ETV Bharat / state

ବରଗଡରେ ରାଜସ୍ବ ଓ ଭୂସମ୍ପତ୍ତି ଲୁଟ: ନୀରବ ପ୍ରଶାସନ, ବଳବାନ ମାଫିଆ

author img

By

Published : Jul 6, 2020, 10:09 PM IST

ଧାନ ଚାଷରେ ପରିଚୟ ପାଇଥିବା ବରଗଡ ଜିଲ୍ଲାରେ ମାଫିଆଙ୍କ ଗୁଣ୍ଡାରାଜ ଓ କଳାବଜାରୀ କିଛି କମ ନୁହେଁ । ସରକାରୀ ଉଦାସୀନତା ସାଙ୍ଗକୁ ପ୍ରଶାସନର ନୀରବତା ଏହି କଳାକାରନାମାକୁ ଯୋଗାଇଛି ବିସ୍ତିର୍ଣ୍ଣ ସୁଯୋଗ । ଏନେଇ ଅଭିଯୋଗ କରାଗଲେ ମଧ୍ୟ ମିଳୁନାହିଁ କୌଣସି ସୁଫଳ । ବରଂ ପୋଲିସ ପ୍ରଶାସନର ଛତ୍ରଛାୟାରେ ଅଭିଯୋଗକାରୀଙ୍କ ହତ୍ୟା କରିବାକୁ ପଛାଉନାହାନ୍ତି ମାଫିଆ । ଅଧିକ ପଢନ୍ତୁ...

bargarh latest news, mafias power in bargarh, revenue loot in bargarh, mines loot in bargarh, neighbourinf mafias power in bargarh, crime in bargarh, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ ମାଫିଆଙ୍କ ରାଜ, ବରଗଡରେ ରାଜସ୍ବ ଲୁଟ, ବରଗଡରେ ଭୂସମ୍ପତ୍ତି ଲୁଟ, ବରଗଡରେ ପଡୋଶୀ ରାଜ୍ୟ ମାଫିଆଙ୍କ କବଜା, ବରଗଡରେ ଅପରାଧ
ବରଗଡରେ ରାଜସ୍ବ ଓ ଭୂସମ୍ପତ୍ତି ଲୁଟ: ନୀରବ ପ୍ରଶାସନ, ବଳବାନ ମାଫିଆ

ବରଗଡ: ଯୁଗ ଯୁଗ ଧରି ଦେଶ ଉପରେ ପଡୋଶୀ ଦେଶର ନଜର ରହି ଆସିଥିବା ବେଳେ ଦେଶରୁ ସମ୍ପତ୍ତି ଲୁଟ ଘଟଣା କିଛି ନୂଆ ଘଟଣା ନୁହେଁ । ଇଂରେଜ ଶାସନ ବେଳେ ସେମାନେ ଦେଶର ରାଜସ୍ବ, ଭୂସମ୍ପତ୍ତି ଓ ଖଣିଜ ସମ୍ପତ୍ତି ଲୁଟି ଚାଲିଥିବା ବେଳେ ସ୍ବାଧୀନତାର 73 ବର୍ଷ ପରେ ବି ଜାରି ରହିଛି ଲୁଟ ପ୍ରକ୍ରିୟା । ଆମେ କହୁଛୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳର ଘଟଣା । ଯେଉଁଠାରେ ଖଣିଜ ପଦାର୍ଥ ସହିତ ଭରପୂର ରହିଛି ବହୁ ପ୍ରାକୃତିକ ସମ୍ପତ୍ତି । ହେଲେ ଦୀର୍ଘ ବର୍ଷ ହେଲା ଲୁଟେରା ଓ ମାଫିଆମାନଙ୍କର ଗୁଣ୍ଡାରାଜରେ ଏଠାରେ ଓଡିଶା ସରକାରଙ୍କ କୋଟି କୋଟି ରାଜସ୍ବ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି ।

