ETV Bharat / state

ଅଜଣା ରୋଗରେ ସୁସ୍ଥ ଗାଈର ମୃତ୍ୟୁ, ଭୟଭୀତ ଗ୍ରାମବାସୀ - ଅଜଣା ରୋଗରେ ସୁସ୍ଥ ଗାଈର ହଠାତ ମୃତ୍ୟୁ

ବରଗଡ ଶକ୍ତିନଗର 11 ନମ୍ବର ୱାର୍ଡ ଠାରେ ଅଘଟଣ । ହୃଷ୍ଟପୃଷ୍ଟ ଗାଈର ଅଜଣା ରୋଗରେ ମୃତ୍ୟୁ ହେବାପରେ ଆତଙ୍କିତ ବରଗଡବାସୀ । କେଉଁ କାରଣରୁ ବୁଲନ୍ତା ଗାଈର ହଠାତ ମୃତ୍ୟୁ ହେଲା, ତାହା ଜଣାପଡିନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ଅଜଣା ରୋଗରେ ସୁସ୍ଥ ଗାଈର ହଠାତ ମୃତ୍ୟୁ
ଅଜଣା ରୋଗରେ ସୁସ୍ଥ ଗାଈର ହଠାତ ମୃତ୍ୟୁ
author img

By

Published : Sep 10, 2020, 6:26 PM IST

ବରଗଡ଼: ହୃଷ୍ଟପୃଷ୍ଟ ଗାଈର ଅଜଣା ରୋଗରେ ମୃତ୍ୟୁ ହେବାପରେ ଆତଙ୍କିତ ବରଗଡବାସୀ । କେଉଁ କାରଣରୁ ବୁଲନ୍ତା ଗାଈର ହଠାତ ମୃତ୍ୟୁ ହେଲା ତାହା ଜଣାପଡିନଥିବାବେଳେ କୋରୋନା ମହାମାରୀ ପଶୁଙ୍କ ମଧ୍ୟରେ ବ୍ୟାପିଲାଣି ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଦେଇଛି । ଏପରି ଘଟଣା ଘଟିଛି ବରଗଡ ଶକ୍ତିନଗର 11 ନମ୍ବର ୱାର୍ଡ ଠାରେ ।

ଅଜଣା ରୋଗରେ ସୁସ୍ଥ ଗାଈର ହଠାତ ମୃତ୍ୟୁ

କୋରୋନା ମହାମାରୀରେ ବହୁ ମଣିଷ ପ୍ରାଣ ହରାଉଥିବାବେଳେ ପଶୁପକ୍ଷୀମାନଙ୍କ ଠାରେ ଏହା ବ୍ୟାପୁଛି ନାଁ ନାହିଁ ତାହା ସଠିକ ଭାବରେ ଜଣାନାହିଁ । କୋରୋନା ରୋଗ ମଣିଷରୁ ମଣିଷକୁ ବ୍ୟାପୁଥିବାବେଳେ ବହୁ ଲୋକଙ୍କ ଏହି ମହାମାରୀରେ ମୃତ୍ୟୁ ହେବାପରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ତେବେ ଏପରି ପରିସ୍ଥିତିରେ ବରଗଡ ଟାଉନ ଭିତରେ ରାସ୍ତା ଉପରେ ଏକ ସୁସ୍ଥସବଳ ଗାଈର ହଠାତ ମୃତ୍ୟୁ ହୋଇଯାଇଥିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ନାନା ସନ୍ଦେହ ସୃଷ୍ଟି ହୋଇଛି ।

ମଣିଷଙ୍କ ପରି ସୁସ୍ଥ ଥିବା ଗାଈଟିର ମଧ୍ୟ କୋରୋନା ରୋଗରେ ହଠାତ ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଉଥିବାବେଳେ ବରଗଡ ଟାଉନରେ ଏହି ଘଟଣାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ କେଉଁ କାରଣରୁ ସୁସ୍ଥ ଥିବା ଗାଈଟିର ହଠାତ ମୃତ୍ୟୁ ହେଲା ତାହା ଏବେ ମଧ୍ୟ ରହସ୍ୟ ହୋଇ ରହିଛି । ସେପଟେ ପଶୁ ଡାକ୍ତରଙ୍କୁ ଏସମ୍ପର୍କରେ ଖବର ଦିଆଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.