ETV Bharat / state

ଅଧୁରା ରାସ୍ତା ସଜାଡି ହୋଲି ପାଳିଲେ ଚାରପାଳି ଗ୍ରାମବାସୀ

ଅସମ୍ପୂର୍ଣ୍ଣ ରାସ୍ତାକୁ ସଜାଡି ହୋଲି ପାଳିଲେ ବରିକେଳ ପଞ୍ଚାୟତର ଚାରପାଳି ଗ୍ରାମବାସୀ । ଅଧିକ ପଢନ୍ତୁ...

author img

By

Published : Mar 10, 2020, 9:27 PM IST

Updated : Mar 10, 2020, 11:16 PM IST

The villagers of Charpali celebrated holi a new style
ଅଧୁରା ରାସ୍ତା ସଜାଡି ହୋଲି ପାଳିଲେ ଚାରପାଳି ଗ୍ରାମବାସୀ

ବରଗଡ: ରଙ୍ଗର ପର୍ବ ହୋଲି ଭାଇଚାରା ଓ ଏକତାର ପର୍ବ । ଏହି ପର୍ବକୁ ଗାଁଠୁ ସହର ବେଶ ଧୂମଧାମରେ ପାଳନ କରିଥାନ୍ତି । ହେଲେ ଆଜିର ଏହି ହୋଲି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଳ ପଞ୍ଚାୟତର ଚାରପାଳି ଗ୍ରାମବାସୀ ।

ଚାରପାଳି ଗାଁର ରାସ୍ତା ଗତ 2018ରୁ ଆରମ୍ଭ ହୋଇ 2019ରେ ଶେଷ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି । ମାତ୍ର ଏହି ରାସ୍ତାରେ କେବଳ ମୋରମ ପକାଇ କାମକୁ ଅସମ୍ପୂର୍ଣ୍ଣ ଛାଡି ଦିଆଯାଇଥିଲା । ଯଦ୍ବାରା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଅଳ୍ପ ବର୍ଷା ହେଲେ ମଧ୍ୟ ରାସ୍ତା ସାରା କାଦୁଅ ହୋଇପଡିବା ସହ ଗ୍ରାମବାସୀଙ୍କ ଯାତାୟତରେ ସମସ୍ୟା ସାଜୁଥିଲା । ଏନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ଫଳରେ ମଙ୍ଗଳବାର ଗ୍ରାମର ଯୁବକ ମାନେ ହୋଲି ନଖେଳି ଅଧୁରା ରାସ୍ତା କାମକୁ ସଜାଡିବାକୁ ଅଣ୍ଟା ଭିଡିଥିଲେ । ନିଜେ ଶ୍ରମ ଦାନ କରି ଗ୍ରାମର ରାସ୍ତାକୁ ସଜାଡୁଥିବାର ଦେଖିବାକୁ ମିଳିଥିଲା ।

ହୋଲି ପର୍ବରେ ଯୁବକଙ୍କ ଏହି ନିଆରା ଉଦ୍ୟମ ଗ୍ରାମର ଯୁବପୀଢି ମାନଙ୍କ ମଧ୍ୟରେ ରହିଥିବା ଏକତାକୁ ଉଜାଗର କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Mar 10, 2020, 11:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.