ବରଗଡ: ବରଗଡ଼ ପଞ୍ଚାୟତ କଲେଜରେ ଛାତ୍ରଛାତ୍ରୀ ଫିଜିକ୍ସ ପରୀକ୍ଷା ଦେଉଥିଲେ । ହଠାତ୍ କଲେଜ କତ୍ତୃପକ୍ଷ ଆସି କହିଲେ ଯୁନିଭରସିଟିରୁ ଫୋନ ଆସିଛି, ପରୀକ୍ଷା ବାତିଲ ହେଲା । ଶେଷରେ ଅଧା ପରୀକ୍ଷା ଦେଇ ଫେରିଗଲେ ଯୁକ୍ତ ତିନି ଛାତ୍ରଛାତ୍ରୀ l ବୁଝୁବୁଝୁ ଜଣାପଡିଲା ସୋସିଆଲ ମିଡ଼ିଆରେ ଅରିଜନାଲ ପ୍ରଶ୍ନ ପତ୍ର ଭାଇରାଲ ହୋଇଛି ।
ପ୍ରଥମେ ଏଜୁକେସନ ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା ଆଜି ଫିଜିକ୍ସ ପ୍ରଶ୍ନ ପତ୍ର ଲିକ୍ ହେବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ବରଗଡ଼ ପଞ୍ଚାୟତ କଲେଜ ଅଧ୍ୟକ୍ଷ ପତିତପାବନ ସାହୁ ଏନେଇ ପରୀକ୍ଷାର୍ଥୀ ମାନଙ୍କୁ ବିଚଳିତ ନ ହେବାକୁ ପରାମର୍ଶ ଦେଇଛନ୍ତି । ଆସନ୍ତା 19 ତାରିଖରେ ଏଜୁକେସନ୍ ଏବଂ 20ତାରିଖରେ ଫିଜିକ୍ସ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ l
ଇଟିଭି ଭାରତ,ବରଗଡ