ETV Bharat / state

ବରଗଡ଼ ଧନୁଯାତ୍ରା ପାଇଁ ସରିଲା ଅଭ୍ୟାସ ଆଖଡ଼ା, ୧୫ରୁ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ

author img

By ETV Bharat Odisha Team

Published : Jan 13, 2024, 7:29 AM IST

Updated : Jan 13, 2024, 9:24 AM IST

Bargarh Dhanu Yatra: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁରରେ ସରିଲା ଅଭ୍ୟାସ ଆଖଡ଼ା । କୃଷ୍ଣ ବଳରାମ ଓ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଆଖଡ଼ାରେ ବିଶ୍ୱ ଦରବାରର ଅନ୍ତିମ ଦୃଶ୍ୟର ଅଭ୍ୟାସ କରିଛନ୍ତି। ଅଧିକ ପଢନ୍ତୁ

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା
bargarh dhanu yatra
Bargarh Dhanu Yatra

ବରଗଡ: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶେଷ ହୋଇଛି କଳାକାରଙ୍କ ଅଭ୍ୟାସ ଆଖଡ଼ା । କୃଷ୍ଣ ବଳରାମ ଓ କଂସ ଭୂମିକାରେ ଅଭିନୟ କରୁଥିବା ସମସ୍ତ କଳାକାରମାନେ ଗତକାଲି ଆଖଡ଼ାରେ ବିଶ୍ୱ ଦରବାରର ଅନ୍ତିମ ଦୃଶ୍ୟର ଅଭ୍ୟାସ କରିଥିଲେ l ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ କଳାକାରଙ୍କ ଅଭ୍ୟାସ ଶେଷ ହୋଇଛି । ସମସ୍ତ କଳାକାର ନିଜ ନିଜର ସଂଳାପ ନିଖୁଣ ଭାବରେ ଅଭ୍ୟାଶ କରିଥିବା ବେଳେ ବିଶ୍ୱ ଦରବାରକୁ ଅପେକ୍ଷା କରିଛନ୍ତି ନିଜର କଳା ପ୍ରଦର୍ଶନ କରିବାକୁ l ସେପଟେ ମଥୁରା ନଗରୀ ପାଇଁ ସାଜସଜ୍ଜା ଏବଂ କଂସ ଦରବାର ନିର୍ମାଣ କାମ ଆରମ୍ଭ ହୋଇଯାଇଛି।

ଆସନ୍ତା 15 ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସର୍ବ ବୃହତମ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା । 76 ବର୍ଷକୁ ପଦାର୍ପଣ କରିଥିବା ଏହି ଧନୁଯାତ୍ରା ପାଇଁ ଏବେଠାରୁ ଚଳଚଞ୍ଚଳ ବରଗଡ଼ ସହର । ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାକୁ ବେଶ ଆକର୍ଷଣୀୟ କରିବାକୁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କଳାକାରମାନେ ମଧ୍ୟ ନିଜର ଉତ୍ତମ କଳା ପ୍ରଦର୍ଶନ କରିବାକୁ ସେମାନଙ୍କର ଅଭ୍ୟାସ ଶେଷ କରିଛନ୍ତି । ବିଶ୍ୱ ଦରବାରରେ ରୋମାଞ୍ଚକ ଅଭିନୟ ପ୍ରଦର୍ଶନ କରିବାକୁ ଏବଂ ଆକର୍ଷଣୀୟ ସଂଳାପ ପରିବେଷଣ କରିବାକୁ ଦୀର୍ଘ ଦିନରୁ ମଞ୍ଚ କଳାକାର ମାନେ ଅଭ୍ୟାସ ଆଖଡ଼ାରେ ନିଜ ନିଜର ଅଭ୍ୟାସ ଜାରି ରଖିଥିଲେ l ଜାନୁଆରୀ 1 ତାରିଖରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ କଂସ, ମନ୍ତ୍ରୀ, ସେନାପତି ଓ ପାର୍ଶ୍ଵ କଳାକାରମାନଙ୍କର ଅଭ୍ୟାସ ଆଖଡ଼ା ଚାଲିଥିଲା । ଗୋପପୁର ପାଳଟୁଥିବା ଅମ୍ବାପାଲି ଠାରେ କୃଷ୍ଣ, ବଳରାମ, ରାଧା ଏବଂ ଗୋପୀ ଗୋପାଙ୍ଗ ଭୂମିକାରେ ଅଭିନୟ କରୁଥିବା କୁନି କଳାକାର ମାନଙ୍କର ଅଭ୍ୟାସ ହେଉଥିଲା l

ଏହା ମଧ୍ୟ ପଢନ୍ତୁ- ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପ୍ରସ୍ତୁତି, ଗୋପପୁରରେ ଚାଲିଛି ଅଭ୍ୟାସ ଆଖଡ଼ା

ଗତକାଲି ଏହି ଅଭ୍ୟାସର ଶେଷ ଦିନରେ ଉଭୟ କୃଷ୍ଣ ଓ ବଳରାମ ଦୁଇ ଭାଇ କଂସ ବଦ୍ଧର ଶେଷ ଦୃଶ୍ୟର ଅଭ୍ୟାସ କରିଥିଲେ l ପରିଶେଷଣରେ ଗୁରୁ ଅଶୋକ ବେହେରାଙ୍କ ଦ୍ଵାରା କଳାକାରମାନଙ୍କୁ ଉତ୍ତମ କଲାକାରିତାର ପ୍ରଶିକ୍ଷଣ ଦିଆଯାଇଥିଲା । ତେବେ ଅଭ୍ୟାସ ଆଖଡ଼ା ଶାଳା ଏବଂ ସମସ୍ତ କଳାକାର ସେହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଅପେକ୍ଷାରେ ରହିଛନ୍ତି l ମୀନାବଜାର ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାରେ ସଜେଇ ହେବ ବରଗଡ଼ ଓ ଅମ୍ବାପାଲି ।

ଇଟିଭି ଭାରତ, ବରଗଡ

Last Updated : Jan 13, 2024, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.