ETV Bharat / state

CBSE ଯୁକ୍ତ ଦୁଇରେ କମ ମାର୍କକୁ ନେଇ ସ୍କୁଲ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ - ବରଗଡ ରୋଟାରୀ ସ୍କୁଲ

ବରଗଡ ରୋଟାରୀ ସ୍କୁଲ ଘେରିଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ। ଯୁକ୍ତ ଦୁଇ CBSE ରେଜଲ୍ଟରେ ଦିଆଯାଇଥିବା ମାର୍କକୁ ଅସନ୍ତୁଷ୍ଟ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲକୁ ଆସି CBSE ଗାଇଡଲାଇନ ଅନୁଯାୟୀ ପୂର୍ବ ପରୀକ୍ଷାର ପଠାଯାଇଥିବା ମାର୍କ ଦେଖାଇବାକୁ ଜିଦ ଧରିଥିଲେ । ଅଧିକ ପଢନ୍ତୁ...

CBSC ଯୁକ୍ତ ଦୁଇରେ କମ ମାର୍କକୁ ନେଇ ସ୍କୁଲ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

author img

By

Published : Aug 5, 2021, 11:01 PM IST

ବରଗଡ: ବରଗଡ ରୋଟାରୀ ସ୍କୁଲ ଘେରିଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଯୁକ୍ତ ଦୁଇ CBSE ରେଜଲ୍ଟରେ ଦିଆଯାଇଥିବା ମାର୍କକୁ ଅସନ୍ତୁଷ୍ଟ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲକୁ ଆସି CBSE ଗାଇଡଲାଇନ ଅନୁଯାୟୀ ପୂର୍ବ ପରୀକ୍ଷାର ପଠାଯାଇଥିବା ମାର୍କ ଦେଖାଇବାକୁ ଜିଦ ଧରିଥିଲେ । ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଏଥିରୁ ନାରାଜ ହେବାରୁ ଉତକ୍ଷିପ୍ତ ହୋଇ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ ।

CBSE ଯୁକ୍ତ ଦୁଇରେ କମ ମାର୍କକୁ ନେଇ ସ୍କୁଲ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ସରକାରଙ୍କ ଗାଇଡଲାଇନ ଅନୁଯାୟୀ ପୂର୍ବରୁ ହୋଇଥିବା ସ୍କୁଲ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତେ ମାର୍କ ସ୍କୁଲରେ ଆଣିଥିଲେ ସେହି ଅନୁପାତରେ ପିଲାଙ୍କୁ ହାରାହାରି ମାର୍କ ଦିଆଯାଇଛି । ତେବେ ବରଗଡ଼ ଭଟଲି ଛକ ନିକଟରେ ଥିବା ରୋଟାରୀ ସ୍କୁଲର ଅଧିକାଂଶ ଛାତ୍ରଛାତ୍ରୀଙ୍କ 60% ରୁ ମଧ୍ୟ କମ ମାର୍କ ଦିଆଯାଇଥିବାବେଳେ କମ ଷ୍ଟାଣ୍ଡାର୍ଡ ଥିବା ପିଲାଙ୍କ ମାର୍କ 90% ରହିଥିବା ନେଇ ଅଭିଯୋଗ ଆଣିଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ।

ତେବେ ସ୍କୁଲ କମିଟିରେ ଥିବା ମେମ୍ବରମାନଙ୍କ ପିଲାଙ୍କ ରେଜଲ୍ଟରେ ଅଧିକ ମାର୍କ ଥିବାରୁ ମାର୍କ ପଠାଇବାରେ ସ୍କୁଲ ପକ୍ଷରୁ ପକ୍ଷପାତିତା କରାଯାଇଥିବା ଅଭିଯୋଗ ଆଣି ସ୍କୁଲ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଅଭିଭାବକମାନେ। ଅନ୍ୟପଟେ ସ୍କୁଲ ପକ୍ଷରୁ କୌଣସି ପାତରଅନ୍ତର କରାଯାଇନାହିଁ ଏବଂ CBSE ଗାଇଡ଼ଲାଇନ ଅନୁଯାୟୀ ପିଲାଙ୍କୁ ମାର୍କ ଦିଆଯାଇଛି ବୋଲି ସ୍ପଷ୍ଟୀକରଣ ଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.