏହା ସହିତ କାର୍ଯ୍ୟକ୍ରମରେ ସିଭିଲ କୋର୍ଟ ରେଜିଷ୍ଟାର ବିଶ୍ବ ବିସୃତ କର ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ନୀଳିମା ପଣ୍ଡା, ଜେଏମଏଫସି ଶାଶ୍ବତୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଲୋକମାନଙ୍କୁ ସଚେତନ କରିବା ସହ ଚୁଡା, ଚାଉଳ, ଆଳୁ, ପିଆଜ ଆଦି ରାସନ ସାମଗ୍ରୀ ବଣ୍ଟନ କରିଥିଲେ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.