ETV Bharat / state

ଚିନି କାରଖାନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ, ଆନ୍ଦୋଳନରୁ ଓହରିଲେ କର୍ମଚାରୀ - CM

ଶେଷରେ ଦୀର୍ଘ ଦିନ ଆନ୍ଦୋଳନରେ ପଡିଛି ଯବନିକା। ଶେଷ ହୋଇଛି ବରଗଡ ବ୍ଲକ ତୋରାରେ ଥିବା ଚିନି କାରଖାନା କର୍ମଚାରୀଙ୍କ ଧାରଣା । ଚିନି କାରଖାନାକୁ ମୁଖ୍ୟମନ୍ତ୍ରୀ 11 କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବାରୁ ପ୍ରାୟ 2 ବର୍ଷ ଧରି ଦରମା ନପାଇ ଧାରଣା ଦେଇଥିବା କର୍ମଚାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଫଳରେ ଆନ୍ଦୋଳନରୁ ଓହରିଯାଇଛନ୍ତି କର୍ମଚାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Feb 24, 2019, 2:23 PM IST

ବରଗଡ: ମୁହଁରେ ଫୁଟିଲା ହସ । ଶେଷ ହୋଇଛି ଚିନି କାରଖାନା କର୍ମଚାରୀଙ୍କ ଧାରଣା । ବରଗଡ ବ୍ଲକ ତୋରାରେ ଥିବା ଚିନି କାରଖାନାକୁ ମୁଖ୍ୟମନ୍ତ୍ରୀ 11 କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଫଳରେ ପ୍ରାୟ 24 ମାସର ଦରମା ନପାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା କର୍ମଚାରୀ ଆନ୍ଦୋଳନରୁ ଓହରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ଅନୁଯାୟୀ, 2 ବର୍ଷ ହେଲା ଦରମା ପାଇ ନଥିବାରୁ ଚିନି କାରଖାନାର 220 ଜଣ କର୍ମଚାରୀଙ୍କ ସହ ତାଙ୍କ ପରିବାର କାରଖାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ତେବେ ଦୀର୍ଘ ଦିନ ଆନ୍ଦୋଳନ କରିବା ପରେ କୌଣସି ସୁଫଳ ନ ମିଳିବାରୁ ଆନ୍ଦୋଳନକାରୀ ବରଗଡ ଜିଲ୍ଲାପାଳ ଅଫିସ ଆଗରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ।

ଶେଷରେ ଚିନି କାରଖାନାକୁ ମୁଖ୍ୟମନ୍ତ୍ରୀ ଆର୍ଥିକ ଅନୁଦାନ ଘୋଷଣା କରିବା ପରେ ଆନ୍ଦୋଳନରୁ ଓହରିଛନ୍ତି କର୍ମଚାରୀ । ଏହା ସହ ପୂର୍ବପରି କାରଖାନାରେ କାମ କରି ପରିବାର ପ୍ରତିପୋଷଣ କରି ପାରିବେ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

Intro:Body:

ଚିନି କାରଖାନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ, ଆନ୍ଦୋଳନରୁ ଓହରିଲେ କର୍ମଚାରୀ

ବରଗଡ: ମୁହଁରେ ଫୁଟିଲା ହସ । ଶେଷ ହୋଇଛି ଚିନି କାରଖାନା କର୍ମଚାରୀଙ୍କ ଧାରଣା । ବରଗଡ ବ୍ଲକ ତୋରାରେ ଥିବା ଚିନି କାରଖାନାକୁ  ମୁଖ୍ୟମନ୍ତ୍ରୀ 11 କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଫଳରେ ପ୍ରାୟ 24 ମାସର ଦରମା ନପାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା କର୍ମଚାରୀ ଆନ୍ଦୋଳନରୁ ଓହରିଛନ୍ତି ।

ସୂଚନା ଅନୁଯାୟୀ,  2 ବର୍ଷ ହେଲା ଦରମା ପାଇ ନଥିବାରୁ ଚିନି କାରଖାନାର 220 ଜଣ କର୍ମଚାରୀଙ୍କ ସହ ତାଙ୍କ ପରିବାର କାରଖାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ତେବେ ଦୀର୍ଘ ଦିନ ଆନ୍ଦୋଳନ କରିବା ପରେ କୌଣସି ସୁଫଳ ନ ମିଳିବାରୁ ଆନ୍ଦୋଳନକାରୀ ବରଗଡ ଜିଲ୍ଲାପାଳ ଅଫିସ ଆଗରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । 

ଶେଷରେ ଚିନି କାରଖାନାକୁ ମୁଖ୍ୟମନ୍ତ୍ରୀ ଆର୍ଥିକ ଅନୁଦାନ ଘୋଷଣା କରିବା ପରେ ଆନ୍ଦୋଳନରୁ ଓହରିଛନ୍ତି କର୍ମଚାରୀ । ଏହା ସହ ପୂର୍ବପରି କାରଖାନାରେ କାମ କରି ପରିବାର ପ୍ରତିପୋଷଣ କରି ପାରିବେ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.