1993ରେ ସମ୍ବଲପୁର ଜିଲ୍ଲାରୁ ବିଭକ୍ତ ହୋଇ ସ୍ବତନ୍ତ୍ର ଜିଲ୍ଲାରେ ପରିଣତ ହୋଇଥିଲା ବରଗଡ । ପ୍ରଚୁର ଧାନ ଚାଷ ପାଇଁ ରାଜ୍ୟର ଭାତହାଣ୍ଡି ବୋଲାଉଥିବା ବରଗଡରେ ପ୍ରାକୃତିକ ସମ୍ପଦ ଓ ଖଣିଜ ପଦାର୍ଥର ପରିମାଣ ମଧ୍ୟ କିଛି କମ ନୁହେଁ । ଏମିତିରେ ଏହି ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଉପରେ ଏବେ ମାଫିଆ ଓ କଳା ବେପାରୀଙ୍କ ନଜର । ବିଭିନ୍ନ ରାଜ୍ୟକୁ ଏହି ଅଞ୍ଚଳ ଦେଇ ଆମଦାନୀ ଓ ରପ୍ତାନି କରାଯାଇଥାଏ ଗଞ୍ଜେଇ, ବ୍ରାଉନ ସୁଗାର ଓ ନାନାଦି ବେଆଇନ ସାମଗ୍ରୀ । ଯାହା ପାଇଁ ଆଜି ବେଆଇନ ନିଶା ବ୍ୟାପାରର ମୁଖ୍ୟକେନ୍ଦ୍ର ସାଜିଛି ଏହି ଅଞ୍ଚଳ ।

କେବଳ ସେତିକି ନୁହେଁ ପଦ୍ମପୁରର ଜଗଦଲପୁର ଅଞ୍ଚଳ ପଡୋଶୀ ଛତିଶଗଡ ସୀମାରେ ରହିଥିବା ବେଳେ ଏହି ଅଞ୍ଚଳ ଦେଇ ବହି ଯାଇଛି ଅଙ୍ଗ ନଦୀ । ଏହି ନଦୀରେ ସମୁଦାୟ 13 ଗୋଟି ବାଲି ଘାଟ ରହିଥିବା ବେଳେ ବିନା ଟେଣ୍ଡରରେ ଦୀର୍ଘ ବର୍ଷ ହେଲା ଏଠାରେ ଚାଲିଛି ନଦୀ ବାଲିର ଚୋରା ଚାଲାଣ । ପଶ୍ଚିମବଙ୍ଗରେ ଗୋମାଂସର ଚାହିଦା ପୂରଣ ପାଇଁ ଏଠାରୁ ହଜାର ହଜାର ଗୋରୁ ଗାଈ ମଧ୍ୟ ଚାଲାଣ ହେଉଛନ୍ତି । ହେଲେ ସବୁ ଜାଣି ଶୁଣି ପାଟିରେ ତାଲା ବାନ୍ଧିଛି ପ୍ରଶାସନ । ତେଣେ ରାଜ୍ୟର ଜଙ୍ଗଲ ଜମିଗୁଡିକୁ କବଜା କରି ବେଆଇନ ଭାବେ ବିକ୍ରି କରି ଦିଆଯାଉଛି ଛତିଶଗଡର ଲୁଟେରାମାନଙ୍କୁ । ଫଳରେ ଜଙ୍ଗଲ ଭିତରେ ରହିଥିବା ବହୁ ମୁଲ୍ୟବାନ ଗଛ ଓ କାଠ ସବୁ କାଟି ମାଫିଆମାନେ ଜଙ୍ଗଲକୁ ପଦା କରି ଦେଇଚାଲିଛନ୍ତି । ଏଥିସହ ଜଙ୍ଗଲ ଭିତରେ ମହଜୁଦ ରହିଥିବା ଗ୍ରାଫାଇଟ ଓ ଗ୍ରାନାଇଡ ସହିତ କୁଆଜ ପରି ରତ୍ନ ପଥର ଗୁଡିକୁ ମଧ୍ୟ ଚୋରି କରାଯାଉଛି ।

