ETV Bharat / state

ସରିଲାଣି ସଞ୍ଚୟ, ଫସିଛନ୍ତି ପଞ୍ଜୀକୃତ ଶ୍ରମିକ

ପେଟକୁ ଗଣ୍ଡେ ଦାନା, ଦେହକୁ ଖଣ୍ଡେ କନା ପାଇଁ ଆଜି ସାଜିଲୁ ଦାଦନ । ମିଳିଲାନି କାମ, ଜଳିଲାନି ଚୁଲି । ସରକାରୀ ରିପୋର୍ଟ ମୁତାବକ ପ୍ରାୟ 7 ଲକ୍ଷରୁ ଉର୍ଦ୍ଧ୍ବ ଶ୍ରମିକ ଓଡ଼ିଶାରେ କାମଧନ୍ଦା ନପାଇ ରୋଜଗାର ଆଶାରେ ଅନ୍ୟ ରାଜ୍ୟକୁ ଯାନ୍ତି ଦାଦନ ଖଟିବାକୁ । ଅଦୃଶ୍ୟ କୋଭିଡ଼ ମହାମାରୀ ଯୋଗୁଁ ଲକ୍ଷାଧିକ ଶ୍ରମିକ ଫସି ରହିଛନ୍ତି ଅନ୍ୟ ରାଜ୍ୟରେ । ସେପଟେ ବର୍ଷ ତମାମର ସ୍ବଳ୍ପ ସଞ୍ଚୟ ସରିଯିବା ପରେ ଏବେ ଦୁର୍ଦ୍ଦିନରେ ଥିବା ଏହି ଦାଦନ ଘରକୁ ଫେରି ନପାରି କଲବଲ ହେଉଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

savings-end-trapped-registered-workers
savings-end-trapped-registered-workers
author img

By

Published : Jun 4, 2020, 8:43 PM IST

ବରଗଡ: ପରିବାରର ପୋଷଣ ପାଇଁ କିଏ ନିଜ ଅଞ୍ଚଳରେ କାମ ଧନ୍ଦା କରିଥାଏ ତ ଆଉ କିଏ ଅନ୍ୟ ରାଜ୍ୟକୁ ଅଧିକ ରୋଜଗାର ଆଶାରେ ଚାଲିଯାଏ କାମ ଅନ୍ବେଷଣରେ । ତେବେ ଓଡିଶାର 7 ଲକ୍ଷରୁ ଅଧିକ ଲୋକ ଓଡିଶା ବାହାରେ ଅନ୍ୟ ରାଜ୍ୟରେ କାମ କରୁଥିବା ସରକାରୀ ଆକଳନରୁ ଜଣାପଡିଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଶ୍ରମିକ ଶ୍ରେଣୀର ଲୋକେ ଥିବା ବେଳେ ଓଡିଶାରେ କାମ ଧନ୍ଦା ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହୋଇଛନ୍ତି । ଭଲ ଦୁଇପଇସା ରୋଜଗାର କରି ପରିବାର ପାଇଁ ଅର୍ଥ ସଞ୍ଚୟ କରିଥାଏ ଏବଂ ନିଜର ଭବିଷ୍ୟତ ପାଇଁ କେତେ ଯେ ସ୍ଵପ୍ନ ଦେଖିଥାଏ । ମାତ୍ର କୋରୋନା ମହାମାରୀ ଆଜି ଲକ୍ଷ ଲକ୍ଷ ଦାଦନ ଶ୍ରମିକଙ୍କ ସମସ୍ତ ସ୍ଵପ୍ନ କୁ ଉଜାଡି ଦେଇଛି ନ ବର୍ଷ ତମାମ ବହୁ ପରିଶ୍ରମ କରି ସଞ୍ଚୟ କରି ରଖିଥିବା ଦାଦନ ଶ୍ରମିକର ସବୁତକ ଅର୍ଥ ଆଜି ବୃଥା ହୋଇପଡିଛି ନ ଆଜି ସେହି ଦାଦନ ଶ୍ରମିକ ନିଜ ପରିବାର ନିକଟକୁ ପହଞ୍ଚିବା ପାଇଁ ସବୁତକ ଅର୍ଥ ହରାଇବସିଛି । ଲକଡାଉନ ରେ ବସି ଖାଇ ସବୁତକ ଟଙ୍କା ଖର୍ଚ୍ଚ ହୋଇଯାଇଥିବା ବେଳେ ନିଜ ରାଜ୍ୟକୁ ଫେରିବା ପାଇଁ ମଧ୍ୟ ଶ୍ରମିକ ହାତରେ ପଇସା ନାହିଁ । ଏପରି ପରିସ୍ଥିତିରେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକ ମାନେ ।

