ବରଗଡ: ନୟାଗଡର ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜରେ ହଇଚଇ ସୃଷ୍ଟି ହୋଇପଡିଥିବା ବେଳେ ବରଗଡ ଜିଲ୍ଲାରେ ମଧ୍ୟ ଏହାର ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି | ଏହି ନିଷ୍ପାପ ଓ ନିର୍ଦୋଷ ଶିଶୁ ହତ୍ୟାକାଣ୍ଡ ଘଟଣାରେ ଚାଲିଥିବା ରାଜନୈତିକ ସୁରକ୍ଷାକୁ ବରଗଡରେ ନିନ୍ଦା କରାଯାଇଛି | ବରଗଡରେ ମହିଳା ମାନେ ମଧ୍ୟ ଏହି ଘଟଣାର ପ୍ରବଳ ପ୍ରତିବାଦ କରିଛନ୍ତି |
ଆଜି ବରଗଡ ଗାନ୍ଧୀଛକ ଠାରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତୁଳିକା ଦାହ କରିଛି ଭାରତୀୟ ଜନତାପାର୍ଟି ମହିଳା ମୋର୍ଚ୍ଚା । ଦୋଷୀକୁ ଦଣ୍ଡ ଦେବା ସହ ସିବିଆଇ ତଦନ୍ତ ଦାବି କରି ବିଭିନ୍ନ ନାରାବାଜି କରି ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତୁଳିକା ଦାହ କରି ପ୍ରତିବାଦ କରଛନ୍ତି ମୋର୍ଚ୍ଚାର ସଦସ୍ୟ ମାନେ । ଯଦି ପରିକୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଅବରୋଧ କରିବେ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।
ବରଗଡରୁ ରାଜେଶ ସରାପ. ଇଟିଭି ଭାରତ