ଏନେଇ ସ୍ଥାନୀୟ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ନା ଜଙ୍ଗଲ ବିଭାଗ ଶୁଣୁଛନ୍ତି ନା ସ୍ଥାନୀୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅନ୍ୟପଟେ ପାଇକମାଳ ଓ ଝାରବନ୍ଦ ବ୍ଲକରେ 10ରୁ ଅଧିକ ବେଆଇନ କ୍ରସର ରହିଥିବା ବେଳେ ତହସିଲଦାର ଓ ବିଡିଓମାନେ ମଧ୍ୟ ଚୁପ ବସିଛନ୍ତି । ସମସ୍ତେ ନିଜ ନିଜ ପକେଟ ଗରମ କରିବାରେ ବ୍ୟସ୍ତ ରହିଛନ୍ତି । ପରିଣାମ ସ୍ବରୂପ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ପ୍ରତିଦିନ ଏଠାରେ ଲୁଟ କରାଯାଉଛି । ଚୂନପଥର ଖାଦାନଗୁଡିକ ମଧ୍ୟ ସ୍ଥାନୀୟ ଲୁଟେରା ଓ ଖଣି ମାଫିଆଙ୍କ କବଳରୁ ବଞ୍ଚି ପାରିନି । ତେଣେ ସଚେତନ ନାଗରିକ ଏହାର ବିରୋଧ କଲେ ଓଲଟା ପୋଲିସର ସହାୟତାରେ ମିଥ୍ୟା ମାମଲା ରୁଜୁ କରି ତାଙ୍କୁ ଜେଲ ପଠାଇ ଦିଆଯାଉଛି ଏବଂ ମୁହଁ ବନ୍ଦ କରି ଦିଆଯାଉଛି ।

ତଥାପି ସାହସ କରି ବିରୋଧ କଲେ ଖଣି ମାଫିଆମାନେ ଅଭିଯୋଗକାରୀଙ୍କୁ ହତ୍ୟା କରି ଦେଉଛନ୍ତି ଏବଂ ପୋଲିସକୁ ହାତରେ ରଖି ଖସି ଯାଉଛନ୍ତି । ଏପରି ହତ୍ୟା ଘଟଣାରେ ରହୁଥିବା ସାକ୍ଷୀମାନଙ୍କୁ ମଧ୍ୟ ହତ୍ୟା କରିଦିଆଯାଉଥିବା ବେଳେ ପୋଲିସ କେବଳ ଅପମୃତ୍ୟୁ ମାମଲାରେ ଘଟଣାକୁ ସୀମିତ ରଖି ଲୁଟେରା ଓ ଖଣି ମାଫିଆଙ୍କୁ ଅପରାଧରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି ।

ଲକଡାଉନ ସମୟରେ ସମସ୍ତେ ନିଜ ନିଜର ଜୀବିକା ହରାଇଥିବା ବେଳେ ଏଠାକାର ମାଫିଆମାନଙ୍କ ପାଇଁ ଲକଡାଉନ ଏକ ସୁବର୍ଣ୍ଣ ସୁଯୋଗ ପାଲଟିଥିଲା । ନିର୍ଭୟରେ ଚାଲିଥିଲା ବେଆଇନ କାରବାର । ଯାହା ସରକାରୀ କଳର ସାହାଯ୍ୟରେ ଏବେ ସୁଦ୍ଧା ଜାରି ରହିଛି । ତେବେ ଏପରି ପରିସ୍ଥିତିରେ ବର୍ତ୍ତମାନଠାରୁ ରାଜ୍ୟ ସରକାର ଏଠାକାର ପରିସ୍ଥିତି ଉପରେ କଟକଣା ନଲଗାଇଲେ ଆଗକୁ ସ୍ଥିତି ଆହୁରି ଅସମ୍ଭାଳ ହୋଇପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ମଧ୍ୟ ଭଲ ଭାବେ ଅବଗତ ଅଛନ୍ତି । ହେଲେ ବିଧାୟକ ସରକାରୀ କଳକୁ ଦୋଷ ଦେଇ ଏହି ଅଞ୍ଚଳରେ ଚାଲିଥିବା ଆତଙ୍କରାଜ ଯୋଗୁଁ ସରକାରୀ କଳ ଭୟ କରି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସ୍ଵୀକାର କରିଥିଲେ ।

ତେବେ ପ୍ରଶ୍ନ ଉଠୁଛି ଏସବୁ ପଛରେ କାହାର ହାତ ରହିଛି ? କାହିଁକି ପୋଲିସ ମଧ୍ୟ କୌଣସି ପଦକ୍ଷେପ ନେଇପାରୁନାହି ? ଓଡିଶାର ଖଣିଜ ସମ୍ପଦ ଛତିଶଗଡ଼ ରାଜ୍ୟକୁ ଚୋରୀ ହେଉଛି ଅଥଚ ବିଧାୟକ ନିଜେ ଚୁପ କାହିଁକି ?

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.