ETV Bharat / state

ବୀରତା ଦିବସରେ ଘେଂସ ସହିଦ ପରିବାରକୁ ଜାତୀୟ ସମ୍ମାନ ଦାବିକଲେ ସାମ୍ବାଦିକ - Martyrs Day in Baragarh

Sahid Madho Singh Martyrs Day: ଆଜି ବୀର ମାଟି ଘେଂସର ବୀରପୁତ୍ର ସହିଦ ମାଧୋ ସିଂଙ୍କର ବଳିଦାନ ଦିବସ ତଥା ବୀରତା ଦିବସ ୨୦୨୩ ପାଳିତ ହୋଇଛି । ଏହି ଅବସରରେ ଘେଂସ ସହିଦ ପରିବାରକୁ ଜାତୀୟ ସମ୍ମାନ ଦାବି କରିଛନ୍ତି ସାମ୍ବାଦିକ । ଅଧିକ ପଢ଼ନ୍ତୁ

ବୀରତା ଦିବସ
ବୀରତା ଦିବସ
author img

By ETV Bharat Odisha Team

Published : Dec 31, 2023, 10:50 PM IST

ବୀରତା ଦିବସ

ବରଗଡ଼: ଆଜି ହଳଦୀପାଲିସ୍ଥିତ ବୀର ଛକ ଠାରେ ଜିଲ୍ଲା ପ୍ରଶାସନ ଓ ଶହୀଦ ସ୍ମୃତି କମିଟି ଦ୍ଵାରା ବୀର ମାଟି ଘେଂସର ବୀରପୁତ୍ର ସହିଦ ମାଧୋ ସିଂଙ୍କର ବଳିଦାନ ଦିବସ ତଥା ବୀରତା ଦିବସ ୨୦୨୩ ପାଳିତ ହୋଇଛି । ଏହି ଅବସରରେ ବୀର ମାଟି ଘେଂସରୁ ଶୁଭ ମଶାଲ ଶୋଭାଯାତ୍ରା ସ୍ଥାନୀୟ ହଳଦୀପାଲିର ବୀର ଛକ ପର୍ଯ୍ୟନ୍ତ ଆସିଥିଲା । ଏହା ସହିତ ଏକ ଗଣଦୌଡ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରୁ ବାହାରି ଲେଙ୍ଗୁ ମିଶ୍ର ଛକ ଓ ଗାନ୍ଧୀ ଛକ ଦେଇ ହଳଦୀପାଲିସ୍ଥିତ ବୀରଛକ ପର୍ଯ୍ୟନ୍ତ ଯାଇଥିଲା । ପାଣ୍ଡବ କର୍ଣ୍ଣ ସହିଦ ମାଧୋ ସିଂଙ୍କ ବେଶରେ ସଜ୍ଜିତ ହୋଇ ଘେଂସରୁ ମଶାଲ ଆଣିଥିଲେ ।

