ETV Bharat / state

ଦଳୀୟ ନେତାଙ୍କ ସହ ଏକଜୁଟ ହୋଇ ଅଞ୍ଚଳର ବିକାଶ କରିବି: ସୁରେଶ ପୁଜାରୀ - bargarh

ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ସୁରେଶ ପୁଜାରୀ ବ୍ୟାପକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ବରଗଡ
author img

By

Published : May 24, 2019, 11:23 PM IST

ବରଗଡ: ସାରା ଦେଶରେ ମୋଦି ଲହରି ଜାରି ରହିଥିବା ବେଳେ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ସୁରେଶ ପୁଜାରୀ ବ୍ୟାପକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହାର ପ୍ରଭାବରେ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ସୁରେଶ ପୁଜାରୀ ବିଜେଡିର ପୁରୁଖା ନେତା ତଥା ରାଜନୀତିର ଚାଣକ୍ୟ କୁହାଯାଉ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ 63ହଜାର 939 ଖଣ୍ଡ ଭୋଟରେ ପରାଜୟ କରି ଲୋକସଭା ଆସନକୁ ଅକ୍ତିଆର କରିବାରେ ସଫଳ ହୋଇପାରିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲା ପାଞ୍ଚଟି ବିଧାନସଭା ଏବଂ ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭାକୁ ନେଇ ଗଠିତ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ । ଏଥିରେ ବିଜେପିର ସୁରେଶ ପୁଜାରୀ ୫ ଲକ୍ଷ ୮୧ ହଜାର ୨୪୫ ଭୋଟ ପାଇଥିବା ବେଳେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ୫ଲକ୍ଷ ୧୭ ହଜାର ୩୦୬ ଭୋଟ ପାଇଥିଲେ | ତେବେ ୬୩ ହଜାର ୯୩୯ ଅଧିକ ଭୋଟରେ ସୁରେଶ ପୁଜାରୀ ବିଜୟ ଲାଭ କରି ପ୍ରଥମ ଥର ପାଇଁ ବରଗଡ ଲୋକସଭାରେ ବିଜେପି ଇତିହାସ ସୃଷ୍ଟି କରିଛି |

ଶୁକ୍ରବାର ସୁରେଶ ପୁଜାରୀ ତାଙ୍କର ପ୍ରମାଣ ପତ୍ର ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ଠାରୁ ଗ୍ରହଣ କରିବା ପରେ ନିଜର ପ୍ରତିକ୍ରିୟା ରଖିଥିଲେ ଯେ ସମସ୍ତ ଦଳର ନେତାଙ୍କ ସହ ଏକଜୁଟ ହୋଇ ଅଞ୍ଚଳର କିପରି ବିକାଶ ହେବ ସେ ଦିଗରେ ମିଳିମିଶି କାମ କରିବେ । ଏଥିସହ ନିଜ ମାଟି ପାଇଁ କାମ କରିବା ସହିତ ନିଜ ଅଞ୍ଚଳରେ କିପରି ବିକାଶମୂଳକ କାମକୁ ଆଗକୁ ବଢାଇବେ ସେନେଇ ଗୁରୁତ୍ଵ ଦେବେ ବୋଲି କହିଛନ୍ତି | ନିର୍ବାଚନରେ ବରଗଡବାସୀ ତାଙ୍କୁ ବିଜୟୀ କରିଥିବାରୁ ବରଗଡ ଜିଲ୍ଲାର ଲୋକଙ୍କ ପାଇଁ ସେ ଚିର ଋଣୀ ହୋଇ ହୋଇ ରହିବେ ବୋଲି ସେ କହିଛନ୍ତି ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

ଆସନ୍ତା କାଲି ଠାରୁ ରାଜ୍ୟ ରେ ହେବ ଅସହ୍ୟ ତାତି। 

ଆସନ୍ତା କାଲି ଠାରୁ ରାଜ୍ୟ ରେ ହେବ ଅସହ୍ୟ ତାତି, ଏଭଳି ପୂର୍ବା ଅନୁମାନ କଲା ଆଞ୍ଚଳିକ ପଣିପାଗ ବିଭାଗ । କାଲି ଠାରୁ ମେ 25 ରୁ ମେ 28 ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ  ପ୍ରବଳ ଖରା ଅନୁଭୂତ ହେବାର ରହିଛି ବୋଲି ପାଣିପାଗ ବିଭାଗ ର ମୁଖ୍ୟ ସୂଚନା ଦେଇଛନ୍ତି। ଏହା ସହ ଗତ କାଲି ର ରେକର୍ଡ ଅନୁଯାୟୀ ରାଜ୍ୟ ର 11 ଟି ଜିଲ୍ଲାରେ ତାପମାତ୍ରା 40 ଉପରେ ରେକର୍ଡ କରାଯାଇ ଥିବା ବେଳେ ସେନପୁର ରେ ସର୍ବାଧିକ 44.5 ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଠିକ ସେଭଳି ଉପକୂଳର୍ବୀ ଜିଲ୍ଲା ମାନଙ୍କ ରେ କିଛି କିଛି ସ୍ଥାନ ରେ ବର୍ଷା ସହ ଘଡଘଡି ର ବି ସମ୍ଭାବନା ରହିଛି।

ବାଇଟ ହାବିହୁର ବିଶ୍ୱାସ
ନିର୍ଦେଶକ ପଣିପାଗ ବିଭାଗ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.