ETV Bharat / state

ବିଶ୍ବ ମହିଳା ଦିବସ: ଦିବ୍ୟାଙ୍ଗ ଓଡିଆ ଝିଅ ପି.ଅଞ୍ଜଳିଙ୍କ କୃତିତ୍ଵର କାହାଣୀ

ଆଜି ମହିଳା ଦିବସରେ ଆମେ ଆପଣଙ୍କୁ ସେମିତି ଜଣେ ଆଦର୍ଶଙ୍କ କଥା କହିବୁ ଯିଏ ଦିବ୍ୟାଙ୍ଗ ସତ କିନ୍ତୁ ମାନସିକ ସ୍ତରରେ ବେଶ ସବଳ । ରାଜ୍ୟ ବାହାରେ ଏମଫିଲ୍ ଡିଗ୍ରୀ ହାସଲ କରି ବେଶ୍ ଚର୍ଚ୍ଚାରେ ବରଗଡର ପି.ଅଞ୍ଜଳି । ଅଧିକ ପଢନ୍ତୁ...

author img

By

Published : Mar 8, 2021, 1:54 PM IST

ବିଶ୍ବ ମହିଳା ଦିବସ: ଦିବ୍ୟାଙ୍ଗ ଓଡିଆ ଝିଅ ପି.ଅଞ୍ଜଳିଙ୍କ କୃତିତ୍ଵର କାହାଣୀ
ବିଶ୍ବ ମହିଳା ଦିବସ: ଦିବ୍ୟାଙ୍ଗ ଓଡିଆ ଝିଅ ପି.ଅଞ୍ଜଳିଙ୍କ କୃତିତ୍ଵର କାହାଣୀ

ବରଗଡ: ପରିଶ୍ରମ ହିଁ ସଫଳତାର ଚାବିକାଠି । ମନରେ ସାହାସ, ଆତ୍ମବିଶ୍ବାସ ଥିଲେ ମଣିଷ ହିମାଳୟ ଲଂଘି ପାରିବାର କ୍ଷମତା ରଖୁଛି । ଅକ୍ଷମତା କେବେବି କାହାକୁ ସଫଳ ହେବାରେ ଅଟକାଇ ପାରିନି । ବାଧା ତ ଉପୁଜିପାରେ ମାତ୍ର ଲକ୍ଷ୍ୟ ସୁନିଶ୍ଚିତ । ଆଜି ମହିଳା ଦିବସରେ ଆମେ ଆପଣଙ୍କୁ ସେମିତି ଜଣେ ଆଦର୍ଶଙ୍କ କଥା କହିବୁ ଯିଏ ଦିବ୍ୟାଙ୍ଗ ସତ କିନ୍ତୁ ମାନସିକ ସ୍ତରରେ ବେଶ ସବଳ । ରାଜ୍ୟ ବାହାରେ ଏମଫିଲ୍ ଡିଗ୍ରୀ ହାସଲ କରି ବେଶ୍ ଚର୍ଚ୍ଚାରେ ବରଗଡର ପି.ଅଞ୍ଜଳି । ଗୁଜୁରାଟର ସେଣ୍ଟ୍ରାଲ୍ ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରିଛନ୍ତି ଦିବ୍ୟାଙ୍ଗ ଝିଅ ଅଞ୍ଜଳି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେମଶ ପୋଖରିଆଲଙ୍କ ସଭାମଞ୍ଚରେ ବି ସେ ହୋଇଛନ୍ତି ସମ୍ମାନିତ ।

ବାପା-ମାଙ୍କ ଦୁଇ ଝିଅ କିନ୍ତୁ କେବେ ବି ଝିଅ ବୋଲି ମନରେ ଦୁଃଖ ପ୍ରକାଶ କରି ନାହାଁନ୍ତି । ଜନ୍ମରୁ ଦିବ୍ୟାଙ୍ଗ ଅଞ୍ଜଳି, ନିଜ ପ୍ରଚେଷ୍ଟାରେ ଆଗକୁ ବଢିଥିଲେ ସେ । ପ୍ରଥମେ ବରଗଡ ସେଣ୍ଟ୍ରାଲ ସ୍କୁଲରୁ ଶିକ୍ଷା ଲାଭ କଲାପରେ ପଞ୍ଚାୟତ କଲେଜରୁ ହିନ୍ଦୀରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ମହାରାଷ୍ଟ୍ର ୱର୍ଧା ସ୍ଥିତ ମହାତ୍ମାଗାନ୍ଧୀ ଅନ୍ତର୍ଜାତୀୟ ହିନ୍ଦୀ ବିଶ୍ବ ବିଦ୍ୟାଳୟରୁ ସ୍ନାତକୋତ୍ତର ଲାଭ କରି ଅଞ୍ଜଳି ଗୁଜୁରାଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ହିନ୍ଦୀରେ ମାଷ୍ଟର ଅଫ ଫିଲୋସଫିରେ ଡିଗ୍ରୀ ହାସଲ କରିଛନ୍ତି ।

ଦୃଢ ଇଚ୍ଛା ଶକ୍ତି ଓ ନିଷ୍ଠାପର ଭାବେ ଶିକ୍ଷା ପ୍ରତି ସମର୍ପଣ ଭାବ ତାଙ୍କୁ ଏ ସଫଳତା ଆଣିଦେଇଛି । ଇଟିଭି ଭାରତ ପକ୍ଷରୁ ପି.ଅଞ୍ଜଳିଙ୍କୁ ମହିଳା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।ବରଗଡରୁ ରାଜେଶ ସରାପଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.