ETV Bharat / state

ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ, 3 ମୃତ

ବରଗଡ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଉମରାଡ଼ ଗ୍ରାମାଞ୍ଚଳରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

author img

By

Published : Apr 21, 2021, 2:24 PM IST

Updated : Apr 21, 2021, 2:30 PM IST

ହାତୀ ଆକ୍ରମଣ, 3 ମୃତ
ହାତୀ ଆକ୍ରମଣ, 3 ମୃତ

ବରଗଡ: ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ । ବରଗଡ ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଉମରାଡ଼ ଗ୍ରାମାଞ୍ଚଳରେ ଆଜି(ବୁଧବାର) ସକାଳୁ ଏହି ଘଟଣା ଘଟିଛି । ହାତୀ ଆକ୍ରମଣରେ 50 ବର୍ଷର ମାଲ ସେଠ , 60 ବର୍ଷର ବିରଞ୍ଚି କୁମ୍ଭାରଙ୍କ ସହ ବଲାଙ୍ଗୀର ଜିଲ୍ଲା ସୀମାବର୍ତୀ ସରଗଡା ଗ୍ରାମର 70 ବର୍ଷୀୟ ଜଣେ ବୃଦ୍ଧ ନାଥପାଲଙ୍କ ମୃତ୍ୟୁ ହୋଇଛି।

ହାତୀ ଆକ୍ରମଣ, 3 ମୃତ

ମୃତ ନାଥପାଲ ନିଜର ସମ୍ପର୍କୀୟଙ୍କ ଘରକୁ କୌଣସି କାମ ପାଇଁ ଆସିଥିବାବେଳେ ମୃତ ୩ଜଣ ଯାକ ସକାଳୁ କ୍ଷେତ ପାଖକୁ ଶୌଚ ହେବା ପାଇଁ ଯାଇଥିଲେ। ହଠାତ ଗୋଟିଏ ହାତୀ ପଲ ଏମାନଙ୍କ ସାମ୍ନାକୁ ଆସିଯାଇଥିଲା । ସେଠାରୁ ଯିବାକୁ ଆଉ ରାସ୍ତା ନପାଇ ହାତୀ ଆକ୍ରମଣ ଏମାନେ ଶିକାର ହୋଇଛନ୍ତି ।

ଅନ୍ୟପଟେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ସହ ହାତୀ ଯିବା ପଥ ଉପରେ ନଜର ରଖିଛନ୍ତି । ହାତୀ ପଲ ଭିତରୁ ଗୋଟେ ହାତୀ ଅଲଗା ହୋଇ ଯାଇଥିବାବେଲେ ହାତୀଟି ଏଣେତେଣେ ଗାଇସିଲେଟ ଅଞ୍ଚଳରେ ଏକାକୀ ଘୁରି ବୁଲୁଛି । ଏବଂ ଲୋକଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରୁଛି। ତେବେ ବନବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ମଧ୍ୟ କରାଯାଉ ନଥିବାରୁ ଏପରି ଲଗାତାର ଅଘଟଣ ହେଉଛି ଏବଂ ଗୋଟେ ସପ୍ତାହ ମଧ୍ୟରେ 4 ଜଣ ହାତୀ ଆକ୍ରମଣରେ ଜୀବନ ହରାଇଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Last Updated : Apr 21, 2021, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.