ETV Bharat / state

ଶିକ୍ଷକଙ୍କ ବଦଳି ନେଇ ଆଦର୍ଶ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

author img

By

Published : Aug 30, 2019, 11:45 PM IST

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ରହିଥିବା ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟରେ ବାରମ୍ବାର ଶିକ୍ଷକ ବଦଳି କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ଼: ମେଧାବି ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ଦେବାକୁ କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ସରକାର କରିଛନ୍ତି ଆଦର୍ଶ ବିଦ୍ୟାଳୟ । ନାଁକୁ ମାତ୍ର ଆଦର୍ଶ ବିଦ୍ୟାଳୟ । ହେଲେ ଏଠି ପାଠପଢାରେ ଆଦର୍ଶର ଚିହ୍ନବର୍ଣ୍ଣ ନାହିଁ । ନା ଅଛି ଭିତ୍ତିଭୂମି ନା ଅଛନ୍ତି ଶିକ୍ଷକ । ବିଭିନ୍ନ ସମସ୍ୟାରେ ଅତିବାହିତ କରୁଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ରହିଥିବା ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ରାଜ୍ୟ ସରକାର ନା ଯୋଗାଇ ପାରୁଛନ୍ତି ଶିକ୍ଷକ ନା ଦେଇପାରୁଛନ୍ତି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା । ସେଥିରେ ପୁଣି ଶିକ୍ଷକ-ଶିକ୍ଷୟତ୍ରୀଙ୍କର ଘନଘନ ହେଉଛି ବଦଳି । ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ଆରମ୍ଭରୁ ଦୁଇ ବର୍ଷ ଧରି ବିଜ୍ଞାନ ଶିକ୍ଷକ ନଥିବା କାରଣରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ଖରାପ ହୋଇଥିବା ବେଳେ ଚଳିତ ଶିକ୍ଷା ବର୍ଷ ପାଇଁ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ହେଲେ ଶିକ୍ଷାବର୍ଷର ଅଧାରୁ ପୁଣି ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକ ମାହଲରେ ଅଶାନ୍ତି ଦେଖାଦେଇଛି ।

ସୂଚନା ଅନୁସାରେ ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟରେ ୨୦୧୯ -୨୦ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସରକାର ଜଣେ ବିଜ୍ଞାନ ଶିକ୍ଷକ ଯୋଗେଇ ଦେଇଥିଲେ । କିନ୍ତୁ ଶୁକ୍ରବାର ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟର ସେହି ବିଜ୍ଞାନ ଶିକ୍ଷକ ଏବଂ ପ୍ରିନ୍ସିପାଲଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିବାରୁ ବିଦ୍ୟାଳୟରେ ଆଶାନ୍ତିର ବାତାବରଣ ଖେଳିଯାଇଛି । ତେବେ ସେହି ବିଦ୍ୟାଳୟକୁ ଅନ୍ୟ ଶିକ୍ଷକ ମଧ୍ୟ ଦିଆଯାଇ ନାହିଁ । ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଧା ଶିକ୍ଷା ବର୍ଷରୁ ଏପରି ହଠାତ ଶିକ୍ଷକମାନଙ୍କ ବଦଳି ହେବା ଛାତ୍ରଛାତ୍ରୀ ନିନ୍ଦା କରିଛନ୍ତି ।

ବିଗତ ବର୍ଷ ବିଜ୍ଞାନ ଶିକ୍ଷକ ନଥିବା କାରଣରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଭଲ ହୋଇନଥିବା ବେଳେ ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଖେଳ ଖେଲାଯାଇଛି । ଏନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ବର୍ତ୍ତମାନ ଶିକ୍ଷକଙ୍କ ବଦଳିକୁ ନେଇ ବିରୋଧ କରିଛନ୍ତି । ତୁରନ୍ତ ଏହି ବଦଳିକୁ ସରକାର ବାତିଲ ନକଲେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ନାମ ମାତ୍ରକୁ କେବଳ ଆଦର୍ଶ ବିଦ୍ୟାଳୟ , ରାଜ୍ୟ ସରକାର ନା ଯୋଗେଇ ପାରୁଛନ୍ତି ଶିକ୍ଷକ ନା ଦେଇପାରୁଛନ୍ତି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା | ୨୦୧୬ ମସିହାରେ ଆରମ୍ଭ କରାଯାଇଥିବା ଆଦର୍ଶ ବିଦ୍ୟାଳୟରେ ଆରମ୍ଭରୁ ଦୁଇ ବର୍ଷ ଧରି ବିଜ୍ଞାନ ଶିକ୍ଷକ ନଥିବା କାରଣରୁ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଫଳାଫଳ ଖରାପ ହୋଇଥିବା ବେଳେ ଚଳିତ ଶିକ୍ଷା ବର୍ଷ ପାଇଁ ଜଣେ ବିଜ୍ଞାନ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ ହେଲେ ଶିକ୍ଷାବର୍ଷର ଅଧାରୁ ପୁଣି ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଅସାନ୍ତି ଦେଖାଦେଇଛି |
Body:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ରହିଥିବା ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟ ଠାରେ ଦୁଇବର୍ଷ ଧରି ବିଜ୍ଞାନ ଶିକ୍ଷକ ନଥିବା ବେଳେ ୨୦୧୯ -୨୦ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସରକାର ଜଣେ ବିଜ୍ଞାନ ଶିକ୍ଷକ ଯୋଗେଇଦେଇଥିଲେ | କିନ୍ତୁ ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟ ର ସେହି ବିଜ୍ଞାନ ଶିକ୍ଷକ ଏବଂ ପ୍ରିନ୍ସିପାଲ ଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିବାରୁ ବିଦ୍ୟାଳୟରେ ଆସନ୍ତି ର ବାତାବରଣ ଖେଳିଯାଇଛି | ତେବେ ସେହି ବିଦ୍ୟାଳୟକୁ ଅନ୍ୟ ଶିକ୍ଷକ ମଧ୍ୟ ଦିଆଯାଇ ନାହି |ନବମ ଏବଂ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଅଧା ଶିକ୍ଷା ବର୍ଷରୁ ଏପରି ଶିକ୍ଷକ ମାନଙ୍କ ବଦଳି କରିବା କେତେଦୂର ଯଥାର୍ଥ | ବିଗତ ବର୍ଷ ବିଜ୍ଞାନ ଶିକ୍ଷକ ନଥିବା କାରଣରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଭଲ ହୋଇନଥିବା ବେଳେ ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଖେଳ ଖେଲାଯାଇଛି | ତେବେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଏହି ବର୍ତମାନର ବଦଳିକୁ ବିରୋଧ କରିଛନ୍ତି ଏବଂ ତୁରନ୍ତ ଏହି ବଦଳିକୁ ସରକାର ବାତିଲ ନକରିଲେ ସମସ୍ତେ ରାଜରାସ୍ତାକୁ ଓହଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି |

ବାଇଟ ୧ - ସୁଲଗ୍ନା ଦାସ ( ଦଶମ ଶ୍ରେଣୀ ଛାତ୍ରୀ )
ବାଇଟ ୨- ଅର୍ଚନା ବେହେରା (ନବମ ଶ୍ରେଣୀ ଛାତ୍ରୀ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.