savings end, trapped registered workers

ମହାମାରୀ କାରଣରୁ ସରକାର ଲକଡାଉନ ଘୋଷଣା କରିଦେଲେ , ନାଁ ମିଲ ଫ୍ୟାକ୍ଟରୀ ଚାଲିଲା ନାଁ ଚାଲିଲା ଗାଡି ମଟର | ଏପରି ପରିସ୍ଥିତିରେ ଯିଏ ଯେଉଁ ସ୍ଥାନରେ ଥିଲେ ସମସ୍ତେ ଫସିରହିଲେ । ଘରେ ବସି ବସି ସଞ୍ଚିତ ଟଙ୍କା ସବୁ ଖର୍ଚ୍ଚ ହୋଇଯାଇଥିଲା । ଲକଡାଉନ ଶେଷ ହେବାର କୌଣସି ସମ୍ଭାବନା ନଥିଲା । ନାଁ ସରକାର ଶ୍ରମିକଙ୍କ ଫେରିବା ର ସୁବିଧା ଶୀଘ୍ର କଲେ ନାଁ ସେଠାରେ ସେମାନଙ୍କର ଖାଇବା ରହିବାର ବ୍ୟବସ୍ଥା କରାଇଲେ । ଫଳରେ ରାଜ୍ୟ ବାହାରେ ଫସିରହିଥିବା ବହୁ ଦାଦନ ଶ୍ରମିକ ବାଧ୍ୟ ହୋଇ ନିଜ ନିଜ ଉଦ୍ୟମରେ ଫେରିବାକୁ ଉଦ୍ୟମ କଲେ । କିଏ ସାଇକେଲ ରେ ନିଜର ବ୍ୟବହାର୍ଜ୍ୟ ସାମଗ୍ରୀ ନେଇ ନିଜ ପରିବାର ନିକଟକୁ ଫେରିଲେ ତ ଆଉ କିଏ ଲୁଚିଛପି ମାଲବୋଝେଇ ଟ୍ରକରେ। ପଇସା ଶେଷ ହୋଇଯାଇଥିବା କିଛି ପରିବାର ଚାଲି ଚାଲି ନିଜ ରାଜ୍ୟକୁ ଫେରିବାକୁ ବସିଲେ । ଏପରି ପରିସ୍ଥିତି ବଢିବାକୁ ଲାଗିବାରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳର ବ୍ୟବସ୍ଥା ସରକାର କରାଇଲେ ସତ ମାତ୍ର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ସରକାରଙ୍କ ରେଳ ସେବା ବ୍ୟବସ୍ଥା ମଧ୍ୟ କମ ପଡିଯାଇଥିଲା । ପଞ୍ଜୀକରଣ ପରେ ସ୍ଵତନ୍ତ୍ର ଟ୍ରେନ କେବେ ବାହାରିବ କେଉଁଠାରୁ ବାହାରିବ ତାହାର ସଠିକ ତଥ୍ୟ ଏବଂ ଯୋଗାଯୋଗ ଅଭାବରୁ ବହୁ ପ୍ରବାସୀ ଟ୍ରେନ ସେବାରୁ ବଞ୍ଚିତ ହୋଇଥିବା ବେଳେ ଧର୍ଯ୍ୟହରା ହୋଇ ନିଜ ଉଦ୍ୟମରେ ବହୁ ପ୍ରବାସୀ ଘରୋଇ ବସ କିମ୍ବା ଟେକସି ସାହାଯ୍ୟରେ ଅଧିକ ଖର୍ଚ୍ଚରେ ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ।

