ETV Bharat / state

ସମବାୟ ସମିତିର ତାଲାବନ୍ଦ ଆନ୍ଦୋଳନ: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସ୍ଥଗିତ ରହିଲା - ଧାନ ମିଲର୍ସ

ଜିଲ୍ଲାରେ ଧାନକିଣା ସହ ଟୋକନ ଜନିତ ସମସ୍ୟା ଯୋଗୁଁ ମଣ୍ତିରେ ବସ୍ତା ବସ୍ତା ଧାନ ପଡି ରହିବା ସହ ମିଲର୍ସମାନେ ଧାନ ନ ଉଠାଇବା ପ୍ରତିବାଦରେ ତାଲାବନ୍ଦ ଓ ଧାରଣା କାର୍ଯ୍ଯକ୍ରମ । ଅଧିକ ପଢନ୍ତୁ...

ସମବାୟ ସମିତିର ତାଲାବନ୍ଦ ଆନ୍ଦୋଳନ: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସ୍ଥଗିତ ରହିଲା

author img

By

Published : Jun 16, 2021, 8:50 PM IST

ବରଗଡ: ସମବାୟ ସମିତିର ତାଲାବନ୍ଦ ଆନ୍ଦୋଳନ । ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର ସାଇପାଲି ସେବା ସମବାୟ ସୋସାଇଟିକୁ ଚାଷୀମାନେ ଗତ ୧୨ ତାରିଖରେ ତାଲାବନ୍ଦ କରି ଧାରଣାରେ ବସିଥିଲେ । ଲେପ୍ସ ହୋଇଥିବା ୨୫ ଜଣ ଚାଷୀଙ୍କ ଟୋକନରେ ଧାନ ବିକ୍ରୀ, ସାଇପାଲି ମଣ୍ତିରେ ହଜାର ହଜାର ବସ୍ତା ଧାନ ପଡିଥିବାବେଳେ ମିଲର୍ସ ମାନେ ଧାନ ଉଠାଉ ନଥିବା ପ୍ରତିବାଦରେ ତାଲାବନ୍ଦ ଓ ଧାରଣା କାର୍ଯ୍ଯକ୍ରମ ଚାଳିଥିଲା ।

ସମବାୟ ସମିତିର ତାଲାବନ୍ଦ ଆନ୍ଦୋଳନ: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସ୍ଥଗିତ ରହିଲା

ବିଜେପି କୃଷକ ମୋର୍ଚ୍ଚା ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା ଉପସଭାପତି ଭୋଜରାଜ ସାହୁ, ମଣ୍ତଳ ସଭାପତି ସଜ୍ଜନ ଦଣ୍ତସେନାଙ୍କ ନେତୃତ୍ବରେ ପାଖାପାଖି ଶହେ ଜଣ ଚାଷୀ ଏହି ଆନ୍ଦୋଳନରେ ସାମିଲ ଥିବାବେଳେ ଜିଲ୍ଲାପାଳଙ୍କର ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା । ସାଇପାଲି ଠାରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଆସି ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରିଥିଲେ । ଖୋଦ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପୁରର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ବିଜେପୁରରୁ ଇସ୍ତଫା ଦେବା ସମୟରେ ଘୋଷଣା କରିଥିଲେ କି ବିଜେପୁର ନିର୍ବାଚନ ମଣ୍ଡଳୀର ସଂପୂର୍ଣ୍ଣ ଦାୟିତ୍ବ ମୋର, ତେବେ ଯେତେବେଳେ ବିଜେପୁର ଅଞ୍ଚଳର ଚାଷୀମାନେ ମଣ୍ତିରେ ଧାନ ବିକ୍ରି କରିପାରୁ ନାହାନ୍ତି, ମିଲର୍ସମାନେ ପ୍ରତି କ୍ବିଣ୍ଟାଲରେ ୧୦ କେଜି କଟନି ଛଟନି ନ କଲେ ମଣ୍ତିରୁ ଧାନ ଉଠାଉ ନଥିବାବେଳେ ବିଜେପୁରର ଦାୟିତ୍ବ ନେଇଥିବା ମାନ୍ଯବର ମୁଖ୍ୟମନ୍ତ୍ରୀ ଏବେ କେଉଁଠି ବୋଲି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।

ପୁରୋହିତ ଏକ ସମସ୍ତ ଘଟଣା ଉପରେ ବରଗଡ ଜିଲ୍ଲାପାଳଙ୍କ ସହ ଧାରଣାସ୍ଥଳୀରୁ ଟେଲିଫୋନ ଯୋଗେ ଆଲୋଚନା କରି ୩ ଦିନ ଧରି ସାଇପାଲି ସେବା ସମିତିର ସାମନାରେ ଚାଷୀମାନେ ଧାରଣା ବସିଥିବାବେଳେ କେହି ଜଣେ ଅଧିକାରୀ ମଧ୍ଯ ଆନ୍ଦୋଳନ ପାଇଁ ଆସିଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସାଇପାଲି ମଣ୍ତିର ଧାନ ଉଠାଇବା ପାଇଁ ମିଲର୍ସ ଟେକ୍ ବଢାଇବା ସହ ଆନ୍ଦୋଳନକାରୀ ସ୍ଥଳୀକୁ ଯାଇ ତୁରନ୍ତ ସମସ୍ଯାର ସମାଧାନ କରିବା ପାଇଁ ସମବାୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ସନ୍ଧ୍ୟାରେ ପଦ୍ମପୁର ସମବାୟ ବିଭାଗର ଅତିରିକ୍ତ ରେଜିଷ୍ଟାର ସୁରେନ୍ଦ୍ର ମେହେର ଆନ୍ଦୋଳନ ସ୍ଥଳୀକୁ ଆସି ବହୁ ସମୟ ଆଲୋଚନା କରିବା ପରେ ଟୋକନ ଲେପ୍ସ ହୋଇଥିବା ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀମାନେ ସୋସାଇଟିର ତାଲା ଖୋଲିଥିଲେ ଓ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ । ପ୍ରମୁଖ ଚାଷୀଙ୍କ ଭିତରେ ଆନନ୍ଦ ସାହୁ,ଦୀପକ ନନ୍ଦ, ଭାସ୍କର ସାହୁ, ଅକ୍ଷୟ ନାଏକ, ରଞୀନ ନାଏକ, ବିଜୟ ସାହୁ, ସୁରୁବାବୁ ବିଶି, ସତ୍ଯନାରାୟଣ ବେହେରା, ବିଶି କେଶନ ମେହେର, ଲକ୍ଷ୍ମୀଧର ବାଗ, ଅକ୍ଷୟ ସାହୁ ପ୍ରମୁଖ ଆନ୍ଦୋଳନରେ ମୁଖ୍ଯ ଭୂମିକା ଗ୍ରହଣ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.