ଏହି ଉତ୍ସବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନିଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିଏସ୍‌ ମୀନା, ସହିଦ ସ୍ମୃତି କମିଟି ସଭାପତି ପ୍ରମୋଦ ଝା, ବାର ଆସୋସିଏସନ ସଭାପତି ଭୀଷ୍ମ ଦେବ ସରାଫ, ସହିଦ ସ୍ମୃତି କମିଟି ଉପସଭାପତି ରବିନାରାୟଣ ପଣ୍ଡା ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ । ସମସ୍ତ ଅତିଥି ପ୍ରଥମେ ସହିଦ ସ୍ମୃତି ସ୍ତମ୍ଭରେ ଏବଂ ସଂଗ୍ରାମୀ ମାଧୋ ସିଂଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଦେଶମାତୃକା ପାଇଁ ବଳିଦାନ ଦେଇଥିବା ବରଗଡ଼ ଜିଲ୍ଲା ଘେଂସର ଜମିଦାର ମାଧୋ ସିଂ ଓ ତାଙ୍କର ଚାରି ପୁତ୍ର ହଟ୍ଟେ ସିଂ, ଐରି ସିଂ, ବୈରୀ ସିଂ ଓ କୁଞ୍ଜଲ ସିଂଙ୍କ ସ୍ମୃତି ଚାରଣ କରି ମୁଖ୍ୟ ବକ୍ତା ଡଃ ଜଗଦୀଶ ମିଶ୍ର ମାତୃଭୂମି ପାଇଁ ସଦା ସମର୍ପିତ ରହି ଦେଶର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ କହିଥିଲେ, "ସ୍ଵାଧୀନତା ସଂଗ୍ରାମରେ ବୀର ମାଟି ଘେଂସ ତଥା ସମଗ୍ର ବରଗଡ଼ ଜିଲ୍ଲାର ଅବଦାନ ଓ ଗୋଟିଏ ପରିବାରର ସମସ୍ତେ ସହିଦ ହୋଇଥିବା ଏକ ବିରଳ ଦୃଷ୍ଟାନ୍ତ । ଏହା କେବଳ ବରଗଡ ନୁହେଁ, ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ ।" ସେହି ବୀର ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନରେ ଏକ ଭଲ ମଣିଷ ହେବା ପାଇଁ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ତଥା ବରଗଡ଼ ବିଧାୟକ ମାଧୋ ସିଂଙ୍କର ଏହି ବୀରତ୍ବର ଗାଥା କିପରି ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ, ସେନେଇ ଚେଷ୍ଟା କରିବା ପାଇଁ ସମସ୍ତ ସଂଗଠନର ସହଯୋଗ କାମନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳନ, ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ନାଚଗୀତରେ ଝୁମିଲା କଳାହାଣ୍ଡି

ଅନ୍ୟପଟେ ଘେଂସ ଗ୍ରାମର ବୀର ସହିଦମାନଙ୍କୁ ଜାତୀୟ ମାନ୍ୟତା ଦିଆଯିବା ସହିତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ପାଠ୍ୟ ପୁସ୍ତକରେ ସହିଦଙ୍କ ଜୀବନି ଉଲ୍ଲେଖ କରିବାକୁ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଥିଲେ ବରଗଡର ସମସ୍ତ ସାମ୍ବାଦିକ । ବରଗଡର ସମସ୍ତ ସାମ୍ବାଦିକ ଆଜି ଘେଂସ ମାଟିକୁ ଯାଇ ସହିଦ ମାଧୋ ସିଂଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ପଦ୍ମଶ୍ରୀ ଲୋକକବି ହଳଧର ନାଗ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବରଗଡ଼ ଜିଲ୍ଲାର ରକ୍ତତୀର୍ଥ କୁହାଯାଉଥିବା ଘେଂସ ଗାଁକୁ ଅବହେଳିତ କରାଯାଉଥିବା ନେଇ ଆଜି ବୀରତା ଦିବସ ପାଳନ ସମୟରେ ପଦ୍ମପୁର ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ବରଗଡର ସାମ୍ବାଦିକ । ଡିସେମ୍ବର ୩୧ ତାରିଖ ବୀରତା ଦିବସ ପରେ ବର୍ଷସାରା ସହିଦମାନଙ୍କୁ ସରକାର ଓ ପ୍ରଶାସନ ଭୁଲିଯାଉଥିବା ଅଭିଯୋଗ ହୋଇଛି । ସହୀଦ ସ୍ବାଧିନତା ସଂଗ୍ରାମୀମାନଙ୍କୁ ଜାତୀୟସ୍ତରରେ ନା ଉଚିତ ସମ୍ମାନ ମିଳୁଛି ନା ସହିଦ ପରିବାରକୁ ମିଳୁଛି ସରକାରୀ ସହାୟତା କି ପେନ୍‌ସନ୍‌ । ସହିଦମାନଙ୍କ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ମ୍ୟୁଜିୟମ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହାର ନିର୍ମାଣ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ତେବେ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ପାଠ୍ୟ ପୁସ୍ତକରେ ସହିଦଙ୍କ ଜୀବନି ଉଲ୍ଲେଖ କରିବାକୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ବରଗଡ଼ ସାମ୍ବାଦିକ ସମୁହ ଏବଂ ପଦ୍ମଶ୍ରୀ ହଳଧର ନାଗ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.