ETV Bharat / state

କୋରୋନା ଲଢେଇରେ ସାମିଲ କଳାକାର, ପ୍ଲାଜମା ଦାନ ପାଇଁ ବାଣ୍ଟୁଛନ୍ତି ବାର୍ତ୍ତା - କୋରୋନା ଲଢେଇରେ କଳକାର

ନିଜ କଳା ମାଧ୍ୟମରେ ମନୋରଞ୍ଜନ କରୁଥିବା କଳାକାର ଆଜି ଏପରି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ଜାଗୃତ କରୁଛନ୍ତି । ନିଜ ଚରିତ୍ର ଆଉ ବେଶଭୂଷାରେ ଘରେ ଘରେ ପହଞ୍ଚି କରୁଛନ୍ତି ସଚେତନ । ଅଧିକ ପଢନ୍ତୁ...

ପ୍ଲାଜମା ଦାନ କରିବାକୁ ସଚେତନ କରୁଛନ୍ତି ମଞ୍ଚ ଅଭିନେତା

author img

By

Published : Aug 14, 2020, 7:56 AM IST

Updated : Aug 14, 2020, 12:36 PM IST

ବରଗଡ: କୋରୋନା ଲଢେଇରେ କଳାକାର । ମହାମାରୀ ସମୟରେ ସାଜିଲେ ସଚେତକ । ନିଜ କଳା ମାଧ୍ୟମରେ ମନୋରଞ୍ଜନ କରୁଥିବା କଳାକାର ଆଜି ଏପରି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ଜାଗୃତ କରୁଛନ୍ତି । ପ୍ଲାଜମା ଥେରିପା ମାଧ୍ୟମରେ ଗୁରୁତର ରୋଗୀ ସୁସ୍ଥ ହେଉଥିବା ଜାଣି ବଲାଙ୍ଗୀର ଜଣେ ମଞ୍ଚ ଅଭିନେତା ଗୁରୁତର ରୋଗୀଙ୍କ ପ୍ଲାଜମା ଦାନ କରିବାକୁ ଆହ୍ବାନ କରୁଛନ୍ତି ।

କୋରୋନା ସଂକ୍ରମଣରେ ବ୍ରେକ ଲାଗୁନି। ଯାହାକୁ ନେଇ ଲୋକେ ଅଧିକା ଭୟଭୀତ ହୋଇପଡୁଛନ୍ତି । ବରଗଡରେ ବର୍ତ୍ତମାନ ସଂକ୍ରମିତ ମାମଲା 700 ଟପିବା ସହ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ପାଇଛି । ସେପଟେ, ପ୍ଲାଜମା ଥେରାପି ମାଧ୍ୟମରେ ଗୁରୁତର ରୋଗୀ ସୁସ୍ଥ ଜାଣିବା ପରେ କଳାକାର ତଥା ଅଭିନେତା ଜଗଦାନନ୍ଦ ମିଶ୍ର ପ୍ଲାଜମା ଦାନ କରିବାକୁ ସଚେତନ କରୁଛନ୍ତି ।

କୋରୋନା ଲଢେଇରେ ସାମିଲ କଳାକାର

କୋରୋନା ରୁ ରକ୍ଷା ପାଇବା ପାଇଁ ଏବଂ କୋରୋନା ସଂକ୍ରମିତଙ୍କୁ ଆରୋଗ୍ୟ କରିବା ପାଇଁ ଲୋକଙ୍କୁ ନିଜ କଳା ମାଧ୍ୟମରେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ଜଗଦାନନ୍ଦ । ନିଜ ଚରିତ୍ର ଓ ବେଶଭୂସାରେ ଘର ଘର ବୁଲି କୋରୋନା ରୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ସେ ଲୋକଙ୍କୁ ଆହ୍ବାନ କରୁଛନ୍ତି । ଜଗଦାନନ୍ଦଙ୍କ ଏପରି ପଦକ୍ଷେପକୁ ବରଗଡ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Aug 14, 2020, 12:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.