ETV Bharat / state

ବରଗଡ ହସ୍ପିଟାଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ - ବରଗଡ

ରବିବାର ବିଳମ୍ବିତ ରାତିରେ ବରଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଉପର ମହଲା ପେଡିଆଟିକ ୱାର୍ଡରେ ନିଆଁ ଲାଗି ଯିବାରୁ ବ୍ୟାପକ ମେଡ଼ିସିନ, ସାଲାଇନ, ବେଡ଼ ସହ ହସ୍ପିଟାଲରେ ବ୍ୟବହାର ହେଉଥିବା ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ...

ବରଗଡ ହସ୍ପିଟାଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ

author img

By

Published : Nov 23, 2020, 1:16 PM IST

ବରଗଡ: ରବିବାର ବିଳମ୍ବିତ ରାତିରେ ବରଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଉପର ମହଲା ପେଡିଆଟିକ ୱାର୍ଡରେ ନିଆଁ ଲାଗି ଯିବାରୁ ବ୍ୟାପକ ମେଡ଼ିସିନ, ସାଲାଇନ, ବେଡ଼ ସହ ହସ୍ପିଟାଲରେ ବ୍ୟବହାର ହେଉଥିବା ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ଏନେଇ ହସ୍ପିଟାଲ କର୍ମଚାରୀ ମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲେ ।

ବରଗଡ ହସ୍ପିଟାଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ

ତେବେ ନିଆଁ ଏତେ ଭୟଙ୍କର ଥିଲା ଯେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବା ପାଇଁ 2-3ଘଣ୍ଟା ସମୟ ଲାଗିଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା କାରଣ ଜଣାପଡି ନ ଥିବା ବେଳେ ଲକ୍ଷାଧିକ ଟଙ୍କାର ମେଡ଼ିସିନ, ସାଲାଇନ ପୋଡି ନଷ୍ଟ ହୋଇଯାଇଛି । ସହର ମଧ୍ୟରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଖେଦାପାଳିକୁ ସ୍ଥାନାନ୍ତର ହେବା ପରେ ଏହାକୁ ଅର୍ବାନ ସିଏଚସି ଭାବେ ଘୋଷଣା କରାଯାଇଥିଲା ଫଳରେ ଏହି ହସ୍ପିଟାଲ ଏପର୍ଯ୍ୟନ୍ତ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିନାହିଁ ।

ଉପର ମହଲାରେ ଥିବା ପେଡିଆଟିକ ୱାର୍ଡ ବନ୍ଦ ଥିବା ବେଳେ ତଳ ମହଲାରେ ରୋଗୀ ଙ୍କୁ ଚିକିତ୍ସା କରାଯାଉଛି । ସେହି ୱାର୍ଡରେ ହିଁ ନିଆଁ ଲାଗିବା ଫଳରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଯାଇଛି । ଠିକ୍ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତନ କରି ନ ଥିଲେ ହୁଏ ତ ଗୋଟିଏ ବଡ଼ ଅଘଟଣ ଘଟି ଜନ ଜୀବନ ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଥାନ୍ତା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.