ଗତ ମେ ମାସ 3 ତାରିଖରେ ପ୍ରଥମ ସ୍ଵତନ୍ତ୍ର ଶ୍ରମିକ ରେଳ ୧୧୫୦ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶାକୁ ପହଞ୍ଚିଥିଲା ଏବଂ ମେ ୭ ତାରିଖରେ ୪ ଗୋଟି ସ୍ଵତନ୍ତ୍ର ଟ୍ରେନରେ ୪୮୦୦ ବ୍ରବାସୀ ଶ୍ରମିକ କେରଳ , ଗୁଜୁରାଟ , ସୁରାଟ ଏବଂ ମହାରାଷ୍ଟ୍ର ଅଞ୍ଚଳରୁ ଓଡ଼ିଶାକୁ ପହଞ୍ଚିଥିଲେ । ଆଜି ପର୍ଯ୍ୟନ୍ତ ୨୦ ରୁ ଅଧିକ ସ୍ଵତନ୍ତ୍ର ଟ୍ରେନ ଯୋଗେ ବହୁ ପ୍ରବାସୀ ଶ୍ରମିକ ଓଡିଶା ଫେରି ସାରିଛନ୍ତି ଯାହାକି ପଞ୍ଜୀକରଣ ହୋଇଥିବା ପ୍ରବାସୀଙ୍କ ସଂଖ୍ୟା ଠାରୁ ବହୁ କମ ମାତ୍ର ରହିଛି । ବରଗଡ ଜିଲାରେ ୨୮୯୭୨ ଜଣ ପ୍ରବାସୀଙ୍କ ଫେରିବା ପାଇଁ ପଞ୍ଜୀକୃତ ହୋଇଥିବା ବେଳେ କିନ୍ତୁ ଏବେସୁଦ୍ଧା ମାତ୍ର ୧୧ ହଜାର ୯୫୪ ଜଣ ବରଗଡକୁ ପହଞ୍ଚିଥିବା ଜଣାପଡିଛି | ତେବେ ୧୭ ହଜାର ୧୮ ଜଣ ପଞ୍ଜୀକୃତ ପ୍ରବାସୀ ଏବେ ମଧ୍ୟ ବରଗଡ ଜିଲ୍ଲାକୁ ପହଞ୍ଚିନଥିବା ଜଣାପଡିଛି | ବରଗଡ ଜିଲ୍ଲାକୁ ପହଞ୍ଚି ସାରିଥିବା ୧୧ ହଜାର ୯୫୪ ପ୍ରବାସୀଙ୍କ ମଧ୍ୟରୁ ମାତ୍ର ୨୧୮୫ ଜଣ ଶ୍ରମିକ ଟ୍ରେନ ଯୋଗେ ଜିଲ୍ଲାକୁ ପହଞ୍ଚିଥିବା ବେଳେ ୯୭୮୭ ଜଣ ଶ୍ରମିକ ବସ ଯୋଗେ ନିଜ ନିଜ ବ୍ୟବସ୍ଥାରେ ପହଞ୍ଚିଛନ୍ତି । ରାଜ୍ୟ ସରକାର କେବଳ ରାଜ୍ୟ ଭିତରକୁ ପ୍ରବାସୀଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି ହେଲେ ପ୍ରବାସୀ ଶ୍ରମିକ ତାର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରିଦେଇଛି ।

ଅନ୍ୟ ସମୟରେ ଓଡିଶାରୁ ଅନ୍ୟ ରାଜ୍ୟକୁ ଶତାଧିକ ଟ୍ରେନ ଚଳାଚଳ ହେଉଥିବା ବେଳେ ବର୍ତ୍ତମାନ ସମୟରେ ମାତ୍ର ୧୯ ଗୋଟି ସ୍ଵତନ୍ତ୍ର ଟ୍ରେନ ପହଞ୍ଚିଛି ପ୍ରବାସୀ ଶ୍ରମିକଙ୍କ ପାଇଁ ଅନ୍ୟପଟେ ପ୍ରବାସୀ ଶ୍ରମିକଙ୍କୁ ଦୁଇଗୁଣା ଅଧିକ ଟଙ୍କା ଖର୍ଚ୍ଚ କରି ଟ୍ରେନରେ ଆସିବାକୁ ପଡିଥିବା ଜଣାଇଛନ୍ତି ପ୍ରବାସୀ ଶ୍ରମିକ । ବସ ମାଲିକ ମାନେ ଠିକ ସମୟରେ ଶ୍ରମିକଙ୍କ ପାଇଁ ଘରୋଇ ବସ ସେବା ଯୋଗେଇଦେଇଥିବାରୁ ବହୁ ଶ୍ରମିକଙ୍କ ସମସ୍ୟା ସମାଧାନ ହେବା ସହିତ ଜିଲ୍ଲା ପ୍ରଶାସନର ମଧ୍ୟ ମୁଣ୍ଡବ୍ୟଥା ଦୂର ହୋଇଯାଇଛି । ତେବେ ଆଜି ମଧ୍ୟ ଅନ୍ୟ ରାଜ୍ୟରେ ଫସିରହିଥିବା ବରଗଡ ଜିଲ୍ଲାର ବହୁ ଦାଦନ ଶ୍ରମିକ ନିଜ ପରିବାର ନିକଟକୁ ଫେରି ଆସିବା ପାଇଁ ଛଟପଟ ହେଉଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.