ETV Bharat / state

ମାନବିକତା ଦେଖାଇଲା ସଂକଳ୍ପ ପରିବାର, ଅଜଣା ମୃତଦେହର କଲା ସତ୍କାର - ସଂକଳ୍ପ ପରିବାର

କୋରୋନା କାଳରେ ମାନବିକତା ଦେଖାଇଲେ ବରଗଡ ସଂକଳ୍ପ ପରିବାରର ସଦସ୍ୟ । ଅଜଣା ମୃତଦେହର କଲା ସତ୍କାର ।

sankalpa family cremated dead body of unknown person
କୋରୋନା କାଳରେ ମାନବିକତା ଦେଖାଇଲା ସଂକଳ୍ପ ପରିବାର
author img

By

Published : Aug 13, 2020, 8:35 AM IST

ବରଗଡ: କୋରୋନା କାଳରେ ନିଜର ଆତ୍ମୀୟମାନେ ଯେଉଁଠି ମୃତଦେହ ସତ୍କାର ପାଇଁ ପଛଘୁଞ୍ଚା ଦେଉଛନ୍ତି, ସେପରି ସ୍ଥିତିରେ ସତ୍କାର ପାଇଁ ଆଗେଇ ଆସିଛି ବରଗଡ ଜିଲ୍ଲାର ସଂକଳ୍ପ ପରିବାର । ଏକ ଅଜଣା ମୃତଦେହକୁ ସତ୍କାର କରି ସ୍ଥାନୀୟ ଅଞ୍ଚଳରେ ସାଉଁଟୁଛି ଭୂରୀ ଭୂରୀ ପ୍ରଶଂସା । ଯାହା ଏବେ ବରଗଡରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

କୋରୋନା କାଳରେ ମାନବିକତା ଦେଖାଇଲା ସଂକଳ୍ପ ପରିବାର

ଘଟଣା ଅନୁଯାୟୀ, ବରଗଡ ବିକାଶ ସ୍କୁଲ୍ ଛକ ସମ୍ମୁଖରେ ଗତ କିଛି ଦିନ ତଳେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଜି ପର୍ଯ୍ୟନ୍ତ ବ୍ୟକ୍ତି ଜଣଙ୍କର କୌଣସି ପରିଚୟ ମିଳିନଥିବାରୁ ତାଙ୍କର କୌଣସି ପରିଜନ ମୃତଦେହ ନେବାପାଇଁ ଆସିନଥିଲେ ।

ଏପରିସ୍ଥିତିରେ ସଂକଳ୍ପ ପରିବାର ଦ୍ଵାରା ବରଗଡ ଜୀରା ନଦୀ କୂଳରେ ତାଙ୍କର ସତ୍କାର କରାଇଛନ୍ତି । ଏଥିରେ ନିଃସ୍ବାର୍ଥପର ଭାବରେ ଯୋଗଦାନ କରିଥିବା ସଂକଳ୍ପ ପରିବାରର ସମସ୍ତ ସଦସ୍ୟଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁବାଦ ଜଣାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.