ETV Bharat / state

ଛାତ୍ରକୁ ମାରି ଚାକିରୀରୁ ବିଦା ହେଲେ ଶିକ୍ଷୟିତ୍ରୀ - teacher suspended after beaten student

ସ୍କୁଲରେ ପାଠ ପଢାଇବା ବଦଳରେ ମୋବାଇଲରେ କଥା ହେଉଥିବାରୁ ଜଣେ ତୃତୀୟ ଶ୍ରେଣୀର ଛାତ୍ର ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ କରିବାରୁ ଛାତ୍ରକୁ ନିର୍ଧୂମ ମାଡ ମାରିଥିଲେ ।

teacher suspended
ନିଲମ୍ବିତ ହେଲେ ଶିକ୍ଷୟତ୍ରୀ
author img

By

Published : Feb 20, 2020, 10:08 AM IST

ବରଗଡ: ଛାତ୍ରଙ୍କୁ ମାଡ ମାରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ । ସ୍କୁଲରେ ପାଠ ପଢାଇବା ବଦଳରେ ମୋବାଇଲରେ କଥା ହେଉଥିବାରୁ ଜଣେ ତୃତୀୟ ଶ୍ରେଣୀର ଛାତ୍ର ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ କରିବାରୁ ଛାତ୍ରକୁ ନିର୍ଧୂମ ମାଡ ମାରିଥିଲେ ।

ଏଭଳି ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ତେଲମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ପିଲାଙ୍କ ପାଇଁ ସରକାରଙ୍କ ଦଣ୍ତ ମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ଜଣେ କୋମଳମତି ଛାତ୍ରଙ୍କୁ ଏଭଳି ନିର୍ଦ୍ଧୟ ଭାବେ ମାଡ ମାରି ଆହତ କରିଥିବା ଶିକ୍ଷୟିତ୍ରୀ ‍ଅନିତl ସାଗରଙ୍କୁ ବୁଧବାର ନିଲମ୍ବିତ କରାଯାଇଛି ।

ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ଶିକ୍ଷୟିତ୍ରୀ ଜଣକ ଏଭଳି ଛାତ୍ରକୁ ମାଡ ମାରିଥିଲେ ଯେ, ଛାତ୍ର ଜଣକ ଚେତାଶୂନ୍ୟ ହୋଇପଡିଥିଲେ । ଛାତ୍ରକୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇ ଚିକିତ୍ସା କରିବାକୁ ପଡିଥିଲା ।

ପଦ୍ମପୁର ବ୍ଲକ ତେଲମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନିତା ସାଗର ପାଠ ପଢାଇବା ସମୟରେ ମୋବାଇଲରେ କଥା ହେଉଥିବାରୁ ତୃତୀୟ ଶ୍ରେଣୀର ଛାତ୍ର ଆଶିଷ ନାୟକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଫଳରେ ଶିକ୍ଷୟିତ୍ରୀ ଜଣକ ରାଗି ଯାଇ ପିଲାଟିକୁ ନିସ୍ତୁକ ମାଡ ମାରିଥିଲେ ।

ପ୍ରବଳ ମାଡରେ ଛାତ୍ର ଜଣକ ଚେତାଶୂନ୍ୟ ହୋଇ ପଡିବାରୁ ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ୟକ୍ତ ଦେଖାଦେଇଥିବାବେଳେ ଶିକ୍ଷାବିଭାଗ ପକ୍ଷରୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣଙ୍କୁ ନିଲମ୍ବିତ କରାଯାଇଛି । ତେବେ ପରିବାର ଲୋକେ ମେଳଛାମୁଣ୍ଡା ଥାନାରେ ଏନେଇ ଏତଲା ମଧ୍ୟ ଦେଇଥିବା ଜଣାପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.