ETV Bharat / state

ଲକଡାଉନ ପ୍ରଭାବ: ବରଗଡ ଚିନିକଳ କର୍ମଚାରୀଙ୍କୁ ସାହା ହେଲେ ସମାଜସେବୀ

author img

By

Published : Apr 15, 2020, 10:23 AM IST

୩୦ ମାସର ଦରମା ପାଇନାହାଁନ୍ତି ବରଗଡ ଚିନି କାରଖାନାର କର୍ମଚାରୀ । କାରଖାନାର କର୍ମଚାରୀଙ୍କ କରୁଣ ଗୁହାରି ଶୁଭିଲା ନାହିଁ । ତେବେ ଇଟିଭି ଭାରତରେ ନ୍ୟୁଜ ପ୍ରସାରିତ ହେବାପରେ ବରଗଡର କିଛି ସମାଜସେବୀ ଲକଡାଉନ ସମୟରେ ଆର୍ଥିକ ସହାୟତାର ହାତ ବଢାଇଛନ୍ତି |

The social worker extended a helping hand to the employees of the Bargarh sugar factory
ଇଟିଭି ଭାରତର ପ୍ରଭାବ, ବରଗଡ ଚିନି କାରଖାନାର କର୍ମଚାରୀଙ୍କୁ ସାହାଯ୍ୟର ହାତ ବଢାଇଲେ ସମାଜସେବୀ

ବରଗଡ: ଲକଡାଉନକୁ ୨୧ ଦିନ ପୂରିଯାଇଛି ରାଜ୍ୟ ସରକାର କେତେ ଗରିବଙ୍କୁ ଖାଦ୍ୟ ଓ ଅର୍ଥ ଯୋଗେଇ ଦେଉଛନ୍ତି । ହେଲେ ୩୦ ମାସର ଦରମା ପାଇନଥିବା ବରଗଡ ଚିନି କାରଖାନାର କର୍ମଚାରୀଙ୍କୁ ଅଣଦେଖା କରିଦେଲେ | ଏହି ଲକଡାଉନ ମଧ୍ୟରେ ଅର୍ଥାଭାବ କାରଣରୁ ଅବସରପ୍ରାପ୍ତ ଜଣେ କର୍ମଚାରୀ ରାଧେଶ୍ୟାମ ପାଣ୍ଡେ ଜୀବନ ହରାଇଲେ | ନା ସେ ଚିକିତ୍ସିତ ହୋଇପାରିଲେ ନା ଖାଇବାକୁ ପାଇଲେ ଏବଂ ଶେଷରେ ଆରପାରିକୁ ଚାଲିଗଲେ | କାରଖାନାର କର୍ମଚାରୀଙ୍କ କରୁଣ ଗୁହାରି ଶୁଭିଲା ନାହିଁ । ବରଗଡର କିଛି ସମାଜସେବୀ ସହ୍ୟ କରିପାରିନଥିଲେ ଏହି ପରିବାରର କରୁଣ ଦୃଶ୍ୟକୁ ଏବଂ ଲକଡାଉନ ସମୟରେ ଆର୍ଥିକ ସହାୟତାର ହାତ ବଢାଇଛନ୍ତି |

ଇଟିଭି ଭାରତର ପ୍ରଭାବ: ବରଗଡ ଚିନି କାରଖାନାର କର୍ମଚାରୀଙ୍କୁ ସାହାଯ୍ୟର ହାତ ବଢାଇଲେ ସମାଜସେବୀ

3୦ ମାସରୁ ଦରମା ପାଇନଥିବା ଚିନିକଳର ବହୁ ପରିବାର ଏହି ଲକ୍‌ଡାଉନ ସମୟରେ କିପରି ଜୀବନ ବିତାଉଛନ୍ତି ତାହା ଦେଖିବାକୁ ଆଜି ଏମାନଙ୍କ ପାଖକୁ କୌଣସି ରାଜନେତାଙ୍କ ପାଖରେ ସମୟ ନାହିଁ | ହେଲେ ଏବେ ବି ମାନବିକତା ବଞ୍ଚିରହିଛି , ବରଗଡର କିଛି ଯୁବକ ଏଠାକାର ଲୋକଙ୍କ ଦୁଃଖ ଶୁଣି ସାହାଯ୍ୟର ହାତ ବଢାଇବା ପାଇଁ ଆଗେଇ ଆସିଛନ୍ତି । କିନ୍ତୁ ଚାତକ ପକ୍ଷୀ ପରି ସରକାରଙ୍କ ସାହାଯ୍ୟର ଅପେକ୍ଷାରେ ରହିଥିବା ଏଠାକାର ଲୋକଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପରି ହେଉଛି ସାହାଯ୍ୟ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.