ETV Bharat / state

Panchayat Election: ବାଇକରେ ଷ୍ଟଣ୍ଟ କରି ପ୍ରଚାର କରୁଛନ୍ତି ସରପଞ୍ଚ ପ୍ରାର୍ଥୀ

ବରଗଡ଼ ଜିଲ୍ଲା ପଲସାପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ବାଇକରେ ଷ୍ଟଣ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି । ଅଧିକ ପଢନ୍ତୁ

Panchayat Election: ବାଇକରେ ଷ୍ଟଣ୍ଟ ମାରି ସରପଞ୍ଚ ପ୍ରାର୍ଥୀଙ୍କ ନିଆରା ପ୍ରଚାର

author img

By

Published : Feb 5, 2022, 8:54 PM IST

ବରଗଡ଼: ପଞ୍ଚାୟତ ନିର୍ବାଚନରେ ଅଭିନବ ଉପାୟରେ ନିଜର ପ୍ରଚାର ପ୍ରସାର କରୁଥିବା ସରପଞ୍ଚ ପ୍ରାର୍ଥୀ ଏବେ ଚର୍ଚ୍ଚାରେ । ବାଇକରେ ଷ୍ଟଣ୍ଟ ଦେଖାଇ ନିଜର ପ୍ରଚାର କରୁଛନ୍ତି ଏହି ପ୍ରାର୍ଥୀ । ଏଭଳି ଭିନ୍ନ ଦୃଶ୍ୟ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ପଲସାପାଲି ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି । ନିଶୁଣିକୁ ଖନ୍ଦରେ ବୋହି ନିଜେ ବାଇକ ଚଳାଇ ଗାଁକୁ ଗାଁ ବୁଲି ନିଶୁଣି ଚିହ୍ନକୁ ପ୍ରଚାର କରିବାରେ ଲାଗିଛନ୍ତି ସରପଞ୍ଚ ପ୍ରାର୍ଥୀ ରତ୍ନାକର ବଢେଇ ।

Panchayat Election: ବାଇକରେ ଷ୍ଟଣ୍ଟ ମାରି ସରପଞ୍ଚ ପ୍ରାର୍ଥୀଙ୍କ ନିଆରା ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲାରେ ରାଜନୀତିକ ଉଷ୍ମତା ଦେଖାଦେଇଥିବା ବେଳେ ପଦ୍ମପୁର ବ୍ଲକ ଅନ୍ତର୍ଗତ ପଳାସପାଲି ପଞ୍ଚାୟତର ସାରଙ୍ଗପୁର ଗାଁର ସରପଞ୍ଚ ପ୍ରାର୍ଥୀ ରତ୍ନାକର ବଢ଼େଇ ଅଭିନବ ଉପାୟରେ ନିଜେ ବାଇକ ଚଳାଇ ନିଶୁଣି ଧରି ନିଜର ପ୍ରଚାର କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ପ୍ରାର୍ଥୀ ଜଣକ ସାଇକେଲ ଓ ମୋଟର ସାଇକେଲର ଜଣେ ଷ୍ଟଣ୍ଟମ୍ୟାନ ହୋଇଥିବା ବେଳେ ନିଜର କଳାକୁ ସେ ପ୍ରଚାର ପ୍ରସାରରେ ବ୍ୟବହାର କରି ବେଶ ଚର୍ଚ୍ଚାରେ ରହିଛନ୍ତି ।

ଗାଁକୁ ଗାଁ ରତ୍ନାକର ଯେତେବେଳେ ପହଞ୍ଚୁଛନ୍ତି ତାଙ୍କର ଏପରି ନିଆରା ପ୍ରଚାର ଦେଖିବାକୁ ରାସ୍ତାରେ ଲୋକଙ୍କ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳିଛି । ରତ୍ନାକରଙ୍କ ଏଭଳି ନିଆରା ପ୍ରଚାର ପାଇଁ ଆଜି ତାଙ୍କୁ ଭୋଟର ଭଲରେ ଜାଣିପାରିଛନ୍ତି ଯେ ସେ ନିଶୁଣି ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.