ETV Bharat / state

ବରଗଡ ଏସପି ଭାବେ ଦାୟିତ୍ବ ନେଲେ ଏସପି ପଦ୍ମିନୀ ସାହୁ

ଆଜି ବରଗଡ ଏସପି ଭାବେ ପଦ୍ମିନୀ ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ଏସପି ମୁକେଶ କୁମାର ଭାମୋ ଠାରୁ ପଦ୍ମିନୀ ସାହୁ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

author img

By

Published : Aug 23, 2019, 11:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଏସପି ସ୍ତରରେ ବଡଧରଣର ଅଦଳବଦଳ କରିଥିଲେ । 13ଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ମିଳିଥିଲା । ଏହି କ୍ରମରେ ଆଜି ବରଗଡରେ ମହିଳା ଏସପି ଭାବେ ପଦ୍ମିନୀ ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ମୁକେଶ କୁମାର ଭାମୋ ବରଗଡରେ ଏସପି ଥିଲେ । ଏବେ ତାଙ୍କର କୋରାପୁଟ ଜିଲ୍ଲାକୁ ବଦଳି ହୋଇଛି । ଆଜି ମୁକେଶ କୁମାର ଭାମୋ ନିଜର କାର୍ଯ୍ୟଭାର ନୂତନ ଏସପି ପଦ୍ମିନୀ ସାହୁଙ୍କୁ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପଦ୍ମିନୀ ସାହୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ତାଙ୍କୁ ସ୍ଵାଗତ ଜଣାଇଥିଲେ । ଏହା ପରେ ସେ ସମସ୍ତ ଅଧିକାରୀଙ୍କ ସହ ମିଟିଂ କରିଥିଲେ । ଜିଲ୍ଲାରେ ଅପରାଧ ନିୟନ୍ତ୍ରଣକୁ ଅତ୍ୟଧିକ ଗୁରୁତ୍ଵ ଦିଆଯିବା ସହ ଜନସାଧାରଣ କିପରି ସୁରକ୍ଷିତ ରହିବେ ତାହା ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ନବନିଯୁକ୍ତ ଏସପି ପଦ୍ମିନୀ ସାହୁ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ରାଜ୍ୟରେ ଆଇ.ପି.ଏସ ମାନଙ୍କର ହୋଇଛି ଅଦଲ ବଦଳ ହୋଇଥିବା ବେଳେ ବରଗଡ ରେ ଆଜି ଯୋଗଦାନ ଦେଇଛନ୍ତି ମହିଳା ଏସ. ପି ପଦ୍ମିନୀ ସାହୁ | ମୁକେଶ କୁମାର ଭାମୋ ବରଗଡରେ ଭଲ କାମ କରିଥିବା ଲୋକେ ପ୍ରଶଂସା କରୁଥିବା ବେଳେ ତାଙ୍କର କୋରାପୁଟ ଜିଲ୍ଲାକୁ ବଦଳି ହୋଇଯାଇଛି |ତେବେ ଆଜି ମୁକେଶ କୁମାର ଭାମୋ ନିଜର କାର୍ଯ୍ୟଭାର ନୂତନ ଏସ ପି ପଦ୍ମିନୀ ସାହୁଙ୍କୁ ପ୍ରଦାନ କରିଛନ୍ତି |
Body: ଆଜି ସନ୍ଧ୍ୟାରେ ବରଗଡରେ ନୂତନ ଏସ ପି ଯୋଗଦାନ କରିଛନ୍ତି , ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ତାଙ୍କୁ ସ୍ଵାଗତ ଜଣାଇଥିଲେ ଏବଂ କାର୍ଯ୍ୟଭାର ଗ୍ରହଣ କଲାପରେ ଏସ ପି ପଦ୍ମିନୀ ସାହୁ ସମସ୍ତ ଅଧିକାରୀଙ୍କ ସହିତ ମିଟିଙ୍ଗ କରିଥିଲେ | ଜିଲ୍ଲାରେ ଅପରାଧ ନିୟନ୍ତ୍ରଣକୁ ଅତ୍ୟଧିକ ଗୁରୁତ୍ଵ ଦିଆଯିବା ସଙ୍ଗେ ଜନସାଧାରଣ କିପରି ସୁରକ୍ଷିତ ରହିବେ ତାହା ପ୍ରଥମ ଲକ୍ଷ ରହିବା ବୋଲି କହିଛନ୍ତି ନୂତନ ଏସ ପି ପଦ୍ମିନୀ ସାହୁ |
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.