ETV Bharat / state

ସରକାରୀ ଆବାସ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

author img

By

Published : Oct 30, 2019, 8:43 PM IST

Updated : Oct 31, 2019, 12:09 PM IST

ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ବରଗଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମର ବହୁ ଗରିବ ଲୋକଙ୍କୁ ଏହି ଯୋଜନାରେ ବଞ୍ଚିତ କରାଯାଇଥିବା ବେଳେ ଓଲଟା ବଡ଼ ବଡ଼ କୋଠାଘର ଥିବା ଲୋକଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯାଇଥିବା ଅଭିଯୋଗ ହୋଇଛି।

ଫିରିଙ୍ଗିମାଲରେ ସରକାରଙ୍କ ଗୃହ ନିର୍ମାଣ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ବରଗଡ: ସରକାରଙ୍କ ଯୋଜନା ସବୁ ହିତାଧିକାରୀଙ୍କ ପାଖକୁ ଅପହଞ୍ଚ ହେଉଛି । ବିଜୁ ପକ୍କାଘର ଯୋଜନା, ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏପରି ବହୁ ଗୃହ ନିର୍ମାଣ ଯୋଜନା ରହିଥିଲେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କୁ ଦିଆଯାଉନଥିବା ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାପାଳଙ୍କ ନିକଟକୁ। ଗାଇସିଲେଟ ବ୍ଲକ ଅଧିନସ୍ଥ ଫିରିଙ୍ଗିମାଲ ଗ୍ରାମର ବହୁ ଗରିବ ଲୋକଙ୍କୁ ଏହି ଯୋଜନାରେ ବଞ୍ଚିତ କରାଯାଇଥିବା ବେଳେ ଓଲଟା ବଡ଼ ବଡ଼ କୋଠାଘର ଥିବା ଲୋକଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯାଇଥିବା ଅଭିଯୋଗ ହୋଇଛି।

ଫିରିଙ୍ଗିମାଲରେ ସରକାରଙ୍କ ଗୃହ ନିର୍ମାଣ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ସରକାରଙ୍କ ବିଭିନ୍ନ ଯୋଜନାର ହରିଲୁଟ କରାଯାଉଥିବା ବେଳେ ସରକାରୀ କଳ ଓ ଦଲାଲଙ୍କ ଚକ୍ରାନ୍ତରୁ ପ୍ରକୃତ ହିତାଧିକାରୀ ସରକାରଙ୍କ ଯୋଜନାର ସୁଫଳ ପାଇବାରେ ବଞ୍ଚିତ ହେଉଛନ୍ତି । ତେବେ ରାଜ୍ୟ ସରକାର ସ୍ବଚ୍ଛ ଶାସନ ପଣିଆ ଦେଖାଇବା ପାଇଁ 5T ଓ ମୋ ସରକାର ଭଳି ଆହୁରି ଯେତେ ଯୋଜନା କଲେ ମଧ୍ୟ କୌଣସି ସୁଧାର ଆସିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଗ୍ରାମରେ ଗୃହ ନିର୍ମାଣ ଯୋଜନାରେ ବଡ ଧରଣର ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି । ଏହି ଗ୍ରାମର ୩୦୦ ରୁ ଅଧିକ ଗରିବ ଆବାସ ଯୋଜନାର ହିତାଧିକାରୀ ରହିଥିବା ବେଳେ କିନ୍ତୁ ମାତ୍ର ୨୫ ଜଣଙ୍କୁ ଗୃହ ଦିଆଯାଇଛି ଏବଂ ଅନ୍ୟ କାହାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ଓଲଟା ପକ୍କାଘର ଥିବା ବଡ଼ବଡ଼ିଆ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଯାହାକୁ ନେଇ ପ୍ରକୃତ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଫଳରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନିକଟରେ ଫିରିଙ୍ଗିମାଲ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ସରକାରଙ୍କ ଯୋଜନା ସବୁ ହିତାଧିକାରୀଙ୍କ ପାଖକୁ ଅପହଞ୍ଚ ହେଉଛି । ବିଜୁ ପକ୍କାଘର ଯୋଜନା , ଇନ୍ଦିରା ଆବାସ ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏପରି ବହୁ ଗୃହ ନିର୍ମାଣ ଯୋଜନା ରହିଥିଲେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କୁ ଦିଆଯାଉନଥିବା ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାପାଳଙ୍କ ନିକଟକୁ । ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମର ବହୁ ଗରିବ ଲୋକଙ୍କୁ ଏହି ଯୋଜନାରେ ବଞ୍ଚିତ କରାଯାଇଥିବା ବେଳେ ଓଲଟା ବଡ଼ ବଡ଼ କୋଠାଘର ଥିବା ଲୋକଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯାଇଥିବା ଅଭିଯୋଗ ହୋଇଛି ।

ସରକାରଙ୍କ ବିଭିନ୍ନ ଯୋଜନାର ହରିଲୁଟ କରାଯାଉଥିବା ବେଳେ ସରକାରୀ କଲ ଓ ଦଲାଲ ମାନଙ୍କ ଚକ୍ରାନ୍ତରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ରହିଯାଉଛନ୍ତି ସରକାରଙ୍କ ଯୋଜନାର ସୁଫଳ ପାଇବାରେ । ତେବେ ରାଜ୍ୟ ସରକାର ସ୍ୱଚ୍ଛ ଶାସନପଣିଆ ଦେଖାଇବା ପାଇଁ 5T ଓ ମୋ ସରକାର ଭଳି ଆହୁରି ଯେତେ ଯୋଜନା କଲେ ମଧ୍ୟ କୌଣସି ସୁଧାର ଆସିବ ନାହିଁ ଯେ ପର୍ଯ୍ୟନ୍ତ ଖୋଦ ସରକାରୀ କଲ ଓ ନେତାଙ୍କ ଛତ୍ର ଛାୟାରେ ଦଲାଲ ମାନେ ନିଜ ପକେଟ ଗରମ କରିବା ପାଇଁ ଗରିବଙ୍କୁ ଶୋଷଣ କରିଚାଲିଥିବେ ।

Body:ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଗ୍ରାମରେ ଗୃହ ନିର୍ମାଣ ଯୋଜନାରେ ବଡ ଧରଣର ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି । ଏହି ଗ୍ରାମର ୩୦୦ ରୁ ଅଧିକ ଗରିବ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ ରହିଥିବା ବେଳେ କିନ୍ତୁ ମାତ୍ର ୨୫ ଜଣଙ୍କୁ ଗୃହ ଦିଆଯାଇଛି ଏବଂ ଅନ୍ୟ କାହାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ ଓଲଟା ପକ୍କା ଘରଥିବା ବଡ଼ବଡ଼ିଆ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଯାହାକୁ ନେଇ ପ୍ରକୃତ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି ଏବଂ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପଧାନଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ।

ବାଇଟ୧- ରିଜନ ସିଂ ବରିହା ( ଫିରିଙ୍ଗିମାଲ)
ବାଇଟ ୨- ରାମଚନ୍ଦ୍ର ଦଳେଇ ( ଫିରିଙ୍ଗିମାଲ)
ବାଇଟ ୩- ଦୁର୍ଲଭ ସିଂ ବାରିହା ( ଫିରିଙ୍ଗିମାଲ )

Conclusion:
Last Updated : Oct 31, 2019, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.