ବରଗଡ: କୋରୋନା କାଳରେ ନିଃସ୍ବାର୍ଥପର ସେବା ଯୋଗାଇ ପ୍ରଶଂସା ସାଉଁଟୁଛି ସଂକଳ୍ପ ପରିବାର । ବରଗଡରେ ଥିବେ ସ୍ଵେଚ୍ଛାସେବୀ ସଙ୍ଗଠନ ସଙ୍କଳ୍ପ ପରିବାରର ଏପରି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ବରଗଡ ଜନସାଧାରଣ, ସମସ୍ତେ ପ୍ରଶଂସା କରିଛନ୍ତି ।
କୋରୋନା ସମୟରେ ମୃତଦେହକୁ ଭାଇ ବନ୍ଧୁ କୁଟୁମ୍ବ ପର କରିଦେଉଥିବାବେଳେ ସଙ୍କଳ୍ପ ପରିବାର ମୃତଦେହକୁ ସମ୍ମାନ ଜଣାଉଛି । ଏହାର ସଦସ୍ୟ ମାନେ ନିଜ ଖର୍ଚ୍ଚରେ ମୃତଦେହକୁ ସତ୍କାର କରୁଛନ୍ତି ।
କୋଭିଡ୍ ନିୟମ ଅନୁସାରେ ସମସ୍ତ କାମ ସୂଚାରୁ ରୂପେ ଏମାନେ ସମ୍ପାଦନା କରୁଥିବା ଦେଖିବାକୁ ମିଳୁଛି । ତେବେ ତାଙ୍କର ଏପରି କାମକୁ ବିଭିନ୍ନ ଆଡୁ ପ୍ରଶଂସା କରାଯାଉଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