ETV Bharat / state

ବରଗଡରେ ଓଲଟିଲା ମହାରାଷ୍ଟ୍ରର କାର, ଜଣେ ମୃତ - The death of a migrant in a car acciden

ବରଗଡ ସୋହେଳା ରାସ୍ତାରେ ଏକ କାର ଦୁର୍ଘଟଣା ଘଟିଛି । ଏନେଇ କାରଟି ଓଲଟି ଯାଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

The death of a migrant in a car accident, the identity of an unknown immigrant, has not been found
କାର ଦୁର୍ଘଟଣାରେ ପ୍ରବାସୀଙ୍କ ମୃତ୍ୟୁ
author img

By

Published : Jun 3, 2020, 5:53 PM IST

ବରଗଡ: ବରଗଡ ସୋହେଳା ରାସ୍ତାରେ ଏକ କାର ଦୁର୍ଘଟଣା ଘଟିଛି । ଏନେଇ କାରଟି ଓଲଟି ଯାଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କାରଟି ସୋହେଳା ପଟରୁ ବରଗଡ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓହ୍ଲାଇ ଓଲଟି ପଡିଥିଲା ।

The death of a migrant in a car accident, the identity of an unknown immigrant, has not been found
କାର ଦୁର୍ଘଟଣାରେ ପ୍ରବାସୀଙ୍କ ମୃତ୍ୟୁ

ଦୁର୍ଘଟଣା ଗ୍ରସ୍ତ କାରଟି ମହାରାଷ୍ଟ୍ରର ନମ୍ବର ହୋଇଥିବା ବେଳେ ମହାରାଷ୍ଟ୍ରରୁ ଆସିଥିବା କାର ଭାବି ଲୋକମାନେ ଭୟରେ କାର ପାଖକୁ ଯାଇନଥିଲେ । ଏହାପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଯାଞ୍ଚ କରିବା ପରେ ମହାରାଷ୍ଟ୍ରରୁ କିଛି ପ୍ରବାସୀ ନିଜ ରାଜ୍ୟକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ତେବେ, ଆହତ ମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ମୃତକଙ୍କ ନାମ ଓ ଠିକଣା ଜଣାପଡିନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସିରହିଥିବା ବହୁ ପ୍ରବାସୀ ଓଡିଶା ସୀମାନ୍ତ ବରଗଡ ଜିଲ୍ଲା ଦେଇ ପ୍ରତିଦିନ ଯିବା ଆସିବା କରୁଥିବା ବେଳେ ପ୍ରାୟ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ଅନ୍ୟ ରାଜ୍ୟର ଗାଡି ଚାଳକମାନେ ଏହି ଅଞ୍ଚଳର ରାସ୍ତା ଉପରେ ଅଜଣା ରହିଥିବା ବେଳେ ପ୍ରତିଦିନ ଗୋଟେ ନା ଗୋଟେ ଦୁର୍ଘଟଣା ଘଟୁଛି ।

ବରଗଡରୁ ରାଜେଶ ସରପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.