ETV Bharat / state

ଶ୍ରାବଣ ମାସରେ ମହାପ୍ରଭୁଙ୍କ ରଥଯାତ୍ରା, ଗାଁକୁ ରୋଗମୁକ୍ତ କରିବା ଲାଗି କାହିଁ କେଉଁ ଅମଳରୁ ଚାଲିଛି ନିଆରା ପରମ୍ପରା

author img

By ETV Bharat Odisha Team

Published : Aug 27, 2023, 9:59 PM IST

ସମଗ୍ର ରାଜ୍ୟରେ ଆଷାଢ଼ ମାସରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେଉଥିବା ବେଳେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଜାମପାଲି ଠାରେ ଶ୍ରାବଣ ମାସରେ ଗ୍ରାମବାସୀ ରଥଯାତ୍ରା ପାଳନ କରିଛନ୍ତି । କାହିଁ କେଉଁ ପୁରାତନ କାଳରୁ ଚାଲିଆସିଥିବା ଏହି ପରମ୍ପରାକୁ ଲୋକେ ଆଜି ବି ବଜାୟ ରଖିଛନ୍ତି । ଅଧିକ ପଢ଼ନ୍ତୁ

rath yata celebrates in sawan month in bargah
ଶ୍ରାବଣ ମାସରେ ମହାପ୍ରଭୁଙ୍କ ରଥଯାତ୍ରା
ଶ୍ରାବଣ ମାସରେ ମହାପ୍ରଭୁଙ୍କ ରଥଯାତ୍ରା

ବରଗଡ଼: ଶ୍ରାବଣ ମାସରେ ମହାପ୍ରଭୁଙ୍କ ରଥଯାତ୍ରା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ସମଗ୍ର ରାଜ୍ୟରେ ଆଷାଢ଼ ମାସରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେଉଥିବା ବେଳେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଜାମପାଲି ଠାରେ ଶ୍ରାବଣ ମାସରେ ଗ୍ରାମବାସୀ ରଥଯାତ୍ରା ପାଳନ କରିଛନ୍ତି । କାହିଁ କେଉଁ ପୁରାତନ କାଳରୁ ଚାଲିଆସିଥିବା ଏହି ପରମ୍ପରାକୁ ଲୋକେ ଆଜି ବି ବଜାୟ ରଖିଛନ୍ତି । ଝୁଲଣ ଯାତ୍ରା ଅବସରରେ ଏଠାକାର ଲୋକେ ବାହୁଡ଼ା ଯାତ୍ରା ପାଳନ କରିଥାଆନ୍ତି ।

ପରମ୍ପରା ଅନୁଯାୟୀ ଭଟଲି ବ୍ଲକ ଜାମପାଲି ଠାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି । ରୀତିନୀତି ଅନୁସାରେ ମାଉସୀ ମା'ଙ୍କ ଘରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରି ଛେରାପହଁରା ପରେ ପହଣ୍ଡି କରି ରଥାରୁଢ଼ କରଯାଇଥିଲା । ନାମ ସଂକୀର୍ତ୍ତନ କରି ବାହାରିଥିଲା ପାରମ୍ପରିକ ଶୋଭାଯାତ୍ରା । ରଥ ଉପରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା, ଆରତୀ ପ୍ରଦାନ କରାଯାଇଥିଲା । ଭକ୍ତମାନେ ରଥ ଟାଣି ଟାଣି ରଥ ପଡ଼ିଆକୁ ନେଇଥିଲେ । ସେଠାରେ ରଥ ପହଞ୍ଚିବା ପରେ ଶିଶୁଙ୍କ ରଥ ଛୁଆଁ କାର୍ଯ୍ୟକ୍ରମ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଥିଲା ଏହି ନିଆରା ରଥଯାତ୍ରା । ତେବେ କେବଳ ଯେ, ବରଗଡ଼ ଜିଲ୍ଲା ନୁହଁ, ଆଖପାଖ ଜିଲ୍ଲା ସାଙ୍ଗକୁ ନିକଟ ପଡୋଶୀ ରାଜ୍ୟ ଛତିଶଗଡ଼ରୁ ମଧ୍ୟ ଲୋକେ ଅତି ସରାଗରେ ଏହି ନିଆରା ରଥଯାତ୍ରା ଦେଖିବାକୁ ଆସିଥାଆନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଦାବି, ଶ୍ରୀକ୍ଷେତ୍ର ପରମ୍ପରା ବିନା ରଥଯାତ୍ରା ଗ୍ରହଣୀୟ ନୁହେଁ

କୁହାଯାଏ ଏହି ଅଞ୍ଚଳରେ ଅଜଣା ରୋଗ କାରଣରୁ ବହୁ ଲୋକ ଜୀବନ ହରାଇଥିଲେ । ରୋଗକୁ ଏଡାଇବା ପାଇଁ ପୂର୍ବଜ ମାନେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଶରଣ ପଶିଥିଲେ ଏବଂ ଏହି ଶ୍ରାବଣ ମାସରେ ଜଗନ୍ନାଥଙ୍କର ଝୁଲଣ ଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା କରିବା ଦ୍ଵାରା ଅଜଣା ରୋଗ ଦୂରେଇଯିବ ଏଭଳି ବିଶ୍ବାସ ରହିଥିଲା । ସେବେଠାରୁ ଏହି ଅଞ୍ଚଳରେ ଏହି ନିଆରା ରଥଯାତ୍ରା ଚାଲି ଆସୁଛି । ଏହି ଭକ୍ତିମୟ ପରିବେଶରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ,ବରଗଡ଼ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ପ୍ରଭାସ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଏହି କିମ୍ବଦନ୍ତୀ ସମ୍ପୃକ୍ତ ପରମ୍ପରା ଓ ଆଧ୍ୟାତ୍ମିକ ବିଶ୍ୱାସର ପର୍ବରେ ନିଜକୁ ସାମିଲ କରି ଖୁସି ପ୍ରକଟ କରିଥିବାବେଳେ ମହାପ୍ରଭୁଙ୍କୁ ଦର୍ଶନ କରି ଅଞ୍ଚଳର ମଙ୍ଗଳ କାମନା କରିଥିଲେ । ତେବେ ଶହଶହ ବର୍ଷରୁ ଚାଲି ଆସୁଥିବା ଶ୍ରାବଣ ମାସର ଏହି ନିଆରା ରଥଯାତ୍ରାକୁ ଲୋକାଦୃତ କରିବାକୁ ଗ୍ରାମବାସୀ ବଡ଼ ଲକ୍ଷ ରଖିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.